ETV Bharat / bharat

ବିଦ୍ରୋହ ପରେ ପ୍ରଥମ ବିଧାନସଭା: ପହଞ୍ଚୁଛନ୍ତି ମହାରାଷ୍ଟ୍ର ବିଧାୟକ

author img

By

Published : Jul 3, 2022, 10:39 AM IST

ବିଦ୍ରୋହ ପରେ ପ୍ରଥମ ବିଧାନସଭା: ପହଞ୍ଚୁଛନ୍ତି ମହାରାଷ୍ଟ୍ର ବିଧାୟକ
ବିଦ୍ରୋହ ପରେ ପ୍ରଥମ ବିଧାନସଭା: ପହଞ୍ଚୁଛନ୍ତି ମହାରାଷ୍ଟ୍ର ବିଧାୟକ

ଆଜି ମହାରାଷ୍ଟ୍ର ବାଚସ୍ପତି ନିର୍ବାଚନ । ବିଦ୍ରୋହ ପରେ ପ୍ରଥମ ବିଧାନସଭା ଅଧିବେଶନ । ପହଞ୍ଚୁଛନ୍ତି ସମସ୍ତ ବିଧାୟକ । ଆଉ କିଛି ସମୟ ପରେ ଭୋଟିଂ ଆରମ୍ଭ । ଅଧିକ ପଢନ୍ତୁ

ମୁମ୍ବାଇ: ମହାରାଷ୍ଟ୍ରରେ ଶିବସେନା ବିଧାୟକଙ୍କ ବିଦ୍ରୋହ ଯୋଗୁ ସୃଷ୍ଟି ହୋଇଥିବା ରାଜନୈତିକ ଅଚଳାବସ୍ଥା, ପରେ କ୍ଷମତା ପରିବର୍ତ୍ତନ ଓ ନୂତନ ସରକାର ଗଠନ ପରେ ଆଜି ପ୍ରଥମ ବିଧାନସଭା ଅଧିବେଶନ ଅନୁଷ୍ଠିତ ହେବାକୁ ଯାଉଛି । ବାଚସ୍ପତି ନିର୍ବାଚନ ପାଇଁ ରାଜ୍ୟ ବିଧାନସଭାରେ ପହଞ୍ଚିବାରେ ଲାଗିଛନ୍ତି ସମସ୍ତ ଦଳର ବିଧାୟକ । ରାଜ୍ୟରୁ ଦୀର୍ଘ 11 ଦିନ ଧରି ଅର୍ନ୍ତଧ୍ୟାନ ରହିବା ପରେ ଆଜି ମୁମ୍ବାଇ ସହରରେ ପ୍ରଥମ ଦୃଶ୍ୟମାନ ହୋଇଛନ୍ତି ବିଦ୍ରୋହୀ ତଥା ସିନ୍ଧେ ଅନୁଗତ ବିଧାୟକ ଗୋଷ୍ଠୀ ।

ସିନ୍ଧେ ଅନୁଗତ ବିଧାୟକମାନେ ଏକ ବସରେ ବିଧାନସଭାରେ ପହଞ୍ଚିଛନ୍ତି । ବିଦ୍ରୋହୀ କ୍ୟାମ୍ପର ନେତୃତ୍ବ ନେଇ ସତ୍ତା ପରିବର୍ତ୍ତନ ଓ ପରେ ପ୍ରଦେଶର ମୁଖ୍ୟମନ୍ତ୍ରୀ ଆସନ ଗ୍ରହଣ କରିଥିବା ଏକନାଥ ସିନ୍ଧେ ମଧ୍ୟ ମୁଖ୍ୟମନ୍ତ୍ରୀ ଭାବେ ଆଜି ପ୍ରଥମ କରି ବିଧାନସଭା ଗୃହରେ ପ୍ରବେଶ କରିଛନ୍ତି । ସିନ୍ଧେ ମୁଣ୍ଡରେ ଏକ ନାଲି ରଙ୍ଗର ମରାଠୀ ପଗଡି ପିନ୍ଧିଥିବା ଦେଖିବାକୁ ମିଳିଛି । ସିନ୍ଧେ ଗୋଷ୍ଠୀର ଅନ୍ୟ ବିଧାୟକମାନେ ମଧ୍ୟ ପାରମ୍ପାରିକ ପଗଡିରେ ନଜର ଆସିଛନ୍ତି ।

  • Maharashtra | A bus, carrying Maharashtra CM Eknath Shinde and MLAs of his faction, leave for the state Assembly in Mumbai. pic.twitter.com/28DpWanwpR

    — ANI (@ANI) July 3, 2022 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢନ୍ତୁ:-ଆଜି ମହାରାଷ୍ଟ୍ର ବାଚସ୍ପତି ନିର୍ବାଚନ

ସେହିପରି ବିଜେପି ବିଧାୟକଙ୍କ ଗହଣରେ ବିଧାନସଭାରେ ପହଞ୍ଚିଛନ୍ତି ବର୍ତ୍ତମାନର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ । ମାତ୍ର କିଛି ଦିନ ପୂର୍ବରୁ ଏହି ସଦନରେ ବିରୋଧୀ ଦଳ ଆସନରେ ବସୁଥିବା ଫଡନାଭିସ ଆଜି ଉପ ମୁଖ୍ୟମନ୍ତ୍ରୀ ଭାବେ ସଦନରେ ପ୍ରବେଶ କରିଛନ୍ତି । ଆଉ କିଛି ସମୟ ମଧ୍ୟରେ ବାଚସ୍ପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ । ନୂତନ ସରକାର ଶପଥ ଗ୍ରହଣ କରିବା ପରେ ରାଜ୍ୟପାଳ ଭଗତ ସିଂ କୋଶିୟାରୀ ସ୍ବତନ୍ତ୍ର ଅଧିବେଶନ ଆହୁତ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.