ETV Bharat / bharat

ଚଳନ୍ତା ଅଟୋରୁ ଆଇଫୋନ୍‌ ଝାମ୍ପିନେଲେ ଦୁର୍ବୃତ୍ତ, ଅଟୋରୁ ଖସି ଶିକ୍ଷୟିତ୍ରୀ ଆହତ

author img

By

Published : Aug 14, 2023, 7:48 PM IST

ଆଇଫୋନ ଝାମ୍ପିନେଲେ ଦୁର୍ବୃତ୍ତ
ଆଇଫୋନ ଝାମ୍ପିନେଲେ ଦୁର୍ବୃତ୍ତ

ରାସ୍ତା ମଝିରେ ମହିଳାଙ୍କ ହାତରୁ ଆଇଫୋନ ଝାମ୍ପି ନେଲ ଦୁର୍ବୃତ୍ତ । ଅଟୋରୁ ଖସି ଶିକ୍ଷୟିତ୍ରୀ ଗୁରୁତର । ଅଧିକ ପଢ଼ନ୍ତୁ

ନୂଆଦିଲ୍ଲୀ: ମାତିଛନ୍ତି ଅପରାଧୀ କାହାକୁ ନାହିଁ ଖାତିର । ରାସ୍ତା ମଝିରେ ମହିଳାଙ୍କ ହାତରୁ ଆଇଫୋନ ଝାମ୍ପି ନେଲେ ଦୁର୍ବୃତ୍ତ । ଦୁର୍ବୃତ୍ତଙ୍କ ଆକ୍ରମଣରେ ଅଟୋରୁ ଖସି ଜଣେ ଶିକ୍ଷୟିତ୍ରୀ ଗୁରୁତର ହଇଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଖୋଦ ଦେଶର ରାଜଧାନୀ ଦିଲ୍ଲୀରେ ।

ସୂଚନା ଅନୁସାରେ, ଦକ୍ଷିଣ ଦିଲ୍ଲୀର ଜଓ୍ବାର ପାର୍କ୍‌ ଅଞ୍ଚଳର ବାସିନ୍ଦା ୟୁଭିକା ଚୌଧୁରୀ, ଜ୍ଞାନ ଭାରତୀ ସ୍କୁଲରେ ଶିକ୍ଷୟିତ୍ରୀ ଭାବରେ କାମ କରନ୍ତି । ଅଗଷ୍ଟ 11 ତାରିଖ ଦିନ 3ଟା ସମୟରେ ୟୁଭିକା ଏକ ଅଟୋ ଯୋଗେ ସ୍କୁଲରୁ ନିଜ ଘରକୁ ଫେରୁଥିଲେ । ଏହି ସମୟରେ 3ଜଣ ଅଜଣା ଯୁବକ ସେ ଆସୁଥିବା ଅଟୋକୁ ପିଛା କରଥିଲେ । ତେବେ ୟୁଭିକା, ସାକେତର ଖୋକା ମାର୍କେଟ ନିକଟବର୍ତ୍ତୀ ଅଞ୍ଚଳରେ ପହଞ୍ଚିବା ପରେ ହଠାତ 3ଜଣ ଯୁବକ ତାଙ୍କ ନିକଟକୁ ଆସି ୟୁଭିାକଙ୍କ ହାତରୁ ମୋବାଇଲ ଫୋନକୁ ଛଡାଇ ନେଇଥିଲେ । ଦୁର୍ବୃତ୍ତମାନେ ମୋବାଇଲକୁ ଝାମ୍ପି ନେବା ସମୟରେ ୟୁଭିକାଙ୍କୁ ଅଟୋରୁ ଭିଡ଼ି ତଳେ ପକାଇ ଦେଇଥିଲେ । ଫଳରେ ୟୁଭିକା ଗୁରୁତର ଭାବରେ ଆହତ ହୋଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...SI Shot Dead: ପୋଲିସ ଉପରକୁ ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡ, ଟଳି ପଡିଲେ ଏସଆଇ

ଏହାପରେ ୟୁଭିକା ସାକେତ ନିକଟରେ ଥିବା ମାକ୍ସ ହସ୍ପିଟାଲ ଯାଇ ଚିକିତ୍ସିତ ହେବା ସହ ତୁରନ୍ତ ଏନେଇ ସକେତ ପୋଲିସ ଷ୍ଟେସନକୁ କଲ୍‌ କରି ସୂଚନା ଦେଇଥିଲେ । ତେବେ ୟୁଭିକାଙ୍କ ଅଭିଯୋଗ ଆଧାରରେ IPC ଧାରେ 356/379/34 ଅନୁଯାୟୀ ମାମଲା ରୁଜୁ କରିଥିଲା । ପରେ ଏହାକୁ ପରିବର୍ତ୍ତନ କରି IPC ଧାରାରେ 392/34 ଆଧାରରେ ସ୍ଥାନୀୟ ଅଞ୍ଚଳର ସିସିଟିଭିକୁ ଯାଞ୍ଚ କରି ଦୁର୍ବୃର୍ତ୍ତମାନଙ୍କୁ ଧରିବାକୁ ଚେଷ୍ଟା କକୁଛି ପୋଲିସ ।

ସେହିପରି ଭୁବନେଶ୍ବରରେ ମଧ୍ୟ ଏଭଳି ଏକ ଲୁଟ୍‌ ଘଟଣା ଦେଖିବାକୁ ମିଳିଥିଲା, ଯେଉଁଠାରେ ଜଣେ ଯୁବକ ଆଚାର୍ଯ୍ୟ ବିହାର ଛକରୁ ଜୟଦେବ ବିହାର ଚାଲି ଚାଲି ଯାଉଥିଲେ । ଏହି ସମୟରେ ଜଣେ ବ୍ୟକ୍ତି ଆସି ତାଙ୍କୁ ଫୋନ୍‌ ମାଗିଥିଲା। ମୋ ଫୋନ ସ୍ବିଚ୍‌ଅଫ୍‌ ଅଛି ମୋତେ ଅର୍ଜେଣ୍ଟ କଲ କରିବାର ଅଛି ବୋଲି କହି ଯୁବକଙ୍କୁ ମୋବାଇଲ ମାଗିଥିଲା । ଏହା ଶୁଣିବା ପରେ ସାହାଯ୍ୟ କରିବା ପାଇଁ ଯୁବକ ଜଣଙ୍କ ନିଜ ଫୋନରେ ନମ୍ବର ଡାଇଲ କରି ବ୍ୟକ୍ତି ଜଣଙ୍କୁ ଦେଇଥିଲେ। ଏହାପରେ ପାଖରେ କେହି ନଥିବା ଦେଖି ଫୋନ୍‌ ଧରି ବାଇକରେ ଚମ୍ପଟ୍‌ ମାରିଥିଲା ମୋବାଇଲ ଲୁଟେରା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.