ETV Bharat / bharat

Ropeway Incident: ଉଦ୍ଧାର ହେଲେଣି 30, ଅବଶିଷ୍ଟ 18 ପର୍ଯ୍ୟଟକଙ୍କୁ ଉଦ୍ଧାର ପାଇଁ ଜାରି ରହିଛି ପ୍ରକ୍ରିୟା

author img

By

Published : Apr 11, 2022, 12:09 PM IST

Updated : Apr 11, 2022, 6:21 PM IST

ଝାଡ଼ଖଣ୍ଡର ଦେବଘର ନିକଟ ତ୍ରିକୁଟ ପାହାଡ଼ ଶିଖରରେ ଥିବା ରୋପୱେରେ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ଉଦ୍ଧାର ହେଲେଣି 30 ପର୍ଯ୍ୟଟକ। ଏବେବି ଫସି ରହିଛନ୍ତି 18 । ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ଉଦ୍ଧାରକାର୍ଯ୍ୟ । ବାୟୁସେନା ହେଲିକପ୍ଟର ସହ ITBP ଯବାନ ସାମିଲ । ଅଧିକ ପଢନ୍ତୁ

ମଝି ଆକାଶରେ ଫସିଛନ୍ତି 48 ଯାତ୍ରୀ
ମଝି ଆକାଶରେ ଫସିଛନ୍ତି 48 ଯାତ୍ରୀ

ରାଞ୍ଚି: ଝାଡ଼ଖଣ୍ଡର ଦେବଘର ନିକଟ ତ୍ରିକୁଟ ପାହାଡ଼ ଶିଖରରେ ଥିବା ରୋପୱେ ଅଘଟଣରେ ଧିରେ ଧିରେ ସଫଳତା ପାଇବାରେ ଲାଗିଛି ଉଦ୍ଧାରକାରୀ ଟିମ । ବର୍ତ୍ତମାନ ସୁଦ୍ଧା 30ପର୍ଯ୍ୟଟକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇ ସାରିଛି । ଫସି ରହିଥିବା ଅବଶିଷ୍ଟ 18ପର୍ଯ୍ୟଟକଙ୍କୁ ଉଦ୍ଧାର ପାଇଁ ପ୍ରକ୍ରିୟା ଜାରି ରହିଛି । ଉଦ୍ଧାରକାର୍ଯ୍ୟ ବେଶ ଆହ୍ବାନପୂର୍ଣ୍ଣ ଥିବାବେଳେ ବାୟୁସେନା ହେଲିକପ୍ଟର ସହ ITBP ଯବାନମାନେ ସାମିଲ ହୋଇଛନ୍ତି ।

ଉଦ୍ଧାର କାର୍ଯ୍ୟ ଜାରି
ଉଦ୍ଧାର କାର୍ଯ୍ୟ ଜାରି

ଗତକାଲି (ରବିବାର) କିଛି ଟ୍ରଲି ମଧ୍ୟରେ ଦୁର୍ଘଟଣା ଘଟିଥିଲା । ଫଳରେ ୨ ହଜାର ଫୁଟ ଉପରେ ପ୍ରାୟ 18 ଘଣ୍ଟାରୁ ଅଧିକ ସମୟ ଧରି 8ଟି ଟ୍ରଲିରେ ଥିବା 32 ଜଣ ପର୍ଯ୍ୟଟକ ଜୀବନ ମରଣ ମଧ୍ୟରେ ଝୁଲି ରହିଥିଲେ । ଉଦ୍ଧାର ପାଇଁ ପ୍ରଥମେ ଏନଡିଆରଏଫ ଟିମ୍‌ ନିୟୋଜିତ ହୋଇଥିବା ବେଳେ ପରେ ସେନାର ସହାୟତା ନିଆଯାଇଥିଲା । ଅଘଟଣରେ 2 ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଉଦ୍ଧାର କାର୍ଯ୍ୟରେ ଦୁଇଟି Mi-17 ହେଲିକପ୍ଟର ନିୟୋଜିତ ହୋଇଥିବା ଭାରତୀୟ ବାୟୁସେନା ପକ୍ଷରୁ ସୂଚନା ମିଳିଛି ।

ମଝି ଆକାଶରେ ଫସିଛନ୍ତି 48 ଯାତ୍ରୀ
ମଝି ଆକାଶରେ ଫସିଛନ୍ତି 48 ଯାତ୍ରୀ

ଖବର ଅନୁସାରେ ମୋହନପୁର ବ୍ଲକ ଅନ୍ତର୍ଗତ ତ୍ରିକୁଟ ପର୍ବତରେ ଅବସ୍ଥିତ ରୋପ-ୱେରେ ପର୍ଯ୍ୟଟକ ବୁଲିବାର ମଜା ନେଉଥିବା ବେଳେ ଯାନ୍ତ୍ରିକ ତ୍ରୁଟି କାରଣରୁ ରୋପୱେ ଟ୍ରଲି ଫସି ରହିଥିଲେ । ପରେ ଖବର ମିଳିବା ପରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କର୍ଯ୍ୟ ଆରମ୍ଭ ହୋଇଥିଲା । ଦେବଘର ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ, ଏହି ଦୁର୍ଘଟଣା ପରଠୁ ରୋପ-ୱେକୁ ବନ୍ଦ କରି ଦିଅଯାଇଛି।

ମଝି ଆକାଶରେ ଫସିଛନ୍ତି 48 ଯାତ୍ରୀ
ମଝି ଆକାଶରେ ଫସିଛନ୍ତି 48 ଯାତ୍ରୀ

ବର୍ତ୍ତମାନ ସୁଦ୍ଧା 30 ଜଣଙ୍କୁ ଉଦ୍ଧାର କରାଯାଇ ସରିଥିବା ବେଳେ ପ୍ରକ୍ରିୟା ଜାରି ରହିଛି । ଘଟଣା କେଉଁ ପରିସ୍ଥିତିରେ ଘଟିଲା ତାହା ସ୍ପଷ୍ଟ ହୋଇନଥିବା ବେଳେ ତଦନ୍ତ କରାଯିବା ନେଇ ସ୍ଥାନୀୟ ପ୍ରଶାସନ ସୂଚନା ଦେଇଛି । ପ୍ରାଥମିକ ଭାବେ ରକ୍ଷଣାବେକ୍ଷଣ ଅଭାବରୁ ରୋପ-ଓ୍ବେର ଟ୍ରଲିରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିବା ସନ୍ଦେହ କରାଯାଉଛି ।

ମଝି ଆକାଶରେ ଫସିଛନ୍ତି 32 ଯାତ୍ରୀ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Apr 11, 2022, 6:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.