ETV Bharat / bharat

ସୁରଟ କପଡା ମିଲରେ ଭୟଙ୍କର ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

author img

By

Published : Mar 20, 2022, 2:29 PM IST

ସୁରଟର କପଡା ମିଲରେ ଭୟଙ୍କର ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
ସୁରଟର କପଡା ମିଲରେ ଭୟଙ୍କର ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

ସୁରଟର ଏକ କପଡା ମିଲରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁ ଲିଭାଇବା ପାଇଁ ୧୭ ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଅଧିକ ପଢନ୍ତୁ

ସୁରଟ: କପଡା ମିଲରେ ଭୟଙ୍କର ଅଗ୍ନିକାଣ୍ଡ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସୁରଟର ପାଣ୍ଡେସରା GIDC ଅଞ୍ଚଳରେ ଅବସ୍ଥିତ ଅମିତ ସିଲ୍କ ମିଲରେ । ନିଆଁକୁ ଆୟତ୍ତ କରିବା ପାଇଁ ପ୍ରାୟ ୧୭ଟି ଦମକଳ ବାହିନୀ ପହଞ୍ଚିଥିବାବେଳେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ରହିଛି ।

ସୂଚନାଅନୁସାରେ, ରବିବାର ସକାଳ ୪ଟା ସମୟରେ ଏହି ଅଘଟଣ ଘଟିଥିବା ବେଳେ ଟେକ୍ସଟାଇଲ୍ ମିଲ୍ ସଂପୂର୍ଣ୍ଣ ଜଳି ନଷ୍ଟ ହୋଇଯାଇଛି । ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବିଭାଗର ୧୭ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଥିବା ବେଳେ ଏହି ଅଗ୍ନିକାଣ୍ଡରେ ଏଯାବତ ମୃତାହତ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଏହା ପୂର୍ବରୁ ଜାନୁଆରୀ ମାସରେ ସଚୀନ୍ ଅଂଚଳରେ ଥିବା ବିଶ୍ବ ପ୍ରେମ୍ ଡାଇଙ୍ଗ ଏଣ୍ଡ ପ୍ରିଣ୍ଟିଙ୍ଗ୍ ଟ୍ୟାଙ୍କରରୁ ଗ୍ୟାସ ଲିକ୍ ହେବାନେଇ ୬ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା । ୨୫ରୁ ଅଧିକ ଗୁରୁତର ଆହତ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.