ETV Bharat / bharat

CM Naveen Patnaik Birthday: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ

author img

By ETV Bharat Odisha Team

Published : Oct 16, 2023, 9:46 AM IST

CM Naveen Patnaik Birthday
CM Naveen Patnaik Birthday

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । 78 ବର୍ଷରେ ପାଦ ଥାପିଛନ୍ତି ଓଡ଼ିଶାର ଅପ୍ରତିଦ୍ବନ୍ଦି ରାଜନେତା ନବୀନ ପଟ୍ଟନାୟକ । ଓଡ଼ିଶାର ଲାଗାତାର 5 ଥର ମୁଖ୍ୟମନ୍ତ୍ରୀ ହୋଇ ସେ ରେକର୍ଡ କରିଛନ୍ତି । ଦେଶର ଦ୍ୱିତୀୟ ସର୍ବାଧିକ ସମୟ ମୁଖ୍ୟମନ୍ତ୍ରୀ ରହିବାର ଗୌରବ ମଧ୍ୟ ଅର୍ଜନ କରିଛନ୍ତି । ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଚାରି ଆଡ଼ୁ ଶୁଭେଚ୍ଛାର ସୁଅ ଛୁଟୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବୀନଙ୍କୁ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।

  • My greetings to Odisha CM Shri Naveen Patnaik Ji on his birthday. May he be blessed with a long and healthy life. @Naveen_Odisha

    — Narendra Modi (@narendramodi) October 16, 2023 " class="align-text-top noRightClick twitterSection" data=" ">

ପ୍ରଧାନମନ୍ତ୍ରୀ ଟ୍ବିଟ୍‌ କରି କହିଛନ୍ତି, "ଜନ୍ମଦିନ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମୋର ଶୁଭେଚ୍ଛା । ତାଙ୍କର ସୁସ୍ଥ ଓ ଦୀର୍ଘାୟୁ ଜୀବନ ମୁଁ କାମନା କରୁଛି ।"

  • ଓଡ଼ିଶାର ମୁଖ୍ୟମନ୍ତ୍ରୀ @Naveen_Odisha ଙ୍କୁ ଜନ୍ମଦିନର ଶୁଭେଚ୍ଛା । ମହାପ୍ରଭୁଙ୍କ ନିକଟରେ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘ ଜୀବନ କାମନା କରୁଛି ।

    — Dharmendra Pradhan (@dpradhanbjp) October 16, 2023 " class="align-text-top noRightClick twitterSection" data=" ">

ସେହିପରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ କରି କହିଛନ୍ତି, "ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା । ମହାପ୍ରଭୁଙ୍କ ନିକଟରେ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘ ଜୀବନ ମୁଁ କାମନା କରୁଛି ।"

  • Warm birthday greetings to the Chief Minister of Odisha, @Naveen_Odisha ji.

    Wishing you a long & healthy life in the service of the nation.

    — Piyush Goyal (@PiyushGoyal) October 16, 2023 " class="align-text-top noRightClick twitterSection" data=" ">

କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ ଟ୍ବିଟରରେ ଶୁଭେଚ୍ଛା ଜଣାଇ କହିଛନ୍ତି, "ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜନ୍ମ ଦିନର ଶୁଭେଚ୍ଛା । ତାଙ୍କ ସୁସ୍ଥ ଓ ଦୀର୍ଘାୟୁ ଜୀବନ ପାଇଁ ମୁଁ କାମନା କରୁଛି ।"

ଏହା ମଧ୍ୟ ପଢନ୍ତୁ-ଅଦ୍ବିତୀୟ ଅପରାଜେୟ ନବୀନ, 78 ବର୍ଷରେ ପାଦ ଥାପିଛନ୍ତି ମୁଖ୍ୟମନ୍ତ୍ରୀ

ଓଡିଶା ରାଜନୀତିରେ ଚର୍ଚ୍ଚିତ ଚେହେରା ହେଉଛନ୍ତି ନବୀନ ପଟ୍ଟନାୟକ । ବିଚକ୍ଷଣ ନେତୃତ୍ବ, ବିକାଶଶୀଳ ଚିନ୍ତାଧାରା ତାଙ୍କୁ ଅନ୍ୟ ନେତାଙ୍କ ମଧ୍ୟରେ ଅଲଗା କରେ । 1946 ମସିହା ଅକ୍ଟୋବର 16 ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ ନବୀନ ପଟ୍ଟନାୟକ । ସ୍ବର୍ଗତଃ ବିଜୁ ପଟ୍ଟନାୟକ ଓ ଜ୍ଞାନ ପଟ୍ଟନାୟକଙ୍କ ତୃତୀୟ ସନ୍ତାନ ଭାବେ ସେ ଜନ୍ମ ନେଇଥିଲେ। ପିତା ତଥା ପ୍ରବାଦ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ଅପ୍ରତ୍ୟାଶିତ ଭାବେ ରାଜନୀତିକୁ ପ୍ରବେଶ କରିଥିଲେ ନବୀନ । ଦିନେ ରାଜନୀତି ବିଷୟରେ ଅନଭିଜ୍ଞ ଥିଲେ, ଆଉ ଏବେ ସେ ରାଜ୍ୟର ଅପ୍ରତିଦ୍ବନ୍ଦି ରାଜନେତା ଭାବେ ନିଜକୁ ପ୍ରମାଣିତ କରିଛନ୍ତି ।

1997 ଜୁନ 1ରେ ଆସ୍କା ଲୋକସଭାରୁ ବିଜୟୀ ହୋଇ ପ୍ରଥମ ଥର ସାଂସଦ ହୋଇଥିଲେ ଆଉ ଏହା ପରେ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି । ରାଜନୀତିରେ ଗୋଟିଏ ପରେ ଗୋଟିଏ ସଫଳତାର ସିଡି ଅତିକ୍ରମ କରିଚାଲିଛନ୍ତି। ରାଜନୈତିକ ପରିବାରରେ ଜନ୍ମ ହୋଇଥିଲେ ବି ଛାତ୍ର ଓ ଯୁବାବସ୍ଥାରେ ତାଙ୍କର ରାଜନୀତିରେ ବିଶେଷ ରୁଚି ନଥିବା ପରିଲକ୍ଷିତ ହୋଇଥିଲା । ହେଲେ ରାଜନୀତିକୁ ପ୍ରବେଶ କରବାଠୁ ନବୀନଙ୍କଠାରୁ କ୍ଷମତା ଦୁରେଇ ପାରିନାହିଁ । ଲୋକଙ୍କ ସେବାରେ ନିଜକୁ ସମର୍ପିତ କରିଥିବାରୁ ରାଜ୍ୟବାସୀ ତାଙ୍କ ଉପରେ ଆଶୀର୍ବାଦ ଢାଳି ଚାଲିଛନ୍ତି । ନବୀନ ଏପରି ଏକ ନେତା ଯିଏ ରାଜନୀତିରେ ପାଦ ଥାପିବା ପରେ କେବେ ଦେଖିନାହାନ୍ତି ପରାଜୟ । କହିବାକୁ ଗଲେ ବର୍ତ୍ତମାନ ସେ ରାଜ୍ୟରେ ଏକମାତ୍ର ଅପ୍ରତିଦ୍ବନ୍ଦି ଅପରାଜେୟ ନେତା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.