ETV Bharat / bharat

ଅତିଷ୍ଠ କରିଲା କେଶଝଡା, ଝୁଲିପଡିଲେ ଯୁବକ

author img

By

Published : Nov 9, 2022, 9:33 AM IST

କେଶଝଡା
କେଶଝଡା

ଅସହ୍ୟ କରିଲା କେଶ ଝଡିବା । ଆତ୍ମହତ୍ୟା କରିଲେ ଯୁବକ । କେରଳର କାଲିକଟରୁ ଅଭଳି ଏକ ଖବର ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ

ଥିରୁଅନନ୍ତପୁରମ: କେଶ ଝଡିବା ସମସ୍ୟା ବର୍ତ୍ତମାନ ସମୟରେ ସାଧାରଣ ହୋଇଗଲାଣି । ଏଥିପାଇଁ ଅଧିକାଂଶ ଲୋକ ସାମ୍ପୁ, ତେଲ ଏବଂ ମେଡିସିନର ବ୍ୟବହାର କରିଥାନ୍ତି । ତେବେ ଏତେ ସବୁ ପରେ ବି କେଶ ଝଡିବା ବନ୍ଦ ନହେବାରୁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି (Man Committed Suicide After All his Hair Including Eyebrow Fell off Despite) । ସୁଇସାଇଟ ନୋଡରେ ଡାକ୍ତରଙ୍କୁ ଦାୟୀ କରିଛନ୍ତି । କେରଳରୁ ଏଭଲି ଏକ ଖବର ସାମ୍ନାକୁ ଆସିଛି ।

ସୂଚନାଅନୁସାରେ, ଯୁବକଜଣକ କେଶ ଝଡିବା କାରଣରୁ ଦୀର୍ଘଦିନ ଧରି ଔଷଧ ସେବନ କରୁଥିଲେ । କିନ୍ତୁ କୌଣସି ଫଳପ୍ରଦ ହୋଇନଥିଲା । ଆଇବ୍ରୋ କେଶ ଝଡିବା କାରଣରୁ ଯୁବକଜଣକ ଅତିଷ୍ଠ ହୋଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃକ ଯୁବକ ହେଲେ କାଲିକଟର ପ୍ରଶାନ୍ତ। ଅକ୍ଟୋବର ୧ ତାରିଖ ଦିନ ପ୍ରଶାନ୍ତଙ୍କୁ ଝୁଲନ୍ତା ଅବସ୍ଥାରେ ନିଜ ଘରୁ ଉଦ୍ଧାର କରାଯାଇଥିଲା । ଏନେଇ ପରିବାରଲୋକଙ୍କ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା । ତେବେ ପୋଲିସ ପକ୍ଷରୁ ନ୍ୟାୟ ମିଳିନଥିବା ନେଇ ପରିବାରଲୋକେ ଅଭିଯୋଗ କରିବା ପରେ ବର୍ତ୍ତମାନ ଖବର ସାମ୍ନାକୁ ଆସିଛି ।

ଏହା ମଧ୍ୟ ପଢନ୍ତୁ: ପୁରୀରେ ଯୁବ ଆଇନଜୀବୀଙ୍କ ଘର ଉପରକୁ ବୋମାମାଡ

ତେବେ ପ୍ରଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ନିକଟରୁ ଏକ ସୁଇସାଇଟ ନୋଟ ଜବତ କରାଯାଇଥିଲା । ଆତ୍ମହତ୍ୟା ନୋଟରେ ସେ ଚିକିତ୍ସା କରୁଥିବା ଘରୋଇ କ୍ଲିନିକର ଡାକ୍ତରଙ୍କୁ ଦାୟୀ କରିଥିବା ଜଣାପଡିଛି ।

ଖବରଅନୁସାରେ, ପ୍ରଶାନ୍ତ କେଶ ଝଡିବା ପାଇଁ ୨୦୧୪ ମସିହାରୁ ଚିକିତ୍ସିତ ହେଉଥିଲେ । କିନ୍ତୁ କୌଣସି ସଫଳ ହେବା ପରିବର୍ତ୍ତେ ତାଙ୍କ ଆଖିପତା ବାଳ ମଧ୍ୟ ଝଡିବା ଆରମ୍ଭ ହୋଇଥିଲା । ସେ ସୁଇସାଇଡ ନୋଟରେ ଲେଖିଥିଲେ ଯେ ଡାକ୍ତରଙ୍କ ଦ୍ୱାରା ଦିଆଯାଇଥିବା ଔଷଧ କାରଣରୁ ଆଇବ୍ରୋ ଝଡିଯାଇଥିଲା । ଏନେଇ ପ୍ରଶାନ୍ତଙ୍କ ପରିବାର ଲୋକେ ଉକ୍ତ ଡାକ୍ତରଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ନେଇ ଅଭିଯୋଗ ହୋଇଛି । ତେବେ ଏହି ଘଟଣାରେ ତଦନ୍ତ ଚାଲିଥିବା ନେଇ କହିଛନ୍ତି ଆଥୋଲି ସବ ଇନ୍ସପେକ୍ଟର । ପ୍ରଶାନ୍ତଙ୍କ ଡାକ୍ତର କହିଛନ୍ତି ଯେ, ଠିକ ପଦ୍ଧତିରେ ଚିକିତ୍ସା କରାଯାଉଥିଲା କିନ୍ତୁ ସେ ମାନସିକ ସ୍ତରରେ ଭାଙ୍ଗି ପଡିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.