ETV Bharat / state

ପୁରୀରେ ଯୁବ ଆଇନଜୀବୀଙ୍କ ଘର ଉପରକୁ ବୋମାମାଡ

author img

By

Published : Nov 9, 2022, 8:09 AM IST

ପୁରୀରେ ଯୁବ ଆଇନଜୀବୀଙ୍କ ଘର ଉପରକୁ ବୋମାମାଡ । ଏହି ଘଟଣାରେ ଜଣେ ଅଟକ । ଅଧିକ ପଢନ୍ତୁ

ପୁରୀରେ ଯୁବ ଆଇନଜୀବୀଙ୍କ ଘର ଉପରେ ବୋମାମାଡ
ପୁରୀରେ ଯୁବ ଆଇନଜୀବୀଙ୍କ ଘର ଉପରେ ବୋମାମାଡ

ପୁରୀ: ପୁଣି ଅଶାନ୍ତ ପୁରୀ ସହର ।‌ ପୁରୀରେ ଯୁବ ଆଇନଜୀବୀଙ୍କ ଘର ଉପରକୁ ବୋମାମାଡ । ଗତକାଲି(ମଙ୍ଗଳବାର) ରାତିରେ ଶ୍ରୀମନ୍ଦିର ନିକଟରେ ଥିବା ମାଟି ମଣ୍ଡପ ସାହି ଅଙ୍ଗାରୁଆ ଗଳିରେ ଏହି ବୋମାମାଡ ହୋଇଛି । ଯୁବ ଆଇନଜୀବୀ ସୁଭାଶିଷ ମହାନ୍ତିଙ୍କ ଘର ଉପରକୁ ଦୁର୍ବୁତ୍ତମାନେ ଦୁଇଟି ବୋମାମାଡ କରି ଫେରାର ହୋଇ ଯାଇଛନ୍ତି(Bomb Hurled At Advocate House)। ଖବର ପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସିସିଟିଭିରେ ସମସ୍ତ ଦୃଶ୍ୟ କଏଦ ହୋଇଛି ।

ଏହାମଧ୍ୟ ପଢନ୍ତୁ: ମନ୍ଦିର ଯାଇଥିଲେ ମାଆ ଜୀବନ ହାରିଲା ଝିଅ, ଶିଖରଚଣ୍ଡିରେ BCA ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ତେବେ କେଉଁ କାରଣରୁ ଯୁବ ଆଇନଜୀବୀଙ୍କ ଘର ଉପରକୁ ବୋମାମାଡ ହେଲା ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଏହି ଘଟଣାରେ ଟାଉନ ଥାନା ପୋଲିସ ଜଣେ ଦୁର୍ବୃତ୍ତକୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଥିବା ସୂଚନା ମିଳିଛି । ସେପଟେ ବୋମାମାଡ ପରେ ଯୁବ ଆଇନଜୀବୀ ସୁଭାଶିଷ ମହାନ୍ତିଙ୍କ ପରିବାର ଓ ସାହି ବାସିନ୍ଦା ଭୟଭୀତ ଅବସ୍ଥାରେ ଅଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.