ETV Bharat / bharat

Maharashtra Political Crisis: ଶିବସେନାର ଉଭୟ ଗୋଷ୍ଠୀକୁ ସଭ୍ୟପଦ ରଦ୍ଦ ନୋଟିସ ପଠାଇଲେ ବାଚସ୍ପତି

author img

By

Published : Jul 8, 2023, 10:39 PM IST

Maharashtra Political Crisis: ଶିବସେନାର ଉଭୟ ଗୋଷ୍ଠୀକୁ ସଭ୍ୟପଦ ରଦ୍ଦ ନୋଟିସ ପଠାଇଲେ ବାଚସ୍ପତି
Maharashtra Political Crisis: ଶିବସେନାର ଉଭୟ ଗୋଷ୍ଠୀକୁ ସଭ୍ୟପଦ ରଦ୍ଦ ନୋଟିସ ପଠାଇଲେ ବାଚସ୍ପତି

ଶିବସେନା ବିଭାଜନ ମାମଲା । ଶିବସେନାର ଉଭୟ ଗୋଷ୍ଠୀକୁ ସଭ୍ୟପଦ ରଦ୍ଦ ନୋଟିସ ପଠାଇଲେ ବାଚସ୍ପତି । ଅଧିକ ପଢନ୍ତୁ

ମୁମ୍ବାଇ: ଶିବସେନା ବିଦ୍ରୋହ ବିବାଦରେ ଉଭୟ ଗୋଷ୍ଠୀକୁ ସଭ୍ୟପଦ ରଦ୍ଦ ନେଇ ନୋଟିସ ଜାରି କରିଛନ୍ତି ବାଚସ୍ପତି । ମହାରାଷ୍ଟ୍ର ବାଚସ୍ପତି ରାହୁଲ ନରଓ୍ବେକର ଉଭୟ ଶିବସେନା ଉଦ୍ଧବ ଠାକରେ ଗୋଷ୍ଠୀ ଓ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗୋଷ୍ଠୀକୁ ଏହି ନୋଟିସ ଜାରି କରିଛନ୍ତି । ସିନ୍ଦେ ଗୋଷ୍ଠୀର 40 ବଧାୟକ ଓ ଉଦ୍ଧବ ଗୋଷ୍ଠୀର 14 ବିଧାୟକଙ୍କୁ ଏହି ନୋଟିସ ଜାରି କରାଯାଇଛି । ପରସ୍ପର ବିରୋଧରେ ସେମାନେ ଅଭିଯୋଗ କରିବା ସହ ପରସ୍ପରର ସଭ୍ୟପଦ ରଦ୍ଦ କରିବା ପାଇଁ ଆବେଦନ କରିଥିଲେ । ଆସନ୍ତା 7 ଦିନ ମଧ୍ୟରେ ସେମାନେ ସେମାନଙ୍କର ଉତ୍ତର ରଖିବା ନେଇ ଜାରି ନୋଟିସରେ କୁହାଯାଇଛି ।

ଠାକରେ ଗୋଷ୍ଠୀ କିଛି ଦିନ ତଳେ ସର୍ବୋଚ୍ଚ କୋର୍ଟରେ ଦ୍ବାରସ୍ଥ ହୋଇ ସିନ୍ଦେ ଗୋଷ୍ଠୀର ସଦସ୍ୟଙ୍କ ସଭ୍ୟପଦ ରଦ୍ଦ କରିବା ପାଇଁ ଆବେଦନ କରିଥିଲେ । ଏହି ମାମଲାରେ ବାଚସ୍ପତିଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେବାକୁ ଉଦ୍ଧବ ଠାକରେ ଆବେଦନରେ ଦର୍ଶାଇଥିଲେ । ଏବେ ଉଭୟ ପକ୍ଷଙ୍କୁ ନୋଟିସ ଜାରି କରାଯାଇଛି । ସେମାନେ 7 ଦିନ ମଧ୍ୟରେ ଉତ୍ତର ରଖିବା ପରେ ବାଚସ୍ପତି ପରବର୍ତ୍ତୀ ନିର୍ଣ୍ଣୟ ଗ୍ରହଣ କରିବେ ।

କୋର୍ଟରେ ଏହି ମାମଲା ପହଞ୍ଚିଥିବା ବେଳେ କୋର୍ଟ ଏହି ମମଲାରେ ନିଷ୍ପତ୍ତି ଗ୍ରହଣ କରିବା ପାଇଁ ବାଚସ୍ପତିଙ୍କୁ କ୍ଷମତା ପ୍ରଦାନ କରିଥିଲେ । ହେଲେ ଦୀର୍ଘ ଦିନ ହୋଇ ସାରିଥିଲେ ସୁଦ୍ଧା ବାଚସ୍ପତି ସେପରି କିଛି ନିର୍ଣ୍ଣୟରେ ପହଞ୍ଚି ପାରିନଥିଲେ । ଠାକରେ ଗୋଷ୍ଠୀର ନେତା ସୁନିଲ ପ୍ରଭୁ ସର୍ବୋଚ୍ଚ କୋର୍ଟରେ ପୁଣି ଥରେ ଦ୍ବାରସ୍ଥ ହୋଇ ବାଚସ୍ପତି ତୁରନ୍ତ ଏହି ପ୍ରସଙ୍ଗରେ ନିଷ୍ପତ୍ତି ଗ୍ରହଣ କରନ୍ତୁ ବୋଲି ଦାବି କରିଥିଲେ ।

ଏହା ମଧ୍ୟ ପଢନ୍ତୁ :-‘ନା ମୁଁ ଟାଏର୍ଡ, ନା ରିଟାଏର୍ଡ’: ପୁତୁରା ବୟସ ମନ୍ତବ୍ୟର ଜବାବ ରଖିଲେ ଶରଦ

ତେବେ ଏହି ଘଟଣାକ୍ରମରେ ବାଚସ୍ପତି ରାହୁଲ ଶିବସେନାର ଦଳୀୟ ସମ୍ବିଧାନ ଅନୁଧ୍ୟାନ କରିବା ପାଇଁ ପ୍ରୟାସ କରିଥିଲେ । ଦଳୀୟ ସମ୍ବିଧାନରେ କଣ ନିୟମ ରହିଛି , ସେ ନେଇ ଅନୁଧ୍ୟାନ କରିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ବାଚସ୍ପତି କହିଥିଲେ । ତେବେ ଏହାରି ମଧ୍ୟରେ ନର୍ବାଚନ ଆୟୋଗଙ୍କ ଠାରୁ ଶିବସେନାର ଦଳୀୟ ସମ୍ବିଧାନ ବାଚସ୍ପତିଙ୍କ ନିକଟରେ ପହଞ୍ଚି ସାରିଛି । ମାମଲା ସର୍ବୋଚ୍ଚ କୋର୍ଟରେ ପହଞ୍ଚିବା ପରେ ମାତ୍ର 3 ମାସ ମଧ୍ୟରେ ସଭ୍ୟ ପଦ ରଦ୍ଦ ନେଇ ନିଷ୍ପତ୍ତି ଗ୍ରହଣ କରିବାକୁ ସର୍ବୋଚ୍ଚ କୋର୍ଟ କହିଥିଲେ । ହେଲେ ଏବେ ମାମଲାରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଏବେ ବାଚସ୍ପତି ଆରମ୍ଭ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.