ETV Bharat / bharat

ବଢୁଛି ସିନ୍ଧେ ଗୋଷ୍ଠୀର ବଳ: ସୁରଟରୁ ଗୌହାଟୀ ଗଲେ ମହାରାଷ୍ଟ୍ର ମନ୍ତ୍ରୀ ଉଦୟ ସାମନ୍ତ

author img

By

Published : Jun 26, 2022, 5:16 PM IST

ସୁରଟରୁ ଗୌହାଟୀ ଯାତ୍ରା କଲେ ମହାରାଷ୍ଟ୍ର ମନ୍ତ୍ରୀ ଉଦୟ ସାମନ୍ତ
ସୁରଟରୁ ଗୌହାଟୀ ଯାତ୍ରା କଲେ ମହାରାଷ୍ଟ୍ର ମନ୍ତ୍ରୀ ଉଦୟ ସାମନ୍ତ

ମହାରାଷ୍ଟ୍ର ରାଜନୈତିକ ସଙ୍କଟ ମଧ୍ୟରେ ବଢୁଛି ବିଦ୍ରୋହୀ ସିନ୍ଧେ ଗୋଷ୍ଠୀର ବଳ । ସୁରଟରୁ ଗୌହାଟୀ ଗଲେ ମହାରାଷ୍ଟ୍ର ମନ୍ତ୍ରୀ ଉଦୟ ସାମନ୍ତ । ଅଧିକ ପଢନ୍ତୁ

ମୁମ୍ବାଇ: ଜାରି ରହିଥିବା ମହାରାଷ୍ଟ୍ର ରାଜନୈତିକ ସଙ୍କଟ ମଧ୍ୟରେ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ । କିଛି ହାତ ଗଣତି ନେତାଙ୍କୁ ଛାଡିଦେଲେ ଉଦ୍ଧବଙ୍କ ଶିବିର ଯେତିକି ଖାଁ ଖାଁ ହେବାରେ ଲାଗିଛି, ଅନୁପୂର ଭାବେ ବିଦ୍ରୋହୀ ସିନ୍ଧେଙ୍କ କ୍ୟାମ୍ପ ମଧ୍ୟ ସେତିକି ଶକ୍ତିଶାଳୀ ହେବାରେ ଲାଗିଛି । ଘଟଣାର କ୍ରମବିକାଶଃରେ ଆଜି ମହାରାଷ୍ଟ୍ର ମନ୍ତ୍ରୀ ଉଦୟ ସାମନ୍ତ ସୁରଟରୁ ଗୌହାଟୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ।

ଗତ କିଛି ଦିନ ହେବ ସୁରଟରେ ଥିବା ସାମନ୍ତ ଆଜି ଏକ ଚାଟାର୍ଡ ଫ୍ଲାଇଟରେ ଗୌହାଟୀ ଅଭିମୁଖେ ଉଡାଣ ଭରିଛନ୍ତି । ତାଙ୍କ ସହ ରତ୍ନଗିରି ଜିଲ୍ଲାର ଜଣେ ବିଧାୟକ ମଧ୍ୟ ଗୌହାଟୀ ଯାଇଥିବା ମଧ୍ୟ ଚର୍ଚ୍ଚା ହେଉଛି । ଉଦୟ ସାମନ୍ତଙ୍କୁ ମିଶାଇ ବର୍ତ୍ତମାନ ସିନ୍ଧେଙ୍କ ଗୋଷ୍ଠୀର ଶିବସେନା ବିଧାୟକଙ୍କ ସଂଖ୍ୟା 39ରେ ପହଞ୍ଚିବାକୁ ଯାଉଛି ।

ଗୌହାଟୀର ଏକ ହୋଟଲରେ ଅଛନ୍ତି ସିନ୍ଧେ ସମର୍ଥିତ ବିଧାୟକ ଗୋଷ୍ଠୀ । ଦୁଇ ତୃତୀୟାଂଶ ସଂଖ୍ୟା ଥିବାରୁ ସେମାନେ ଏକ ନୂଆ ଦଳ ଗଠନ କରିବା ନେଇ ମଧ୍ୟ ସଙ୍କେତ ଦେଇସାରିଛନ୍ତି । ଅନ୍ୟପଟେ କୋଭିଡ ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋସିୟାରୀ ଆଜି ହସ୍ପିଟାଲରୁ ଡିସଚାର୍ଜ ହୋଇ ରାଜଭବନ ଫେରିଛନ୍ତି । ତେଣୁ ଲାଗି ରହିିଥିବା ସଙ୍କଟ ମଧ୍ୟରେ ରାଜ୍ୟପାଳଙ୍କ ପଦକ୍ଷେପ ଉପରେ ମଧ୍ୟ ନଜର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.