ETV Bharat / bharat

ପ୍ରେମିକାକୁ ଚିଠି ଦେବାକୁ ଯାଇ ମାଡ ଖାଇଲା ପ୍ରେମିକ, ଛାଡିଗଲା ପ୍ରେମ ନିଶା

author img

By

Published : Jul 11, 2022, 10:38 AM IST

ପ୍ରେମିକାକୁ ଚିଠି ଦେବାକୁ ଯାଇ ମାଡ ଖାଇଲା ପ୍ରେମିକ, ଛାଡିଗଲା ପ୍ରେମ ନିଶା
ପ୍ରେମିକାକୁ ଚିଠି ଦେବାକୁ ଯାଇ ମାଡ ଖାଇଲା ପ୍ରେମିକ, ଛାଡିଗଲା ପ୍ରେମ ନିଶା

ପ୍ରେମିକାକୁ ଚିଠି ଦେବାକୁ ଯାଇ ଫସିଗଲା ପ୍ରେମିକ । ଅନ୍ୟ ଜଣଙ୍କ ଘରେ ପ୍ରବେଶ କରିବାରୁ ମାଡ ଖାଇ ଲହୁ ଲୁହାଣ ହେଲା ପ୍ରେମିକ । ଅଧିକ ପଢନ୍ତୁ

ପାଟଣା: ପ୍ରେମିକାକୁ ଚିଠି ଦେବାକୁ ଯାଇ ଫସିଗଲା ପ୍ରେମିକ । ଅନ୍ୟ ଜଣଙ୍କ ଘରେ ପ୍ରବେଶ କରିବାରୁ ଉତ୍ତମ ମଧ୍ୟମ ଦେଲା ଘର ମାଲିକ । ଗୋଇଠା, ବିଧା, ଚାପୁଡା, ଯିଏ ଯେମିତି ଚାହିଁଲା ସେମିତି ମାରିଲା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଭଳି ଘଟଣା ଘଟିଛି ବିହାରର ରୋହତାସ ଜିଲ୍ଲାର ବିକ୍ରମଗଞ୍ଜ ଅଞ୍ଚଳରେ ।

ସୂଚନା ଅନୁଯାୟୀ, ସୋମବାର ରାତିରେ ଯୁବକ ଜଣଙ୍କ ଶାନ୍ତିନଗର ଅଞ୍ଚଳର ଏକ ଘରେ ପ୍ରେମିକାକୁ ଚିଠି ଦେବା ପାଇଁ ପ୍ରବେଶ କରିଥିଲେ । ଘରର ସିଡି ଦେଇ ମଧ୍ୟ ରାତ୍ରରେ ଯିବା ସମୟରେ ଘରର ମାଲିକ ଏହା ଜାଣିପାରିଥିଲେ । ଏହାପରେ ଯୁବକ ଜଣଙ୍କ ଛାତ ଉପରକୁ ଚାଲିଯାଇ ପାଣି ଟ୍ୟାଙ୍କିରେ ପଶିବାକୁ ଉଦ୍ୟମ କରୁଥିବା ବେଳେ ଘର ମାଲିକ ଓ ସ୍ଥାନୀୟ ଲୋକ ଯୁବକଙ୍କୁ କାବୁ କରିବା ପରେ ମାଡମାରିଥିଲେ । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ପଚାରାଉଚରା କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.