ETV Bharat / bharat

ଆତଙ୍କବାଦୀ କାର୍ଯ୍ୟକଳାପ ଲିଙ୍କରେ 6 ଗିରଫ

author img

By

Published : Feb 23, 2023, 10:04 PM IST

nia arrested lawrence Bishnoi gang members
nia arrested lawrence Bishnoi gang members

ଗ୍ୟାଙ୍ଗଷ୍ଚାର ଓ ଆତଙ୍କବାଦୀ କାର୍ଯ୍ୟକଳାପ ଲିଙ୍କରେ ଛଅ ଜଣଙ୍କୁ ଗିରଫ କଲା ଜାତୀୟ ତଦନ୍ତକାରୀ ସଂସ୍ଥା । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଜାତୀୟ ତଦନ୍ତକାରୀ ସଂସ୍ଥାକୁ ସଫଳତା । ଗ୍ୟାଙ୍ଗଷ୍ଚାର ଓ ଆତଙ୍କବାଦୀ କାର୍ଯ୍ୟକଳାପ ଲିଙ୍କରେ ଖୋଳତାଡ କରି 6ଜଣଙ୍କୁ ଗିରଫ କଲା ଏନଆଇଏ। ଦେଶର ଆଠଟି ରାଜ୍ୟର 76 ଟି ସ୍ଥାନରେ ଏନଆଇଏ ଦ୍ୱାରା ରେଡ କରାଯାଇ ଏହି ଗିରଫଦାରୀ କରାଯାଇଛି। ଗିରଫ 6ଜଣଙ୍କ ମଧ୍ୟରେ କାନାଡାର ଘୋଷିତ ଆତଙ୍କବାଦୀ ଆର୍ଶଦୀପ ସିଂ ବା ଆର୍ଶ ଡାଲାର ଘନିଷ୍ଠ ସହଯୋଗୀ ଓ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇର ସହଯୋଗୀ ମଧ୍ୟ ରହିଛନ୍ତି।

ଏନେଇ ଏନଆଇଏ ମୁଖପାତ୍ର କହିଛନ୍ତି, ''ଜଣାଶୁଣା ଆତଙ୍କବାଦୀ ଓ ଗ୍ୟାଙ୍ଗଷ୍ଟର କାର୍ଯ୍ୟକଳାପରେ ଜଡିତ ବ୍ୟକ୍ତିଙ୍କୁ ଧରିବା ପାଇଁ ଗତ ମଙ୍ଗଳବାର ଆଠଟି ରାଜ୍ୟର 76 ଟି ସ୍ଥାନରେ ଏନଆଇଏ ଦ୍ୱାରା ଚଢାଉ କରାଯାଇଥିଲା। ଏହା ପରେ ବିଭିନ୍ନ ସ୍ଥାନରୁ 6 ଜଣଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ମଧ୍ୟରେ ଲକି ଖୋଖରକୁ ଗିରଫ କରାଯାଇଛି, ଯିଏ କାନାଡାର ଆତଙ୍କବାଦୀ ଆର୍ଶଦୀପ ସିଂର ଘନିଷ୍ଠ ସହଯୋଗୀ। ଲକି ଖୋଖର ପଞ୍ଜାବର ଭଟିଣ୍ଡା ନିବାସୀ ହୋଇଥିବା ବେଳେ ତାକୁ ରାଜସ୍ଥାନର ଶ୍ରୀ ଗଙ୍ଗନଗରରୁ ମଙ୍ଗଳବାର ଦିନ ଗିରଫ କରାଯାଇଥିଲା।''

ଅନ୍ୟ ପାଞ୍ଚ ଜଣ ଅଭିଯୁକ୍ତ ହେଉଛନ୍ତି ଲଖଭୀର ସିଂ, ପଞ୍ଜାବ ଫାଜିଲିକା ଜିଲ୍ଲାର ବାସିନ୍ଦା ଦଲ୍ଲୀପ ବିଷ୍ଣୋଇ, ହରିୟାଣାର ମହେନ୍ଦ୍ରଗଡର ସୁରିନ୍ଦର, ହରିୟାଣା ଗୁରୁଗ୍ରାମର ହରି ଓମ୍ ଓ ଅନ୍ୟ ଜଣେ ହେଉଛି ପଞ୍ଜାବର ହରପ୍ରିତ। ଗିରଫ ଏହି 5 ଅଭିଯୁକ୍ତ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ, ଜଗ୍ଗୁ‌ ଭଗବାନପୁରିଆ ଏବଂ ଗୋଲ୍ଡି ବାରର ସହଯୋଗୀ ବୋଲି ଏନଆଇଏ ମୁଖପାତ୍ର କହିଛନ୍ତି।

ଲକି ଖୋଖର: କାନାଡାର ଘୋଷିତ ଆତଙ୍କବାଦୀ ଆର୍ଶଦୀପ ସିଂଙ୍କ ଯୋଗାଯୋଗରେ ଥିଲା ଲକି ଖୋଖର। ଆତାଙ୍କବାଦୀ କାର୍ଯ୍ୟକଳାପ ପାଇଁ ଅନେକ ସମୟରେ ସେ ଆର୍ଶଦୀପ ସିଂଙ୍କ ଠାରୁ ଅର୍ଥ ମଧ୍ୟ ନେଇଛି। ପଞ୍ଜାବର ଜାଗରାଓନରେ ହୋଇଥିବା ହତ୍ୟାକାଣ୍ଡରେ ସହଯୋଗ ପାଇଁ ସେ ଅସ୍ତ୍ରଶସ୍ତ୍ର ଯୋଗାଇଥିଲା।

ଲଖଭୀର ସିଂ ଓ ହରି ଓମ୍ : ଗତ ଅଗଷ୍ଟ ମାସରେ ଲକଭିର ସିଂ ଓ ହରି ଓମଙ୍କୁ ଗିରଫ କରାଯାଇଥିଲା। ଉଭୟ ସୋସିଆଲ ମିଡିଆରେ ଯୁବକମାନଙ୍କୁ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଉତ୍ସାହିତ କରିବା ତଥା ଏଥିରେ ସାମିଲ ହେବା ପାଇଁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଥିଲା।

ଦଲ୍ଲୀପ ବିଷ୍ଣୋଇ ଓ ସୁରିନ୍ଦର: ଏହି ଦୁଇ ଜଣ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଏବଂ ଜଗ୍ଗୁ‌ ଭଗବାନପୁରିଆ ଏବଂ ଗୋଲ୍ଡି ବାରର ଜଣାଶୁଣା ସହଯୋଗୀ । ଆତଙ୍କବାଦୀ ପାଣ୍ଠି ସଂଗ୍ରହ, ଯୁବକମାନଙ୍କୁ ଆତଙ୍କବାଦୀ ଭାବେ ନିଯୁକ୍ତି ଦେବା ଏବଂ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ସେମାନଙ୍କୁ ଗିରଫ କରାଯାଇଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.