ETV Bharat / bharat

Akhilesh Yadav Targets BJP: ଯୋଗୀ ସରକାର ସବୁ ଦିଗରେ ବିଫଳ କହିଲେ ଅଖିଳେଶ

author img

By

Published : Apr 11, 2022, 7:33 AM IST

Akhilesh Yadav Targets BJP :ୟୁପିରେ ଖରାପ ସ୍ଥିତିରେ ଆଇନ ଶୃଙ୍ଖଳା,ସ୍ବାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥା
Akhilesh Yadav Targets BJP :ୟୁପିରେ ଖରାପ ସ୍ଥିତିରେ ଆଇନ ଶୃଙ୍ଖଳା,ସ୍ବାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥା

ଭାଜପାକୁ ଟାର୍ଗେଟ କରିଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । ଉତ୍ତରପ୍ରଦେଶ ସରକାର ସବୁଦିଗରେ ବିଫଳ ବୋଲି ସେ ଦର୍ଶାଇଛନ୍ତି । ଆଇନ ଶୃଙ୍ଖଳା, ସ୍ବାସ୍ଥ୍ୟ ଓ ଶିକ୍ଷାର ବ୍ୟବସ୍ଥା ଏଠାରେ ସମ୍ପୂର୍ଣ୍ଣ ଖରାପ । ଅଧିକ ପଢନ୍ତୁ

ଲକ୍ଷ୍ନୌ: ଭାଜପାକୁ ଟାର୍ଗେଟ କରିଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । ଉତ୍ତରପ୍ରଦେଶ ସରକାର ସବୁଦିଗରେ ବିଫଳ ବୋଲି ସେ ଦର୍ଶାଇଛନ୍ତି । ଆଇନ ଶୃଙ୍ଖଳା, ସ୍ବାସ୍ଥ୍ୟ ଓ ଶିକ୍ଷାର ବ୍ୟବସ୍ଥା ଏଠାରେ ସମ୍ପୂର୍ଣ୍ଣ ଖରାପ । ଶିକ୍ଷକଙ୍କ ଅବସ୍ଥା ଏଠି ଦୟନୀୟ । ଛାତ୍ରଛାତ୍ରୀ ଓ ଯୁବକମାନେ ଶିକ୍ଷା ବ୍ୟବସ୍ଥାକୁ ନେଇ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । କାରଣ ଏଠିକାର ଯୁବକଙ୍କ ପ୍ରତି ବିଜେପିର ମନୋଭାବ ସମ୍ବେଦନଶୀଳ ନୁହେଁ । କୈଣସି ସମସ୍ୟାକୁ ନେଇ ଯୁବକମାନେ ସ୍ବର ଉତ୍ତୋଳନ କଲେ ପୋଲିସ ସେମାନଙ୍କଉପରେ ଲାଠି ଚଳାଇ ସ୍ବରକୁ ବନ୍ଦ କରିଦେଉଛି ।

ଯୁବକଙ୍କୁ ନିଯୁକ୍ତି ଦେବା ପାଇଁ କରାଯାଇଥିବା ମିଛ ପ୍ରତିଶ୍ରୃତି ଉପରେ ମଧ୍ୟ କୈଣସି ବିଶ୍ବାସ ନାହିଁ ବୋଲି ସମାଜବାଦୀ ପାର୍ଟି ମୁଖ୍ୟ ଏଭଳି ବୟାନ ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଜେପିର ଲୋକମାନଙ୍କୁ ଭୟଭୀତ କରାଇ ରାଜ୍ୟକୁ ଶାସନ କରିବାକୁ ଚାହୁଁଛି । ଯାହା ଗଣତାନ୍ତ୍ରିକ ବ୍ୟବସ୍ଥାରେ ଅତ୍ୟନ୍ତ ନିନ୍ଦନୀୟ ।

ଭାଜପା ନିଜର କୁଶାସନ ଯୋଗୁଁ ଉତ୍ତର ପ୍ରଦେଶକୁ ବଦନାମ କରିଛି । ନିଯୁକ୍ତି ସୁଯୋଗ ନେଇ ମଧ୍ୟ ସେ ବିଜେପି ଉପରେ ବର୍ଷିଛନ୍ତି । ସପା ମୁଖ୍ୟ କହିଛନ୍ତି ଯେ, ସରକାର ପ୍ରଥମେ ବିଭିନ୍ନ ବିଭାଗରେ ପଦବୀ ଖାଲି ଥିବା ନେଇ ଘୋଷଣା କରନ୍ତି । ତା’ପରେ ନିଯୁକ୍ତି ସମ୍ପର୍କରେ ବିଜ୍ଞାପନ ଦେଇଥାନ୍ତି । ବିଜେପି ସରକାରଙ୍କ ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥା ଯୋଗୁଁ ବିଭିନ୍ନ ପରୀକ୍ଷାର ପ୍ରଶ୍ନପତ୍ର ଲିକ ହୋଇଥାଏ ଏବଂ ପରୀକ୍ଷା ବାତିଲ ହୋଇଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.