ETV Bharat / bharat

Himachal Rains: 24 ଘଣ୍ଟାରେ ବିଭିନ୍ନ ସ୍ଥାନରେ ଗଲାଣି 55 ଜୀବନ

author img

By

Published : Aug 14, 2023, 9:21 PM IST

Updated : Aug 14, 2023, 10:07 PM IST

Himachal Rains: 24 ଘଣ୍ଟାରେ ବିଭିନ୍ନ ସ୍ଥାରନରେ 41 ମୃତ
Himachal Rains: 24 ଘଣ୍ଟାରେ ବିଭିନ୍ନ ସ୍ଥାରନରେ 41 ମୃତ

ହିମାଚଳରେ ପୁଣି ବର୍ଷା ବିତ୍ପାତ । 24 ଘଣ୍ଟାରେ ବିଭିନ୍ନ ସ୍ଥାରନରେ 55 ମୃତ । ସର୍ବାଧିକ ପ୍ରଭାବିତ ଶିମଲା ଓ ମାଣ୍ଡି । ଭୂସ୍ଖଳନରେ ସୋଲାନରେ ଗୋଟିଏ ପରିବାରର 7 ମୃତ । ଅଧିକ ପଢନ୍ତୁ

ଶିମଲା: କିଛି ଦିନ ପୂର୍ବରୁ ପ୍ରାକ ମୌସୁମୀ ବର୍ଷାରେ ଜଳ ପ୍ରଳୟ ଦେଖିଥିବା ହିମାଚଳ ପ୍ରଦେଶ ଏବେ ପୁଣି ଥରେ ପ୍ରବଳ ବର୍ଷାରେ ବେହାଲ ହୋଇଛି । ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଓ ଭୂସ୍ଖଳନରେ 55 ଜଣଙ୍କ ମୃତ୍ୟୁ ଘଟିଛି । ଅନେକ ଘର, ରାସ୍ତାଘାଟ ଭାଙ୍ଗିଯାଇଛି । ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି । ଏବେ ମଧ୍ୟ ସ୍ଥିତି ଗମ୍ଭୀର ରହିଛି । କିଛି ସ୍ଥାନରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରିବାକୁ ପଡିଛି ।

  • सोलन जिले के ममलीग तहसील के जडोंन गांव में विनाशकारी बादल फटने की घटना स्थल का दौरा किया। इस दुःखद घटना में हमने 7 जिंदगियों को खोया है । प्रकृति के इस केहर ने हमे कभी न भरने वाले ज़ख्म दिए है। जैसे ही मैं मलबे के बीच खड़ा हुआ, मुझे उन लोगों का दर्द महसूस हुआ जिन्होंने वहां… pic.twitter.com/ND9bz74GlY

    — Sukhvinder Singh Sukhu (@SukhuSukhvinder) August 14, 2023 " class="align-text-top noRightClick twitterSection" data=" ">

ରାଜଧାନୀ ଶିମଲାଠାରୁ ଆରମ୍ଭ କରି ସୋଲାନ୍, ମାଣ୍ଡି, ହମିରପୁର ସମେତ ଏକାଧିକ ଜିଲ୍ଲାରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ହୋଇଛି । ମାଣ୍ଡିରେ ସର୍ବାଧିକ 19 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୋଲାନରେ ପ୍ରବଳ ବର୍ଷା ହେତୁ ଏକ ଘର ଭୁଶୁଡି ପଡିବାରୁ ଗୋଟିଏ ପରିବାରର 7 ଜଣଙ୍କ ମୃତ ହୋଇଛି । ଅନ୍ଯ 3 ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତ କରାଯାଇଛି । ମାଣ୍ଡି ଜିଲ୍ଲାର ପାଣ୍ଡୋରେ ମଧ୍ୟ ବର୍ଷା ଜଳସ୍ରୋତରେ ଭାସିଯାଇ 6 ଜଣଙ୍କର ମୃତ୍ୟୁ ଘଟିଛି । ଗତ 24 ଘଣ୍ଟା ମଧ୍ୟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ମୋଟ 19 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ମଧ୍ୟ 8 ଜଣ ନିଖୋଜ ରହିଥିବା ସରକାରୀ ଭାବେ ପ୍ରକାଶ କରାଯାଇଛି । ଭୂସ୍ଖଳନରେ ଯୋଗାଯୋଗ ବିଛିନ୍ନ ହେବା ମଧ୍ୟ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି କରିଛି । ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ପହଞ୍ଚିବାରେ ବିଳମ୍ବ ହେଉଛି ।

  • Today visited Phagli area of Shimla City to personally oversee and extend a helping hand to those affected by the recent landslide. We stand united in unwavering support with the affected families. Our immediate and wholehearted focus remains on orchestrating swift rescue and… pic.twitter.com/M4z0aKTVaA

    — Sukhvinder Singh Sukhu (@SukhuSukhvinder) August 14, 2023 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢନ୍ତୁ:-Shimla Landslide: ଭୂସ୍ଖଳନରେ ଭୁଶୁଡିଲା ଶିବ ମନ୍ଦିର, 9 ମୃତ ଫସିଛନ୍ତି 30 ଶ୍ରଦ୍ଧାଳୁ

ରାଜଧାନୀ ଶିମଲାର ଫାଗଲି ଅଞ୍ଚଳରେ ମଧ୍ୟ ଭୂସ୍ଖଳନ ଘଟିଛି । ଏଥିରେ 5 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 5 ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ଶିମଲାର ଆଇଜିଏମସି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେହିପରି ସୋଲାନରେ ଗୋଟିଏ ପରିବାରର 7 ଜଣଙ୍କର ମୃତ୍ୟୁ ହୋଇଛି । କାନ୍ଦାଘାଟରେ ବାଦଲ ଫଟା ବର୍ଷା ଫଳରେ ଜାଦନ ଗ୍ରାମରେ ଏହି ଭୂସ୍ଖଳନ ହୋଇଥିଲା । ଗୋଟିଏ ପରିବାରର ଦୁଇଟି ଘର ଏବଂ ଗୋଟିଏ ଗୋଶାଳା ଭୂସ୍ଖଳନରେ ପୋତି ହୋଇପଡିଥିଲା । ଘରେ ମୋଟ 9 ସଦସ୍ୟ ଥିବା ବେଳେ ଘଟଣାସ୍ଥଳରେ 7 ଜଣଙ୍କ ମୃତ୍ୟୁ ହୋଇଥିଲା । ପାହାଡ ଆବର୍ଜନା ତଳୁ ଏହି ମୃତଦେହଗୁଡିକ ଉଦ୍ଧାର କରାଯିବା ସହ ଅନ୍ୟ ଦୁଇ ଗୁରୁତରଙ୍କୁ ମଧ୍ୟ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

  • Supervising the ongoing rescue operations following the tragic landslide near Shiv Temple in Summerhill, Shimla.

    Emphasizing the highest priority on life-saving efforts, the government remains unwaveringly dedicated to securing the well-being of those entrapped.

    My sincerest… pic.twitter.com/7Jwvxt3Ybl

    — Sukhvinder Singh Sukhu (@SukhuSukhvinder) August 14, 2023 " class="align-text-top noRightClick twitterSection" data=" ">

ଅଗଷ୍ଟ 13 (ରବିବାର) ରେ ପ୍ରକାଶିତ ସରକାରୀ ତଥ୍ୟ ଅନୁଯାୟୀ ଚଳିତ ବର୍ଷ ପ୍ରାକ ମୌସୁମୀ ଓ ପରବର୍ତ୍ତୀ ବର୍ଷାରେ ଏପର୍ଯ୍ୟନ୍ତ 257 ଜଣଙ୍କର ମୃତ୍ୟୁ ହୋଇଛି । ସହିପରି ଭୂସ୍ଖଳନ କିମ୍ବା ବର୍ଷାଜନିତ ବନ୍ୟାରେ ମୋଟ 290 ଜଣ ଆହତ ହୋଇଛନ୍ତି । ଏହା ବ୍ୟତୀତ 32 ଜଣ ମଧ୍ୟ ନିଖୋଜ ରହିଥିଲେ । ସାରା ରାଜ୍ୟରେ ପ୍ରାୟ 1400 ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଛି । ପ୍ରାୟ 8,000 ଘର ଆଶିଂକ କ୍ଷତିଗ୍ରସ୍ତ ହୋଇଛି । ମୌସୁମୀ ବର୍ଷାରେ ହିମାଚଳ ପ୍ରଦେଶ ପୂର୍ତ୍ତ ବିଭାଗ ପ୍ରାୟ 2248 କୋଟି, ଜଳ ଶକ୍ତି ବିଭାଗ 1,668 କୋଟି ଏବଂ ବିଦ୍ୟୁତ୍ ବୋର୍ଡ 1,505 କୋଟି ଟଙ୍କାର କ୍ଷତି ସହିଛି । ଏହା ବ୍ୟତୀତ ଭିତ୍ତିଭୂମି ସହ ଜଡିତ ଅନ୍ୟ ବିଭାଗଗୁଡିକ ମଧ୍ୟ ପ୍ରାୟ 1,100 କୋଟି କ୍ଷତି ସହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Aug 14, 2023, 10:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.