ETV Bharat / bharat

Lakhimpur Kheri Violence: ମୁଖ୍ୟ ସାକ୍ଷୀ ଓ ତାଙ୍କ ଭାଇଙ୍କୁ ଆକ୍ରମଣ

author img

By

Published : Dec 11, 2022, 1:05 PM IST

Lakhimpur Kheri violence
ମୁଖ୍ୟ ସାକ୍ଷୀ ଓ ତାଙ୍କ ଭାଇଙ୍କୁ ଆକ୍ରମଣ

ବହୁ ଚର୍ଚ୍ଚିତ ଲଖିମପୁର ଖେରୀ ହିଂସା ମୁଖ୍ୟ ସାକ୍ଷୀ ଓ ତାଙ୍କ ଭାଇଙ୍କ ଉପରେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ଏନେଇ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରା କରିଥିବା ନେଇ ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ଲକ୍ଷ୍ନୌ: ବହୁ ଚର୍ଚ୍ଚିତ ଲଖିମପୁର ଖେରୀ ହିଂସା ମୁଖ୍ୟ ସାକ୍ଷୀ ଓ ତାଙ୍କ ଭାଇଙ୍କ ଉପରେ ଆକ୍ରମଣ ହୋଇଛି । ଖଣ୍ଡାରେ ମରଣାନ୍ତକ ଆକ୍ରମଣ କରି ଦୁଇଭାଇଙ୍କୁ ରକ୍ତାକ୍ତ କରିଛନ୍ତି ଦୁର୍ବୃତ୍ତ । ମୁଖ୍ୟ ସାକ୍ଷୀ ପ୍ରଭଜୋତ ସିଂହ ଓ ତାଙ୍କ ସାନ ଭାଇ ସର୍ବଜିତ ସିଂହ ଆକ୍ରମଣର ଶିକାର ହୋଇଛନ୍ତି । ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯିବା ସମୟରେ କିଛି ଲୋକ ତାଙ୍କ ଅଟକାଇ ଖଣ୍ଡାରେ ଆକ୍ରମଣ କରିଥିଲେ । ଏଥିରେ ପ୍ରଭଜୋତ ଅଳ୍ପକେ ବର୍ତ୍ତି ଯାଇଥିବାବେଳେ ସର୍ବଜିତଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖେରୀ ହିଂସା ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରା ଓ ତାଙ୍କ ନିକଟତର ଲୋକ ଏ କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି ।

ଆକ୍ରମଣକୁ ନେଇ ପ୍ରଭଜୋତ ସିଂ କହିଛନ୍ତି ,'' ସେ ତାଙ୍କ ଭାଇଙ୍କ ସର୍ବଜିତ ସିଂହ ସହ ତିକୁନିଆ ଏକ ମୁଣ୍ଡନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ । ପୂର୍ବରୁ ଯୋଜନାବଦ୍ଧ ଅନୁସାରେ ଛକି ବସିଥିବା ଦୁର୍ବୃତ୍ତ ଆକ୍ରମଣ କରିଥିଲେ । ସର୍ବଜିତ ସିଂହ ଗୁରୁତର ଆହତ ହୋଇଛନ୍ତି । ତାଙ୍କ ମୁଣ୍ଡରେ ଆଘାତ ଲାଗିଛି । ଏ କାଣ୍ଡ ଲଖିମପୁର ଖେରୀ ହିଂସା ମୁଖ୍ୟ ଅଭିଯୁକ୍ତ କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରା ଟୋନି ଓ ତାଙ୍କ ପୁଅ ଆଶିଷ ମିଶ୍ରାଙ୍କ ସମ୍ପର୍କୀୟ ଏହି କାଣ୍ଡ କରିଥିବା କହିଛନ୍ତି । ଆକ୍ରମଣ ନେଇ ତୁକିନିଆ ଥାନାରେ ଅଭିଯୋଗ ହୋଇଛି । ଏଥିରେ ଆଶିଷ ମିଶ୍ରାଙ୍କ ନାମ ରହିଛି ।''

ଏହା ବି ପଢନ୍ତୁ...ଚଳନ୍ତା କାର୍‌ରେ ମହିଳାଙ୍କୁ ଅସଦାଚରଣ, ୧୦ ମାସର ଛୁଆକୁ ଗାଡିରୁ ଫିଙ୍ଗିଲେ ଦୁର୍ବୃତ୍ତ

ଲଖିମପୁର ଏସପି ସଞ୍ଜୀବ ସୁମନଙ୍କ କହିବା ଅନୁସାରେ, ଦୁଇ ଗୋଷ୍ଠୀ ମଧ୍ୟ ଥିବା ପୁରୁଣା ଶତ୍ରୁତା ମାମଲାକୁ ନେଇ ଏହି ଘଟଣା ଘଟିଛି । ଆକ୍ରମଣକୁ ନେଇ କେନ୍ଦ୍ର ମନ୍ତ୍ରୀ ଓ ତାଙ୍କ ପୁଅଙ୍କ ସମ୍ପୃକ୍ତି ନାହିଁ । ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି । ଖୁବଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ । ଖେରୀ ହିଂସା ମାମଲାରେ ଡିସେମ୍ବର 6 ତାରିଖରେ ଏଡିଜେ ପ୍ରଥମେ କୋର୍ଟରେ କେନ୍ଦ୍ର ମନ୍ତ୍ରୀ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ସମେତ 14 ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ । ତାଙ୍କ ବିରୋଧରେ ଆଇପିସି ଧାରା ସମେତ ମୋଟର ଯାନ ଆକ୍ଟ ଅନୁଯାୟୀ ଚାର୍ଜସିଟ ଦାଖଲ ହୋଇଛି । ଡିସେମ୍ବର 16ରୁ ମାମଲାର ଟ୍ରାଏଲ ଆରମ୍ଭ ହେବ ।

ପ୍ରକାଶ ଥାଉକି, 2021 ଅକ୍ଟୋବର 3 ତାରିଖରେ ଲଖିମପୁର ଖେରୀରେ କୃଷକ ଆନ୍ଦୋଳନ ଜାରି ରହିଥିବାବେଳେ ଆନ୍ଦୋଳନରତ କୃଷକଙ୍କ ଉପରେ ମନ୍ତ୍ରୀ ଅଜୟ ମିଶ୍ରା ଟେନୀଙ୍କ ପୁଅ ଆଶିଷ ମିଶ୍ରା ଗାଡି ଚଢାଇ ଦେଇଥିବା ଅଭିଯୋଗ ହୋଇଥିଲା । ପରେ ପୋଲିସ ତଦନ୍ତରେ ମଧ୍ୟ ଆଶିଷ ଗାଡିରେ ଥିବା ନେଇ ପ୍ରମାଣ ମିଳିବା ପରେ ତାଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଗିରଫ କରାଯାଇଥିଲା । ଏହି ଘଟଣାରେ ଚାଷୀଙ୍କ ସମେତ ମୋଟ 8ଜଣ ପ୍ରାଣ ହରାଇଥିବାବେଳେ ଏକାଧିକ ଆହତ ମଧ୍ୟ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.