ETV Bharat / bharat

ଚଳନ୍ତା କାର୍‌ରେ ମହିଳାଙ୍କୁ ଅସଦାଚରଣ, ୧୦ ମାସର ଛୁଆକୁ ଗାଡିରୁ ଫିଙ୍ଗିଲେ ଦୁର୍ବୃତ୍ତ

author img

By

Published : Dec 11, 2022, 11:02 AM IST

ମହାରାଷ୍ଟ୍ର ପାଲଘର ଅଞ୍ଚଳରୁ ଏହି ଲୋମହର୍ଷଣକାରୀ ଘଟଣା ପ୍ରକାଶ ପାଇଛି । ଏଠାରେ ଚଳନ୍ତା କାରରେ ଜଣେ ମହିଳାଙ୍କୁ ଅସଦାଚରଣ ସହ ତାଙ୍କର ୧୦ ମାସର ଶିଶୁକନ୍ୟାକୁ ଫିଙ୍ଗି ଦେଇଛନ୍ତି ଜହ୍ଲାଦ । ଅଧିକ ପଢନ୍ତୁ

ଚଳନ୍ତା କାର୍‌ରେ ମହିଳାଙ୍କୁ ଅସଦାଚରଣ, ୧୦ ମାସର ଛୁଆକୁ ଗାଡିରୁ ଫିଙ୍ଗିଲେ
ଚଳନ୍ତା କାର୍‌ରେ ମହିଳାଙ୍କୁ ଅସଦାଚରଣ, ୧୦ ମାସର ଛୁଆକୁ ଗାଡିରୁ ଫିଙ୍ଗିଲେ

ମୁମ୍ବାଇ: ଚଳନ୍ତା କାର୍‌ରେ ମହିଳାଙ୍କୁ ଅସଦାଚରଣ । ମହିଳାଙ୍କୁ ଦୁର୍ବ୍ୟବହାର କରିବା ସହ ତାଙ୍କର ୧୦ ମାସର ଶିଶୁକନ୍ୟାକୁ ଗାଡିରୁ ଫିଙ୍ଗିଦେଲେ ଜହ୍ଲାଦ । ମହାରାଷ୍ଟ୍ର ପାଲଘର ଜିଲ୍ଲାରୁ ଏଭଳି ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି । ଏଥିରେ ୧୦ ମାସର ଛୁଆଟିର ମୃତ୍ୟୁ ହୋଇଯାଇଥିବା ବେଳେ ପୀଡିତା ମାଆ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଏନେଇ ଅଭିଯୋଗ ପରେ ପୋଲିସ ବିଜୟ କୁଶୱାହା ନାମକ ବ୍ୟକ୍ତି ବିରୁଦ୍ଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଅଭିଯୋଗ ଅନୁଯାୟୀ, ଶନିବାର ସକାଳେ ଏହି ଘଟଣା ଘଟିଥିଲା । ପାଲଘର ଅଞ୍ଚଳର ଜଣେ ମହିଳା ନିଜର ୧୦ ମାସର ଶିଶୁକନ୍ୟାକୁ ନେଇ ପେଲହରରୁ ପୋଶେରକୁ କ୍ୟାବ୍ ଯୋଗେ ଫେରୁଥିଲେ । ବାଟରେ ଆଉ କିଛି ଯାତ୍ରୀ ସେହି କ୍ୟାବ୍‌ରେ ବସିଥିଲେ । କିଛି ବାଟ ଗଲା ପରେ କ୍ୟାବ୍ ଡ୍ରାଇଭର ସମେତ ବସିଥିବା ଅନ୍ୟ ଯାତ୍ରୀମାନେ ମହିଳାଙ୍କ ସହ ଅସଦାଚରଣ କରିବା ଆରମ୍ଭ କରିଥିଲେ । ଏହାକୁ ମହିଳା ପ୍ରତିବାଦ କରିବାରୁ ମୁମ୍ବାଇ-ଅହମ୍ମଦାବାଦ ଜାତୀୟ ରାଜପଥ ନିକଟରେ ସେମାନେ ତାଙ୍କର ଝିଅକୁ ଛଡେଇ ନେଇ ଚଳନ୍ତା ଗାଡିରୁ ବାହାରକୁ ଫିଙ୍ଗି ଦେଇଥିଲେ । ଯାହାଫଳରେ ଶିଶୁଟିର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା ।

ଏହାମଧ୍ୟ ପଢନ୍ତୁ: ସୁଖବିନ୍ଦର ସିଂ ସୁଖୁ: ବାପା ଥିଲେ ଡ୍ରାଇଭର, ନିଜେ ଚଳାଉଥିଲେ କ୍ଷୀର କାଉଣ୍ଟର

ଏହାପରେ ସେମାନେ ମହିଳାଙ୍କ ସହ ଅସଦାଚରଣ କରିବା ପରେ ତାଙ୍କୁ ମଧ୍ୟ ଚଳନ୍ତା ଗାଡିରୁ ଠେଲି ଦେଇଥିଲେ । ଏଥିରେ ପୀଡିତାଙ୍କ ଶରୀରରେ ଗଭୀର ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି । ଏହାସହିତ ପୀଡିତାଙ୍କ ଅଭିଯୋଗ ଆଧାରରେ ପୋଲିସ ସମ୍ପୃକ୍ତ କ୍ୟାବ୍ ଡ୍ରାଇଭର ଓ ଅନ୍ୟ ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ତାଙ୍କୁ ଖୋଜାଖୋଜି କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.