ETV Bharat / bharat

PMEGPରେ ସର୍ବାଧିକ ନିଯୁକ୍ତି ଦେବାରେ ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗର ରେକର୍ଡ

author img

By

Published : Apr 22, 2022, 7:23 AM IST

PMEGP ରେ ସର୍ବାଧିକ ନିଯୁକ୍ତି ଦେବାରେ  ନୂଆ ରେକର୍ଡ  କଲା  ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗ
PMEGP ରେ ସର୍ବାଧିକ ନିଯୁକ୍ତି ଦେବାରେ ନୂଆ ରେକର୍ଡ କଲା ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗ

ପ୍ରଧାନମନ୍ତ୍ରୀ ରୋଜଗାର ସୃଷ୍ଟି କାର୍ଯ୍ୟକ୍ରମ (Prime Minister Employment Generation Programme ) କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି) ପାଇଁ ଆର୍ଥିକ ବର୍ଷ 2021-22 ଐତିହାସିକ ସଫଳତା ପାଇଛି । ଆୟୋଗ ଅଭୂତପୂର୍ବ ଭାବରେ 1.03 ଲକ୍ଷ ନୂଆ ବିନିର୍ମାଣ ଓ ସେବା ୟୁନିଟର ସ୍ଥାପନା କରିଛି ଏବଂ 8.25 ଲକ୍ଷରୁ ଅଧିକ ରୋଜଗାର ସୃଷ୍ଟି କରିଛି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ରୋଜଗାର ସୃଷ୍ଟି କାର୍ଯ୍ୟକ୍ରମ (Prime Minister Employment Generation Programme ) କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି) ପାଇଁ ଆର୍ଥିକ ବର୍ଷ 2021-22 ଐତିହାସିକ ସଫଳତା ପାଇଛି । ଆୟୋଗ ଅଭୂତପୂର୍ବ ଭାବରେ 1.03 ଲକ୍ଷ ନୂଆ ବିନିର୍ମାଣ ଓ ସେବା ୟୁନିଟର ସ୍ଥାପନା କରିଛି ଏବଂ 8.25 ଲକ୍ଷରୁ ଅଧିକ ରୋଜଗାର ସୃଷ୍ଟି କରିଛି । ଏହା ସହିତ ପିଏମଇଜିପି ବର୍ଷ 2021-22ରେ ସରକାରଙ୍କ ଆତ୍ମ-ନିର୍ଭରଶୀଳତାର ସବୁଠାରୁ ଶକ୍ତିଶାଳୀ ଅଙ୍ଗ ଭାବରେ ଉଭା ହୋଇଛି ।

PMEGP ରେ ସର୍ବାଧିକ ନିଯୁକ୍ତି ଦେବାରେ  ନୂଆ ରେକର୍ଡ  କଲା  ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗ
PMEGP ରେ ସର୍ବାଧିକ ନିଯୁକ୍ତି ଦେବାରେ ନୂଆ ରେକର୍ଡ କଲା ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗ

ବର୍ଷ 2008ରେ ପିଏମଇଜିପି ଯୋଜନାର ଆରମ୍ଭ ପରେ ପ୍ରଥମ ଥର ପାଇଁ କେଭିଆଇସି ଗୋଟିଏ ଆର୍ଥିକ ବର୍ଷରେ ଏକ ଲକ୍ଷରୁ ଅଧିକ ନୂତନ ୟୁନିଟ ସ୍ଥାପନ କରିବାରେ ସଫଳ ହୋଇଛି । ଏହି 103219 ୟୁନିଟରେ ପ୍ରାୟ 12000 କୋଟି ଟଙ୍କାର ସମୁଦାୟ ପୁଞ୍ଜିରେ ସ୍ଥାପିତ କରାଯାଇଛି । ଯେଉଁଥିରେ କେଭିଆଇସି 2978 କୋଟି ଟଙ୍କାର ମାର୍ଜିନ ମନି ସବସିଡି ପ୍ରଦାନ କରିଛି । ଏହା ସହିତ ବ୍ୟାଙ୍କ କ୍ରେଡିଟ ପ୍ରବାହ ପ୍ରାୟ 9000 କୋଟି ଟଙ୍କା ରହିଛି । ବର୍ଷ 2021-22ରେ କେଭିଆଇସି ଦ୍ବାରା ଦିଆ ଯାଇଥିବା 2978 କୋଟି ଟଙ୍କାର ମାର୍ଜିନ ମନି ସବସିଡି ବର୍ଷ 2008 ରୁ ନେଇ ଏ ପର୍ଯ୍ୟନ୍ତର ସବୁଠାରୁ ଅଧିକ । ସାରା ଦେଶରେ ଏହାଦ୍ବାରା 8 ଲକ୍ଷ 25 ହଜାର 752 ନୂଆ ରୋଜଗାର ସୃଷ୍ଟି ହୋଇଛି । ଯାହା ପିଏମଇଜିପି ଅନ୍ତର୍ଗତ ଏପର୍ଯ୍ୟନ୍ତର ସବୁଠାରୁ ଅଧିକ ରୋଜଗାର ।

ଗତ ବର୍ଷ ଅର୍ଥାତ 2020-21 ତୁଳନାରେ ପିଏମଇଜିପି ଅନ୍ତର୍ଗତ ସ୍ଥାପିତ ୟୁନିଟର ସଂଖ୍ୟା ଓ ସୃଷ୍ଟି ହୋଇଥିବା ରୋଜଗାର ସଂଖ୍ୟାରେ ପ୍ରତ୍ୟେକରେ 39 ପ୍ରତିଶତ ଲେଖାଏଁ ବୃଦ୍ଧି ହୋଇଛି । ବ୍ୟାପକ ପରିପ୍ରେକ୍ଷୀରେ ବର୍ଷ 2014-15 ରୁ ପିଏମଇଜିପି ଅନ୍ତର୍ଗତ ସ୍ଥାପିତ ୟୁନିଟର ସଂଖ୍ୟାରେ ମଧ୍ୟ 114 ପ୍ରତିଶତର ବୃଦ୍ଧି ହୋଇଛି ଯେତେବେଳେ କି ରୋଜଗାର ସୃଷ୍ଟି 131 ପ୍ରତିଶତ ବୃଦ୍ଧି ହୋଇଛି। ବର୍ଷ 2021-22 ରେ ମାର୍ଜିନ ମନି ବିତରଣରେ 165 ପ୍ରତିଶତର ବୃଦ୍ଧି ଘଟିଛି ।

କେଭିଆଇସିର ଅଧ୍ୟକ୍ଷ ବିନୟ କୁମାର ସକସେନା ରୋଜଗାର ସୃଷ୍ଟିରେ ହୋଇଥିବା ଏହି ଉଲ୍ଲେଖନୀୟ ବୃଦ୍ଧିର ଶ୍ରେୟ ଆତ୍ମନିର୍ଭରତା ହାସଲ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରୋତ୍ସାହନକୁ ଦେଇଛନ୍ତି । କୋଭିଡ -19 ମହାମାରୀକୁ ଧ୍ୟାନରେ ରଖି ସ୍ଥାନୀୟ ବିନିର୍ମାଣ ଏବଂ ସ୍ବରୋଜଗାର ପାଇଁ ଏହା ଏକ ବଡ ପ୍ରୋତ୍ସାହନ । ପିଏମଇଜିପି ଅନ୍ତର୍ଗତ ଅଧିକ ସଂଖ୍ୟାରେ ଯୁବକ, ମହିଳା ଏବଂ ପ୍ରବାସୀ ମାନଙ୍କୁ ସ୍ବରୋଜଗାର କାର୍ଯ୍ୟ ଗ୍ରହଣ କରିବା ପାଇଁ ମଧ୍ୟ ପ୍ରୋତ୍ସାହିତ କରାଯାଇଛି । ଏହା ବ୍ୟତୀତ ଏମଏସଏମଇ ମନ୍ତ୍ରଣାଳୟ ଏବଂ କେଭିଆଇସିର ପିଏମଇଜିପି ଅନ୍ତର୍ଗତ ପ୍ରକଳ୍ପର କାର୍ଯ୍ୟକାରୀକୁ ତ୍ବରାନ୍ବିତ କରିବା ପାଇଁ ଅନେକ ନୀତିଗତ ନିଷ୍ପତ୍ତି ମଧ୍ୟ ଏହି ସର୍ବଶ୍ରେଷ୍ଠ ପ୍ରଦର୍ଶନକୁ ହାସଲ କରିବାରେ ସହାୟତା ପ୍ରଦାନ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.