ETV Bharat / bharat

Budget 2023: ଜାଣନ୍ତୁ କେଉଁଠୁ ଆସିବ ପଇସା, କେଉଁଠି ହେବ ଖର୍ଚ୍ଚ

author img

By

Published : Feb 1, 2023, 7:33 PM IST

rupee budget
rupee budget

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ବଜେଟ ଆଗତ କରିଛନ୍ତି । ବଜେଟରେ କେଉଁ କ୍ଷେତ୍ରରୁ କେତେ ଆସିବ ଓ କେଉଁ କ୍ଷେତ୍ରକୁ ଯିବ ସେ ଉପରେ ନଜର ପକାନ୍ତୁ ।

ନୂଆଦିଲ୍ଲୀ: ଲୋକସଭାରେ ବୁଧବାର ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସଂସଦରେ ମୋଟ ୪୫ ଟ୍ରିଲିୟନ ବା ୪୫ ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି । ପୂର୍ବାହ୍ନ ୧୧ଟାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ଚିଠା ଖୋଲିଛନ୍ତି । ବଜେଟରେ ଅର୍ଥମନ୍ତ୍ରୀ ଯାହା ବ୍ୟୟବରାଦ କରିଛନ୍ତି ତାହା କେଉଁଠୁ ଆସିବ ଓ କେଉଁ କ୍ଷେତ୍ରରେ ଖର୍ଚ୍ଚ ହେବ ଆସନ୍ତୁ ଜାଣିବା । ମୋଟ ବଜେଟକୁ ୧ ଟଙ୍କା ହିସାବ କଲେ କେତେ ପଇସା କେଉଁ କ୍ଷେତ୍ରରୁ ଆସିବ ଓ କେତେ ପଇସା କେଉଁ କ୍ଷେତ୍ରକୁ ଯିବ ତାହା ଉପରେ ନଜର ପକାନ୍ତୁ ।

Budget 2023
Budget 2023: ଜାଣନ୍ତୁ କେଉଁଠୁ ଆସିବ ପଇସା, କେଉଁଠି ହେବ ଖର୍ଚ୍ଚ

ଏହା ବି ପଢନ୍ତୁ- Education Budget 2023: ଶିକ୍ଷା କ୍ଷେତ୍ରକୁ ସବୁଠୁ ଅଧିକ ଅର୍ଥ ଆବଣ୍ଟନ, 8% ବ୍ୟୟ ଅଟକଳ ବୃଦ୍ଧି

ଟଙ୍କାଟିଏ କେଉଁ କ୍ଷେତ୍ରରୁ ଆସିବ ?

୧. ଋଣ ଓ ଅନ୍ୟାନ୍ୟ ଦେୟ-୩୪ ପଇସା

୨. କର୍ପୋରେଟ୍‌ ଟିକସ-୧୫ ପଇସା

୩. ଆୟକର-୧୫ ପଇସା

୪. ସୀମା ଶୁକ୍ଳ-୫ ପଇସା

୫. ଜିଏସଟି -୧୬ ପଇସା

୬. କେନ୍ଦ୍ରୀୟ ଅବକାରୀ ଟିକସ-୭ ପଇସା

୭. ଅଣ ଟିକସ ରାଜସ୍ବ-୫ ପଇସା

୮. ଅଣ ଋଣ ପୁଞ୍ଜି ରସିଦ-୨ ପଇସା

ଟଙ୍କାଟିଏ କେଉଁ କ୍ଷେତ୍ରକୁ ଯିବ ?

୧. ରାଜ୍ୟ ଟିକସ ଓ ଶୁକ୍ଳ ଭାଗ-୧୮ ପଇସା

୨. ସୁଧ ପରିଶୋଧ-୨୦ ପଇସା

୩. କେନ୍ଦ୍ରୀୟ ସ୍କିମ୍‌-୧୭ ପଇସା

୪. ଅର୍ଥ ଆୟୋଗ ଓ ଅନ୍ୟାନ୍ୟ ବ୍ୟୟ-୯ ପଇସା

୫. କେନ୍ଦ୍ର ପ୍ରୟୋଜିତ ସ୍କିମ୍‌-୯ ପଇସା

୬. ପ୍ରତିରକ୍ଷା- ୮ ପଇସା

୭. ସବସିଡି-୭ ପଇସା

୮. ପେନସନ-୪ ପଇସା

୯. ଅନ୍ୟାନ୍ୟ ବ୍ୟୟ-୮ ପଇସା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.