ETV Bharat / bharat

ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ପନ୍ନୁ ଦେଲା ହତ୍ୟା ଧମକ, ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ବନ୍ଦ କରିବାକୁ ଚେତାବନୀ

author img

By ETV Bharat Odisha Team

Published : Jan 19, 2024, 10:58 AM IST

Updated : Jan 19, 2024, 11:30 AM IST

Pannu Threatened Chief Minister Yogi: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ଦେଲା ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁ । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ବନ୍ଦ କରିବାକୁ ମଧ୍ୟ ଦେଲା ଧମକ । ଅଧିକ ପଢନ୍ତୁ
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ

ଲକ୍ଷ୍ମୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ । ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତଓ୍ବନ୍ତ ସିଂ ପନ୍ନୁ ଏହି ହତ୍ୟା ଧମକ ଦେଇଥିବା ଜଣାପଡିଛି । ଏଥିସହ ଜାନୁଆରୀ 22ରେ ଅଯୋଧ୍ୟାରେ ଶ୍ରୀରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ କରାଇ ନଦେବା ପାଇଁ ସେ ଧମକ ଦେଇଛି । ତେବେ ଅଯୋଧ୍ୟାରେ ଉତ୍ତରପ୍ରଦେଶ ଏଟିଏସ 3 ଜଣ ଖଲିସ୍ତାନୀଙ୍କୁ ହେପାଜତରେ ନେବା ପରେ ଏହି ଧମକପୂର୍ଣ୍ଣ ଅଡିଓ ଜାରି କରିଛି ପନ୍ନୁ । ଅଡିଓରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ ଦେବା ସହ ଜାନୁଆରୀ 22ରେ ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ବନ୍ଦ କରିଦେବା ନେଇ କହିଛି । ଏଥିସହ ଖଲିସ୍ତାନୀ ସାଥିମାନଙ୍କୁ ଅଯଥାରେ ହଇରାଣ ନ କରିବାକୁ ପନ୍ନୁ ଚେତାବନୀ ଦେଇଛି ।

ଅଯୋଧ୍ୟାରେ ୟୁପି ଏଟିଏସ 3ଜଣ ଖଲିସ୍ତାନୀଙ୍କୁ ହେପାଜତରେ ନେବା ପରେ ଏହି ଧମକପୂର୍ଣ୍ଣ ଅଡିଓ ଜାରି କରିଛି ପନ୍ନୁ । ୟୁନାଇଟେଡ କିଙ୍ଗଡମର ଏକ ନମ୍ବରରୁ ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁ ଏହି ରେକଡିଂ ଜାରି କରିଛି । ଅଡିଓ ଅନୁଯାୟୀ, " ଅଯୋଧ୍ୟାରେ ୟୁପି ପୋଲିସ 3 ଜଣଙ୍କୁ ଗିରଫ କରି ତାଙ୍କ ବିରୋଧରେ ମିଛ କେସ କରି ଫସାଇବାକୁ ଚାହୁଁଛି । ତାଙ୍କ ଉପରେ ଅତ୍ୟାଚାର କରାଯାଉଛି । ତାଙ୍କୁ ଛଡ଼ାନଗଲେ 22 ଜାନୁଆରୀରେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହକୁ ଏସଏଫଜେ ପାଖରୁ କେହି ବଞ୍ଚାଇପାରିବେ ନାହିଁ । ଏସଏଫଜେ ପକ୍ଷରୁ 22 ଜାନୁଆରୀରେ ଏହାର ଜବାବ ଦିଆଯିବ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ରାଜନୈତିକ ହତ୍ୟା କରାଯିବ ବୋଲି ଏହି ଅଡିଓରେ କୁହାଯାଇଛି ।

ଏହାମଧ୍ୟ ପଢନ୍ତୁ.. ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ, ଖଲିସ୍ତାନୀ ଆତଙ୍କୀ ପନ୍ନୁ କହିଲା ଗଣତନ୍ତ୍ର ଦିବସରେ ଉଡ଼ାଇ ଦେବୁ

ଗୁରୁବାର ଦିନ ଅଯୋଧ୍ୟାରୁ 3 ଜଣ ସନ୍ଦିଗ୍ଧ ଯୁବକଙ୍କୁ ହେପାଜତରେ ନେଇଥିଲା ୟୁପି ଏଟିଏସ । 3 ଜଣଙ୍କୁ ଏଟିଏସ ହେପାଜତରେ ନେଇ ପଚରାଉଚରା କରୁଛି । ଅଟକ 3 ଜଣ ଅର୍ଶ ଡାଲା ଗ୍ୟାଙ୍ଗର ସଦସ୍ୟ ହୋଇଥିବା ନେଇ କୁହାଯାଉଛି। ଏହି ସଂଗଠନକୁ ଭାରତ ସରକାରଙ୍କ ପକ୍ଷରୁ ଆତଙ୍କୀ ସଂଗଠନ ଘୋଷଣା କରାଯାଇଛି । ତେବେ ହେପାଜତରେ ଥିବା 3 ଜଣ ସଦସ୍ୟଙ୍କ ସେହି ଗ୍ୟାଙ୍ଗର ସଦସ୍ୟ କି ନୁହେଁ ସେନେଇ ଉତ୍ତରପ୍ରଦେଶ ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ ।

ଏହା ପୂର୍ବରୁ ଜାନୁଆରୀ 16 ତାରିଖରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ହତ୍ୟା ଧମକ ଦେଇଥିଲା ଆତଙ୍କବାଦୀ ପନ୍ନୁ । ଜାନୁଆରୀ 26 ତାରିଖ ଅର୍ଥାତ୍ ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆକ୍ରମଣ କରିବା ପାଇଁ ଗ୍ୟାଙ୍ଗଷ୍ଟାରମାନଙ୍କୁ ଏକାଠି ହେବା ପାଇଁ ନିବେଦନ କରିଛି ପନ୍ନୁ । ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ସହ ରାଜ୍ୟ ପୋଲିସ ନିର୍ଦ୍ଦେଶକ ଗୌରବ ଯାଦବଙ୍କୁ ମଧ୍ୟ ହତ୍ୟା କରିବା ନେଇ ଖୋଲାଖୋଲି ଧମକ ଦେଇଛି ପନ୍ନୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Jan 19, 2024, 11:30 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.