ETV Bharat / bharat

ବନ୍ଦ ଡାକରାରେ PFIର ହିଂସାକାଣ୍ଡ: 5କୋଟି କ୍ଷତି ପୂରଣ ଦେବେ ସାଧାରଣ ସମ୍ପାଦକ

author img

By

Published : Sep 29, 2022, 7:37 PM IST

kerala-high-court-directs-pfi-to-deposit-five-crores-for-damages-occurred-during-protest
ବନ୍ଦ ଡାକରାରେ PFIର ହିଂସାକାଣ୍ଡ: 5 କୋଟି କ୍ଷତି ପୂରଣ ଦେବେ ସାଧାରଣ ସମ୍ପାଦକ

ବନ୍ଦ ଡାକରା ନାଁରେ ହିଂସାକାଣ୍ଡ ଘଟାଇବା ମହଙ୍ଗା ପଡ଼ିଲା । ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ କେରଳର ସାଧାରଣ ସମ୍ପାଦକ ଅବଦୁଲ୍‌ ସତ୍ତାରଙ୍କୁ ୫.୨୦ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ।

ଥିରୁଅନନ୍ତପୁରମ: ବନ୍ଦ ଡାକରା ନାଁରେ ହିଂସାକାଣ୍ଡ ଘଟାଇବା ମହଙ୍ଗା ପଡ଼ିଲା । ହିଂସାକାଣ୍ଡରେ ହୋଇଥିବା କ୍ଷତି ବାବଦକୁ ଭରଣା କରିବାକୁ ନିର୍ଦ୍ଦେଶ ଦେଲେ କେରଳ ହାଇକୋର୍ଟ । NIAର କାର୍ଯ୍ୟାନୁଷ୍ଠାନ ବିରୋଧରେ କେରଳରେ ବନ୍ଦ ଡାକରା ଦେଇଥିଲା PFI । ଏହି ସମୟରେ ଅନେକ ସ୍ଥାନରେ ହିଂସାକାଣ୍ଡ ଘଟାଇବା ସହ ପୋଲିସକୁ ଆକ୍ରମଣ କରାଯାଇଥିଲା (damages occurred during PFI protest)। ଏହାକୁ ନେଇ ଶୁଣାଣି କରି କେରଳ ହାଇକୋର୍ଟ ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ କେରଳର ସାଧାରଣ ସମ୍ପାଦକ ଅବଦୁଲ୍‌ ସତ୍ତାରଙ୍କୁ ୫.୨୦ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ବି ପଢ଼ନ୍ତୁ: 5ବର୍ଷ ବ୍ୟାନ ପରେ ଭାଙ୍ଗିଲା PFI, ମତ ରଖିଲା ସଂଗଠନ

ଖାଲି ସେତିକି ନୁହେଁ ଆଗାମୀ ଦୁଇ ସପ୍ତାହ ମଧ୍ୟରେ ଏହି କ୍ଷତି ଭରଣା ଟଙ୍କା ଦେବାକୁ ହେବ । କେରଳ ସଡକ ପରିବହନ ନିଗମ ପକ୍ଷରୁ ଏହି କ୍ଷତି ଆକଳନ କରାଯାଇଥିଲା । ବନ୍ଦ ଡାକରା ବେଳେ ଅନେକ ସରକାରୀ ସମ୍ପତ୍ତି ନଷ୍ଟ କରିବା ସହ ଯାନବାହାନରେ ଭଙ୍ଗାରୁଜା କରିଥିଲେ PFI କର୍ମକର୍ତ୍ତା । ତା ସହିତ କେତେକ ରାଜନୈତିକ ଦଳ ଓ ସଂଘ କାର୍ଯ୍ୟାଳୟ ଭଙ୍ଗାରୁଜା ମଧ୍ୟ କରିଥିଲେ । ଏହାକୁ ନେଇ କେରଳ ସଡକ ପରିବହନ ନିଗମ ପକ୍ଷରୁ କ୍ଷତି ଆକଳନ କରାଯାଇଥିଲା ।

ସେପ୍ଟେମ୍ବର ୨୩ ତାରିଖରେ PFI ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିଲା । PFI ଉପରେ କାର୍ଯ୍ୟାନୁଷ୍ଠାନ ନେଇ NIA ୧୦୬ ଜଣ ସଞ୍ଚାଳକଙ୍କୁ ଗିରଫ କରିଥିଲା । ଏହାପରେ ବନ୍ଦ ଡାକରା ଦିଆଯାଇଥିଲା । ବର୍ତ୍ତମାନ ଗୃହମନ୍ତ୍ରଣାଳୟ ଏହି ସଂଗଠନକୁ ବ୍ୟାନ କରିଥିବା ବେଳେ ଏହାକୁ ଗ୍ରହଣ କରିଛି PFI । ଏହାସତ୍ତ୍ବେ ସଂଗଠନକୁ କ୍ଷତିପୂରଣ ଦେବାକୁ କେରଳ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବନ୍ଦ ଡାକରା ହିଂସାକାଣ୍ଡ ପରେ କୋର୍ଟ ନିଜଆଡ଼ୁ ଏହାକୁ ନେଇ ତଦନ୍ତ କରାଇବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସରକାରଙ୍କ ରିପୋର୍ଟ ପରେ କୋର୍ଟ ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ କେରଳର ସାଧାରଣ ସମ୍ପାଦକ ଅବଦୁଲ୍‌ ସତ୍ତାରଙ୍କୁ କ୍ଷତି ପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହାକୁ ନେଇ କେରଳ ହାଇକୋର୍ଟ କହିଛନ୍ତି, "ସେପ୍ଟେମ୍ବର ୨୩ ତାରିଖରେ PFI କର୍ମକର୍ତ୍ତା ଯେଉଁଭଳି ହିଂସାକାଣ୍ଡ ଘଟାଇଥିଲେ । ସାରା ରାଜ୍ୟ ତାହାର ସାକ୍ଷୀ ରହିଥିଲା । ଏଭଳି ବ୍ୟବହାର ଓ ଘଟଣା ଆଇନସଙ୍ଗତ ନୁହେଁ । ରାଜନୈତିକ, ଗୋଷ୍ଠୀ, ସଂଘମତ ନିର୍ବିଶେଷରେ କୌଣସିମତେ ସାଧାରଣ ଜନତାଙ୍କ ଜୀବନ ବିପଦରେ ପକାଯାଇ ପାରିବ ନାହିଁ । କୋର୍ଟ ଯାହା ବାର୍ତ୍ତା ଦେବାକୁ ଚାହୁଁଛନ୍ତି ତାହା ସ୍ପଷ୍ଟ, କୌଣସି ପରିସ୍ଥିତିରେ ଏହାକୁ କେହି ଉଲ୍ଲଂଘନ କଲେ ଦଣ୍ଡ ଭୋଗିବେ । କୌଣସି ଘଟଣା ଉଦ୍ଦେଶ୍ୟକୁ ନେଇ ଅସହମତି ଥିଲେ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.