ETV Bharat / bharat

ଭୟ ବଢାଉଛି କୋରୋନାର ନୂଆ ଭାରିଏଣ୍ଟ, ପୁଣି ମାସ୍କ ବାଧ୍ୟତାମୂଳକ

author img

By ETV Bharat Odisha Team

Published : Dec 19, 2023, 7:54 AM IST

Updated : Dec 19, 2023, 9:34 AM IST

JN 1 Subvariant Scare: କୋରୋନାର ନୂଆ ଭାରିଏଣ୍ଟକୁ ଦୃଷ୍ଟିରେ ରଖି ସଜାଗ କର୍ଣ୍ଣାଟକ ସରାକାର । ରାଜ୍ୟରେ ମାସ୍କ ବରିଷ୍ଠଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଅଧିକ ପଢ଼ନ୍ତୁ

mask mandatory
କର୍ଣ୍ଣାଟକରେ ମାସ୍କ ବାଧ୍ୟତାମୂଳକ

ବେଙ୍ଗାଲୁରୁ: ପୁଣି ଭୟ ବଢାଇଲାଣୀ କରୋନା ମାହାମାରୀ । କୋରୋନାର ନୂଆ ଭାରିଏଣ୍ଟ ଜେଏନ1କୁ ନେଇ ସମସ୍ତଙ୍କ ମନରେ ଛନକା । କେରଳରେ ପ୍ରଥମ ଥର ଏହି ଭାରିଏଣ୍ଟ ଚିହ୍ନଟ ହେବା ପରେ କର୍ଣ୍ଣାଟକ ସରକାର ସଜାଗ ହୋଇଯାଇଛନ୍ତି । ପୁଣି ଫେରିଲା କରୋନା କଟକଣା । ରାଜ୍ୟରେ ମାସ୍କ ପରିଧାନ କରିବା ବାଧ୍ୟତାମୂଳକ କରାଯାଇଛି । 60 ବର୍ଷରୁ ଅଧିକ ବୟସ୍କ ଲୋକ ଯେଉଁମାନେ ହୃଦରୋଗ, କିଡନୀ ରୋଗ, ଜ୍ୱର ଓ ଥଣ୍ଡାରେ ପିଡିତ ଅଛନ୍ତି ସେମାନଙ୍କୁ ମାସ୍କ ପରିଧାନ କରିବା ବାଧ୍ୟତାମୂଳକ କରାଯାଇଛି ।

କର୍ଣ୍ଣାଟକର ସ୍ୱାସ୍ଥ୍ୟମନ୍ତ୍ରୀ ଦୀନେଶ ଗୁଣ୍ଡୁ ରାଓ କହିଛନ୍ତି ଯେ, କେରଳରେ କରୋନା ଭାଇରସର JN.1 ସବଭାରିଏଣ୍ଟ ଚିହ୍ନଟ ହେବା ପରେ କର୍ଣ୍ଣାଟକ ସରକାର ସଜାଗ ହୋଇପଡିଛନ୍ତି । ଏହି ନୂଆ ଭାରିଏଣ୍ଟ ରାଜ୍ୟରେ ଚିହ୍ନଟ ହେବା ପୂର୍ବରୁ ସରାକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ । ଆଜି ଏନେଇ ନିର୍ଦ୍ଦେଶ ନାମା ଜାରି କରିବେ । ଦିନକ ପୂର୍ବେ ବୈଷୟିକ ପରାମର୍ଶଦାତା କମିଟି ସହ ବୈଠକ କରାଯାଇଥିଲା । ବୈଠକରେ କରୋନାର ନୂଆ ଭାରିଏଣ୍ଟ ପାଇଁ କଣ ପଦକ୍ଷେପ ନିଆଯିବା ଉଚିତ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। କେନ୍ଦ୍ର ସରକାରଙ୍କ ସହ ମଧ୍ୟ ଆଲୋଚନା ହୋଇଥିଲା । ବୈଠକରେ ନୂଆ ଭାରିଏଣ୍ଟକୁ ନେଇ କିଛି ପରାମର୍ଶ ଦିଆଯାଇଥିଲା । ହୃଦରୋଗ, କିଡନୀ ରୋଗ, ଜ୍ୱର ଓ ଥଣ୍ଡାରେ ପୀଡ଼ିତ ହୋଇଥିବା 60 ବର୍ଷରୁ ଉର୍ଦ୍ଧ୍ୱ ଲୋକମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-5ମୁଣ୍ଡ ନେଲା ନୂଆ ଭାରିଆଣ୍ଟ, ଆଡଭାଇଜରୀ ଜାରି କଲା WHO

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଡାକ୍ତରଖାନାରେ ଆବଶ୍ୟକ ପ୍ରସ୍ତୁତି ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆୟାଇଛି । କୋଡାଗୁ, ମାଙ୍ଗାଲୁରୁ ଏବଂ ଚାମରାଜାନଗର ଭଳି ସୀମାନ୍ତ ଜିଲ୍ଲାରେ ଅଧିକ ସତର୍କ ରହିବାକୁ ନିର୍ଦ୍ଦେଶ ରହିଛି । ନିଶ୍ବାସ ପ୍ରଶ୍ବାସରେ ସମସ୍ୟା ଏବଂ ଅନ୍ୟାନ୍ୟ ସମସ୍ୟାରେ ପୀଡ଼ିତ ବ୍ୟକ୍ତିଙ୍କ ପାଇଁ କରୋନା ପରୀକ୍ଷା ବାଧ୍ୟତାମୂଳକ । ତାପରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଛି ନା ନାହିଁ ତାହା ଜଣାପଡ଼ିବ । ଏହାପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ । ସୀମାନ୍ତ ଜିଲ୍ଲାଗୁଡ଼ିକରେ କୋରୋନା ପରୀକ୍ଷା ଅଧିକ କରାଯିବ । ବର୍ତ୍ତମାନ ପରିସ୍ଥିତି ଭଲ ଥିବାରୁ କୌଣସି ଆତଙ୍କିତ ହେବାର ନାହିଁ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।

କେରଳରେ ଜେଏନ୍‌1 ବର୍ତ୍ତମାନ ସମୟରେ ଚିନ୍ତାର କାରଣ ସାଜିଛି । କୋଭିଡ୍‌ ଟିକା ନେଇଥିବା ବ୍ୟକ୍ତି ମଧ୍ୟ ଏହି ଭାରିଆଣ୍ଟ୍‌ରେ ଆକ୍ରାନ୍ତ ହୋଇପାରନ୍ତି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି । ବର୍ତ୍ତମାନ କେରଳର ଜଣେ 79 ବର୍ଷୀୟ ବୟସ୍କା ଏହି ଭାରିଆଣ୍ଟ୍‌ର ଶିକାର ହୋଇଥିବା ବେଳେ ତାଙ୍କର ଚିକିତ୍ସା ଜାରି ରହିଛି। ଦେଶରେ 1828 କୋରୋନା ଆକ୍ଟିଭ କେଶ୍‌ ରହିଛି । କେରଳରେ ଜଣେ କୋଭିଡ ଆକ୍ରାନ୍ତଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା ।

Last Updated :Dec 19, 2023, 9:34 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.