ETV Bharat / bharat

Delhi Liquor Scam: ଆହୁରି ୧୪ ଦିନ ନ୍ୟାୟିକ ହେପାଜତରେ ରହିବେ ସଞ୍ଜୟ ସିଂ

author img

By ETV Bharat Odisha Team

Published : Oct 27, 2023, 5:15 PM IST

judicial custody of sanjay singh extended
ଆପ୍ ସାଂସଦ ସଞ୍ଜୟ ସିଂଙ୍କୁ ମିଳିଲାନି ଆଶ୍ବସ୍ତି

ବଢିଲା ଆପ୍ ସାଂସଦ ସଞ୍ଜୟ ସିଂଙ୍କ ଅଡୁଆ । ଅବକାରୀ ଦୁର୍ନୀତିରେ ଛନ୍ଦି ହୋଇଥିବା ସଞ୍ଜୟ ସିଂଙ୍କ ନ୍ୟାୟିକ ହେପାଜତକୁ ଅବଧିକୁ ୧୦ ନଭେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲା । ଆପ୍ ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ ମିଳିଲାନି ଆଶ୍ବସ୍ତି । ସଞ୍ଜୟଙ୍କ ନ୍ୟାୟିକ ହେପାଜତକୁ ଅବଧିକୁ ଆହୁରି ୧୪ ଦିନ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ଅଦାଲତ । ରାଉଜ ଏଭେନ୍ୟୁ ଅଦାଲତରେ ପହଞ୍ଚିବା ପରେ ସଞ୍ଜୟ କହିଥିଲେ, "ସରକାରଙ୍କ ବିରୋଧରେ ସଂଘର୍ଷ ଏମିତି ଜାରି ରହିବ ।"ତେବେ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆପ୍ ନେତା ସଞ୍ଜୟ ସିଂଙ୍କୁ ଗତ ୪ ଅକ୍ଟୋବରରେ ତାଙ୍କ ସରକାରୀ ବାସଭବନରୁ ଗିରଫ କରିଥିଲା ଇଡି । ଆଜି ତାଙ୍କର ୧୪ ଦିନିଆ ନ୍ୟାୟିକ ହେପାଜତ ଶେଷ ହେବାକୁ ଥିବାବେଳେ କୋର୍ଟରେ ହାଜର କରାଯାଇଥିଲା । ହେଲେ ପୁଣି ଥରେ ଏହି ଅବଧିକୁ ୧୦ ନଭେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

  • #WATCH AAP सांसद संजय सिंह को दिल्ली की राउज एवेन्यू कोर्ट में लाया गया। दिल्ली की राऊज एवेन्यू कोर्ट ने AAP नेता संजय सिंह को 10 नवंबर, 2023 तक आगे की न्यायिक हिरासत में भेज दिया।

    उन्हें ED ने दिल्ली एक्साइज पॉलिसी मामले में 4 अक्टूबर को गिरफ्तार किया था। pic.twitter.com/vmaXEyhoEf

    — ANI_HindiNews (@AHindinews) October 27, 2023 " class="align-text-top noRightClick twitterSection" data=" ">

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ସାଂସଦ ସଞ୍ଜୟ ସିଂଙ୍କ ଅଡୁଆ ବଢିଛି । ଏହା ପୂର୍ବରୁ ଆପ ସାଂସଦଙ୍କ ସହ ଘନିଷ୍ଠ ଥିବା ଅନ୍ୟ ନେତାଙ୍କ ବାସଭବନରେ ମଧ୍ୟ ଚଢାଉ କରିଥିଲା ଇଡି । ଇଡି ଦାଖଲ କରିଥିବା ଚାର୍ଜସିଟରେ ସଞ୍ଜୟଙ୍କ ନାଁ ଥିବାବେଳେ ତାଙ୍କୁ ନ୍ୟାୟିକ ହେପାଜତକୁ ନିଆଯାଇଥିଲା । ଗତ ଅକ୍ଟୋବର ୧୭ ତାରିଖରେ ସଞ୍ଜୟ ଆବେଦନ କରିଥିବା ପିଟିସନର ଶୁଣାଣି ହୋଇଥିଲା ।

ଅକ୍ଟୋବର ୨୦ରେ ସଞ୍ଜୟଙ୍କ ଗିରଫଦାରୀ ଓ ରିମାଣ୍ଡର ଶୁଣାଣି କରିଥିଲେ ଦିଲ୍ଲୀ ହାଇକୋର୍ଟ । ସେହି ସମୟରେ ସଞ୍ଜୟଙ୍କ ଜାମିନ ଆବେଦନକୁ ଇଡି ବିରୋଧ କରିଥିଲା । ଇଡି ଯୁକ୍ତି କରିଥିଲା ଯେ, ଗିରଫଦାରୀ ଦ୍ବାରା ତାଙ୍କର କୌଣସି ମୌଳିକ ଅଧିକାର କ୍ଷୂର୍ଣ୍ଣ ହୋଇନାହିଁ । ଏପରିକି କୌଣସି ମୌଳିକ ଅଧିକାର ଉଲ୍ଲଙ୍ଘନ କରାଯାଇନାହିଁ । ଇଡିର ଯୁକ୍ତି ପରେ ସଞ୍ଜୟ ସିଂଙ୍କ ଆବେଦନ ଉପରେ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ ।

ଏହା ବି ପଢନ୍ତୁ...ED ରାଡାରରେ AAP ନେତା, ବିଧାୟକ ଅମାନୁତଲ୍ଲା ଖାନଙ୍କ ଠିକଣାରେ ଚଢାଉ

ସଞ୍ଜୟ ନିଜ ପିଟିସନରେ ଉଲ୍ଲେଖ କରିଥିଲେ, "ସରକାର ନିଜ କ୍ଷମତାର ଦୁରୁପଯୋଗ କରି ମତେ ଉଦ୍ଦେଶ୍ୟମୂଳକ ଭାବେ ଗିରଫ କରିଛନ୍ତି । ମନି ଲଣ୍ଡରିଂ କେବେ ବି ଅତ୍ୟାଚାର ତଥା ଉତ୍ପୀଡନର ହୋଇପାରିବ ନାହିଁ । ଏହି ମାମଲାରେ ଇଡି ମୋତେ ଗୋଟିଏ ବି ସମନ କରି ନାହିଁ । ଅକ୍ଟୋବର 4ତାରିଖରେ ଇଡିର ଅଧିକାରୀମାନେ ହଠାତ୍ ମୋ ଘରେ ପହଞ୍ଚି ମତେ ଖୋଜି ତରବରିଆ ଭାବେ ଗିରଫ କରିଥିଲେ ।" ଏହାସହ ସଞ୍ଜୟଙ୍କ ଓକିଲ ବିକ୍ରମ ଚୌଧୁରୀ ମଧ୍ୟ ଯୁକ୍ତି ବାଢି କହିଛନ୍ତି, "ଏହି ଗିରଫଦାରୀ ଅବୈଧ ଓ ଅସାମ୍ବିଧାନିକ । କ୍ଷମତାର ଦୁରୁପଯୋଗ କରାଯାଇ ଆକ୍ରୋଶମୂଳକ ଭାବେ ତାଙ୍କୁ ଗିରଫ କରାଯାଇଛି ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.