ETV Bharat / bharat

ED ରାଡାରରେ AAP ନେତା, ବିଧାୟକ ଅମାନୁତଲ୍ଲା ଖାନଙ୍କ ଠିକଣାରେ ଚଢାଉ

author img

By ETV Bharat Odisha Team

Published : Oct 10, 2023, 9:40 AM IST

ଦିଲ୍ଲୀର ଆପ୍ ସାଂସଦ ସଞ୍ଜୟ ସିଂହଙ୍କ ପରେ ଏବେ ଇଡି ରାଡାରେ ଆଉ ଜଣେ ଆପ୍ ନେତା । ଆମ ଆଦମୀ ପାର୍ଟି ବିଧାୟକ ଅମାନୁତଲ୍ଲା ଖାନଙ୍କ ଠିକଣାରେ ଚଢାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ: ଇଡି ନିଶାନାରେ ଆପ୍ ନେତା । ସାଂସଦଙ୍କ ପରେ ଏବେ ବିଧାୟକଙ୍କ ପାଳି । ଆପ୍ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହଙ୍କ ପରେ ଏବେ ଆପ୍ ନେତା ତଥା ବିଧାୟକ ଅମାନୁତଲ୍ଲା ଖାନଙ୍କ ଠିକଣାରେ ଚଢାଉ କରିଛି ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ମନି ଲଣ୍ଡରିଂ ମାମଲାରେ ଏହି ରେଡ୍ ହୋଇଥିବା ନେଇ ସୂଚନା ମିଳିଛି ।

ଆଜି ସକାଳୁ ସକାଳୁ ଆପ୍ ନେତା ତଥା ବିଧାୟକ ଅମାନୁତଲ୍ଲା ଖାନଙ୍କ ଘରେ ପହଞ୍ଚିଥିଲା ଇଡି ଟିମ । ଇଡି ଦଳ ରେଡ ଜାରି ରଖିଛି । ଏସିବି ବା ଦୁର୍ନୀତି ନିବାରଣ ବ୍ୟୁରୋ ବିଧାୟକ ଅମାନୁତୁଲ୍ଲାଙ୍କ ବିରୋଧରେ ଦିଲ୍ଲୀ ୱାକ୍ଫ ବୋର୍ଡରେ ହେରାଫେରୀ ଏବଂ ଅନ୍ୟ ଅନିୟମିତତା ସହ ଜଡିତ ଥିବା ନେଇ ମାମଲା ରୁଜୁ ହୋଇଥିଲା । ମାମଲା ଆଧାରରେ ଇଡି ବିଧାୟକ ଅମାନୁତୁଲ୍ଲାଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲାରେ ତଦନ୍ତ ଆରମ୍ଭ କରିଛି ।

ଦିଲ୍ଲୀ ୱାକ୍ଫ ବୋର୍ଡ ଅଧ୍ୟକ୍ଷ ଭାବେ ଆପ୍ ବିଧାୟକ ଅମାନୁତୁଲ୍ଲା ଖାନ କାମ କରିବା ସମୟରେ 32 ଜଣଙ୍କୁ ନିୟମ ଉଲ୍ଲଘଂନ କରି ଏଥିରେ ଭର୍ତ୍ତି କରିଥିଲେ । ଦିଲ୍ଲୀ ୱାକ୍ଫ ବୋର୍ଡ ତତ୍କାଳୀନ ସିଇଓ ଏହି ଅବୈଧ ଭର୍ତ୍ତିକୁ ବିରୋଧ କରିଥିଲେ । ଆପ ବିଧାୟକ ଅମାନୁତୁଲ୍ଲା ଖାନ ଦୁର୍ନୀତି ଓ ପକ୍ଷପାତ କରିଥିବା ଅଭିଯୋଗ କରିଥିଲେ । ଏହା ସହିତ ଦିଲ୍ଲୀ ୱାକ୍ଫ ବୋର୍ଡ ସମ୍ପତ୍ତିକୁ ଭଡାରେ ଦେଇଥିବା ସହ ଧନର ଅପବ୍ୟବହାର କରିଥିବା ଅଭିଯୋଗ ରହିଥିଲା । 2022ରେ ବିଧାୟକ ଅମାନୁତୁଲ୍ଲା ଖାନଙ୍କୁ ଏସିବି ପଚରାଉଚରା କରିଥିଲା । ଏହାପରେ 4ଟି ଠିକଣାରେ ଚଢାଉ ହୋଇଥିଲା । ପାଖାପାଖି 24 ଲକ୍ଷ୍ୟ ଟଙ୍କା ଜବତ କରିଥିଲା ।

ଏହା ବି ପଢନ୍ତୁ...Delhi Liquor Policy Case: AAP ସାଂସଦ ସଂଞ୍ଜୟ ସିଂଙ୍କୁ ଗିରଫ କଲା ED

ଏହା ବି ପଢନ୍ତୁ...ଆପ ସାଂସଦ ସଞ୍ଜୟ ସିଂହଙ୍କ ଘରେ ଇଡି ରେଡ

ପ୍ରକାଶ ଥାଉକି, ଗତ ଅକ୍ଟୋବର 4 ତାରିଖରେ ଦିଲ୍ଲୀର ଆପ୍ ସାଂସଦ ସଞ୍ଜୟ ସିଂହଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରେଡ କରିଥିଲା । ଏହାପରେ ତାଙ୍କୁ ଗିରଫ କରିଥିଲା । ଦିଲ୍ଲୀ ଅବକାରୀ ଦୁର୍ନୀତି ଘୋଟାଲାରେ ଏହି ଛାପା ମରାଯାଇଥିଲା । 6 ଦିନରେ 2ଜଣ ଆପ୍ ନେତାଙ୍କ ଘରେ ରେଡ ହୋଇଛି । ଯାହାକୁ ନେଇ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି । କେବଳ ଆପ୍ ନେତାଙ୍କୁ ଇଡି ଟାର୍ଗେଟ କରୁଥିବା ଚର୍ଚ୍ଚା ହେଉଛି । ପ୍ରଥମେ ମନି ଲଣ୍ଡିଂ ମାମଲାରେ ସତୈନ୍ଦ୍ର ଜୈନଙ୍କୁ ଗିରଫ କରାଯାଇଥିଲା । ଏହାପରେ ମଦ ଦୁର୍ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଗିରଫ କରାଯାଇଥିଲା । ଏବେ ଇଡି ରାଡାରରେ ସାଂସଦ ସଞ୍ଜୟ ସିଂହ ପରେ ବିଧାୟକ ଅମାନୁତଲ୍ଲା ଖାନ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.