ETV Bharat / bharat

Vice Presidential poll: ମିଳିତ ବିରୋଧୀ ପ୍ରାର୍ଥୀଙ୍କୁ JMMର ସମର୍ଥନ

author img

By

Published : Aug 3, 2022, 1:16 PM IST

ମିଳିତ ବିରୋଧୀ ପ୍ରାର୍ଥୀଙ୍କୁ JMMର ସମର୍ଥନ
ମିଳିତ ବିରୋଧୀ ପ୍ରାର୍ଥୀଙ୍କୁ JMMର ସମର୍ଥନ

ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (Jharkhand Mukti Morcha) ବା ଜେଏମଏମ ମିଳିତ ବିରୋଧୀ ଉପରାଷ୍ଟ୍ରପତି ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କୁ ସମର୍ଥନ କରିଛି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆସନ୍ତା 6 ତାରିଖରେ ଉପରାଷ୍ଟ୍ରତି ନିର୍ବାଚନ ଅନୁଷ୍ଠିତ ହେବ । ଏହାରି ଭିତରେ ଉପରାଷ୍ଟ୍ରପତିଙ୍କୁ ବିଭିନ୍ନ ଦଳ ସମର୍ଥନ ଜଣାଇଛନ୍ତି । ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (Jharkhand Mukti Morcha) ବା ଜେଏମଏମ ମିଳିତ ବିରୋଧୀ ଉପରାଷ୍ଟ୍ରପତି ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କୁ ସମର୍ଥନ କରିଛି ।

ବିରୋଧୀ ଉପରାଷ୍ଟ୍ରପତି ପ୍ରାର୍ଥୀ ମାର୍ଗାରେଟଙ୍କୁ ସମର୍ଥନ ଜଣାଇ ଚିଠିରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା କହିଛି, ଆଗାମୀ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀ ପକ୍ଷରୁ ମାର୍ଗାରେଟ ଆଲଭା ପ୍ରାର୍ଥୀ ହୋଇଛନ୍ତି । ଦଳ ଉପରାଷ୍ଟ୍ରପତି ନିର୍ବାଚନରେ ମାର୍ଗାରେଟ ଆଲଭାଙ୍କ ପକ୍ଷରେ ମତଦାନ କରିବାକୁ ନିର୍ଣ୍ଣୟ ନେଇଛି । 6 ଅଗଷ୍ଟକୁ ହେବାକୁ ଥିବା ନିର୍ବାଚନରେ ମାର୍ଗାରେଟ ଆଲଭାଙ୍କୁ ଭୋଟ ଦେବାକୁ ସମସ୍ତ ସାଂସଦଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଏହା ବି ପଢନ୍ତୁ...Vice Presidential poll: NDA ପ୍ରାର୍ଥୀଙ୍କୁ BSPର ସମର୍ଥନ

ସେପଟେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଘୋଷଣା କରିଛି ବିଏସପି । ବିଏସପି ମୁଖ୍ୟ ମାୟାବତୀ ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖରଙ୍କୁ ସମର୍ଥନ କରିବାକୁ ଘୋଷଣା କରିଛନ୍ତି । ଆସନ୍ତା 6 ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ । ଜଗଦୀପ ଧନଖରଙ୍କୁ ଏନଡିଏ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା ବେଳେ ମିଳିତ ବିରୋଧୀ ଦଳ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତ୍ରୀ ମାର୍ଗାରେଟ ଆଲଭାଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରିଛି । ନିକଟରେ ରାଷ୍ଟ୍ରପତି ନିର୍ବାଚନ ଶେଷ ହୋଇଛି । ଦେଶର 15ତମ ରାଷ୍ଟ୍ରପତି ଭାବେ ଆସନ ଅଳଙ୍କୃତ କରିଛନ୍ତି ଦ୍ରୌପଦୀ ମୁର୍ମୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.