ETV Bharat / bharat

Vice Presidential poll: NDA ପ୍ରାର୍ଥୀଙ୍କୁ BSPର ସମର୍ଥନ

author img

By

Published : Aug 3, 2022, 8:44 AM IST

NDA ପ୍ରାର୍ଥୀଙ୍କୁ BSPର ସମର୍ଥନ
NDA ପ୍ରାର୍ଥୀଙ୍କୁ BSPର ସମର୍ଥନ

ଦେଶରେ ଉପରାଷ୍ଟ୍ରପତି ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ବାକି ରହିଛି । ଏହାରି ଭିତରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଘୋଷଣା କରିଛି ବିଏସପି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦେଶରେ ଉପରାଷ୍ଟ୍ରପତି ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ବାକି ରହିଛି । ଏହାରି ଭିତରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଘୋଷଣା କରିଛି ବିଏସପି । ବିଏସପି ମୁଖ୍ୟ ମାୟାବତୀ ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖରଙ୍କୁ ସମର୍ଥନ କରିବାକୁ ଘୋଷଣା କରିଛନ୍ତି ।

  • 2. बीएसपी ने ऐसे में उपराष्ट्रपति पद के लिए हो रहे चुनाव में भी व्यापक जनहित व अपनी मूवमेन्ट को भी ध्यान में रखकर श्री जगदीप धनखड़ को अपना समर्थन देने का फैसला किया है तथा जिसकी मैं आज औपचारिक रूप से घोषणा भी कर रही हूँ। (2/2)

    — Mayawati (@Mayawati) August 3, 2022 " class="align-text-top noRightClick twitterSection" data=" ">

ଟ୍ବିଟ କରି ବିଏସପି ମୁଖ୍ୟ ମାୟାବତୀ ଲେଖିଛନ୍ତି, ''ଉପରାଷ୍ଟ୍ରପତି ପଦ ପାଇଁ ଦେବାକୁ ଥିବା ନିର୍ବାଚନରେ ବିଏସପି ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖରଙ୍କୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛି । ଔପଚାରିକ ଭାବରେ ଘୋଷଣା କରିଥିବା କହିଛନ୍ତି ବିଏସପି ମୁଖ୍ୟ । ବ୍ୟାପକ ଜନହିତକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି ମାୟାବତୀ ।

ପ୍ରାକାଶ ଥାଉ କି, ଆସନ୍ତା 6 ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ । ଜୁଲାଇ 16 ତାରିଖରେ ବିଜେପି ବୈଠକ ପରେ ଧନଖରଙ୍କୁ ଏନଡିଏ ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଜୁଲାଇ 18 ତାରିଖରେ ନାମାଙ୍କନ ଭରିଥିଲେ ଜଗଦୀପ ଧନଖର । ସେହିପରି ମିଳିତ ବିରୋଧୀ ଦଳ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତ୍ରୀ ମାର୍ଗାରେଟ ଆଲଭାଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରିଛନ୍ତି । ଜୁଲାଇ 19 ତାରିଖରେ ନାମାଙ୍କନ ଭରିଥିଲେ ମାର୍ଗାରେଟ ଆଲଭା । ନିକଟରେ ରାଷ୍ଟ୍ରପତି ନିର୍ବାଚନ ଶେଷ ହୋଇଛି । ଦେଶର 15ତମ ରାଷ୍ଟ୍ରପତି ଭାବେ ଆସନ ଅଳକୃତ ରହିଛନ୍ତି ଦ୍ରୌପଦୀ ମୁର୍ମୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.