ETV Bharat / bharat

ଗାଜାରେ ଉଡିଲା ଇସ୍ରାଏଲ ପତାକା ! ନେତାନ୍ୟାହୁଙ୍କ ହୁଙ୍କାର, ମୃତ୍ୟୁସଂଖ୍ୟା 9 ହଜାର ପାର୍

author img

By ETV Bharat Odisha Team

Published : Oct 29, 2023, 11:23 AM IST

Updated : Oct 29, 2023, 11:36 AM IST

23ଦିନରେ ପହଞ୍ଚିଲା ଇସ୍ରାଏଲ-ହମାସ ଯୁଦ୍ଧ । ଶନିବାର ଦିନ ନିଜ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ । ଯୁଦ୍ଧ 2ୟ ପର୍ଯ୍ୟାୟରେ ପହଞ୍ଚିଛି ବୋଲି କହିଛନ୍ତି ନେତାନ୍ୟାହୁ । ଆଉ ମଧ୍ୟ ଯୁଦ୍ଧରେ 9ହଜାର ପାର କରିଛି ମୃତ୍ୟୁସଂଖ୍ୟା ।

ନେତାନ୍ୟାହୁଙ୍କ ହୁଙ୍କାର, "ଦ୍ବିତୀୟ ପର୍ଯ୍ୟାୟରେ ଯୁଦ୍ଧ"
ନେତାନ୍ୟାହୁଙ୍କ ହୁଙ୍କାର, "ଦ୍ବିତୀୟ ପର୍ଯ୍ୟାୟରେ ଯୁଦ୍ଧ"

ହାଇଦ୍ରାବାଦ: "ଦ୍ବିତୀୟ ପର୍ଯ୍ୟାୟରେ ପହଞ୍ଚିଲା ଗାଜା- ଇସ୍ରାଏଲ ଯୁଦ୍ଧ । ଏହି ପର୍ଯ୍ୟାୟ ଲମ୍ବା ଅବଧି ପର୍ଯ୍ୟନ୍ତ ଚାଲିବ ଓ ବହୁ କଷ୍ଟକର ହେବ" । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଶନିବାର ରାତିରେ ନିଜ ଦେଶବାସୀଙ୍କୁ ଏଭଳି କିଛି ଉଦବୋଧନ ଦେଇ କହିବା ପରେ କେବଳ ପାଲେଷ୍ଟାଇନରେ ନୁହେଁ ବରଂ ପୁରା ବିଶ୍ବରେ ଛନକା ପଶିଛି । ଗାଜାରେ ଇସ୍ରାଏଲ ବିଧ୍ୱଂସୀଲୀଳା ଚଳାଇଥିବା ବେଳେ ପୁଣି ଦ୍ବିତୀୟ ପର୍ଯ୍ୟାୟରେ ପ୍ରବେଶ କରିବା ସଙ୍କେତ ଆହୁରି ଭୟକୁ ବହୁଗୁଣା ବଢ଼ାଇଦେଇଛି ।

  • 🇮🇱🇮🇱🇮🇱 Israeli soldiers hang the flag of Israel in Gaza City. 🇮🇱🇮🇱🇮🇱

    Just as the world defeated ISIS, We are defeating Hamas. Radical Islam is the enemy of humanity. Israel is making this world a better place. #HamasISIS pic.twitter.com/6QKc8gUYBb

    — Hananya Naftali (@HananyaNaftali) October 28, 2023 " class="align-text-top noRightClick twitterSection" data=" ">

23 ଦିନରେ ପହଞ୍ଚିଲା ଇସ୍ରାଏଲ-ହମାସ ଯୁଦ୍ଧ । 2 ଦେଶ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି । ଏହାମଧ୍ୟରେ ଗତକାଲି(ଶନିବାର) ରାତିରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ନିଜ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି । ଏହି ସମୟରେ ସେ କହିଥିଲେ ଯେ ହମାସ ବିରୋଧରେ ଯୁଦ୍ଧ ଏବେ ଦ୍ବିତୀୟ ପର୍ଯ୍ୟାୟରେ ପହଞ୍ଚିଛି । ଶୁକ୍ରବାର ରାତିରେ ଇସ୍ରାଇଲ ସେନାଙ୍କ ଗାଜା ସ୍ଥଳ ଭାଗରେ ପ୍ରବେଶ ସହ ଏହି ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି । ତେବେ ଜଳ, ସ୍ଥଳ ଓ ବାୟୁ ତିନି ଦିଗରୁ ଇସ୍ରାଇଲ ଆକ୍ରମଣ ଆହୁରୀ ଜୋରଦାର ଚଳାଇଛି । ଇସ୍ରାଇଲର ଲକ୍ଷ୍ୟ ହେଉଛି ହତ୍ୟାକାରୀ ଶତ୍ରୁକୁ ହରାଇବା ଓ ନିଜ ମାଟିରେ ନିଜ ଅସ୍ତିତ୍ବକୁ ସୁନିଶ୍ଚିତ କରିବା । ଏହି ଯୁଦ୍ଧ ଏବେ ଲମ୍ବା ସମୟ ଧରି ଜାରି ରହିବ ।

ଏହାମଧ୍ୟ ପଢନ୍ତୁ..Turkey Rally Fallout: ଇସ୍ରାଏଲକୁ ଯୁଦ୍ଧ ଅପରାଧୀ କହିଲା ତୁର୍କୀ, କୂଟନୈତିଜ୍ଞଙ୍କୁ ଫେରାଇ ଆଣିଲା ଇସ୍ରାଏଲ

ସେ ଆଉ ମଧ୍ୟ କହିଛନ୍ତି ଯେ, ଦେଶ ବର୍ତ୍ତମାନ କର ବା ମର ସ୍ଥିତି ର ସାମ୍ନା କରୁଛି । ଆଉ ଏହା ମଧ୍ୟ ଆମକୁ ଜଣାଅଛି ଯେ, ଏହା ଶେଷ କିଭଳି ହେବ । ଆମେ କରିବା ଓ ଆମେ ବିଜୟୀ ହେବା ବୋଲି ଆହ୍ବାନ ଦେଇଥିଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ । ଅନ୍ୟପଟେ ହମାସ ବନ୍ଧକ ରଖିଥିବା ଇସ୍ରାଏଲ ସାଧାରଣ ନାଗରିକଙ୍କ ପରିବାର ଲୋକଙ୍କ ସହ ମଧ୍ୟ ପ୍ରଧାନମନ୍ତ୍ରୀ କଥା ହୋଇଥିଲେ । ଓ ସେମାନଙ୍କ ସୁରକ୍ଷା ଦାୟିତ୍ବ ଦେଶର । ସେମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଚେଷ୍ଟା ରହିଛି ଓ ସେମାନଙ୍କୁ ଖୁବ ଶୀଘ୍ର ଉଦ୍ଧାର କରାଯିବ ବୋଲି ଆଶ୍ବସ୍ତି ଦେଇଥିଲେ ।

ତେବେ ଗାଜାରେ ଇସ୍ରାଏଲ ସେନା ପ୍ରବେଶ କରି ଗ୍ରାଉଣ୍ଡ ଅପରେସନ ଜୋରଦାର କରିଥିବା ବେଳେ ଏହାରି ମଧ୍ୟରେ କିଛି ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଇସ୍ରାଏଲ ସେନା ଗାଜାରେ କିଛି ଅଞ୍ଚଳରେ ଇସ୍ରାଇଲ ପତାକା ଉଡାଉଥିବା ଦେଖିବାକୁ ମିଳିଛି ।

ଏହାମଧ୍ୟ ପଢନ୍ତୁ..Israel-Palestine war: ଗାଜାରେ ମୃତ୍ୟୁସଂଖ୍ୟା 7 ହଜାର ପାର, 24 ଘଣ୍ଟାର ଗ୍ରାଉଣ୍ଡ ଅପରେସନରେ ଗଲା 377 ଜୀବନ !

ଅନ୍ୟପଟେ ଯୁଦ୍ଧରେ 2ଦେଶରେ ମୃତ୍ୟୁସଂଖ୍ୟା 9 ହଜାର ପାର କରିଛି । ଗାଜାରେ 8ହଜାରରୁ ଊର୍ଦ୍ଧ୍ୱ ପ୍ରାଣହାନୀ ଘଟିଥିବା ବେଳେ ଇସ୍ରାଏଲରେ ପାଖାପାଖି 1400 ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ 2 ଦିନ ପରେ ଗାଜା ପଟ୍ଟିରେ ଇଣ୍ଟରନେଟ୍‌ ସେବା ଉପଲବ୍ଧ ହୋଇଛି । ଶୁକ୍ରବାର ଦିନ ଇସ୍ରାଏଲ ବୋମାମାଡ଼ରେ ଇସ୍ରାଏଲରେ ଇଣ୍ଟରନେଟ୍‌ ସେବା ଠପ ହୋଇଯାଇଥିଲା । ପରେ ରବିବାର ଇଣ୍ଟରନେଟ୍‌ ସେବା ପୁନଃଚାଲୁ ହୋଇଥିବା ନେଇ ଗ୍ଲୋବାଲ୍‌ ମନିଟର ନେଟବ୍ଲକ୍ସ ପକ୍ଷରୁ ସୂଚନା ଦିଆଯାଇଛି । 2 ଦିନ ହେଲା ଗାଜାରେ ଇଣ୍ଟରନେଟ୍‌ ସେବା ବନ୍ଦ ରହିଥିଲା ।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରାଏଲ-ଗାଜା ଯୁଦ୍ଧ ସମ୍ବନ୍ଧରେ ଇଜିପ୍ଟ ରାଷ୍ଟ୍ରପତି ଅବଦଲ ଫତେହ ଏଲ୍‌ ସିସିଙ୍କ ସହ ଟେଲିଫୋନ୍‌ ମାଧ୍ୟମରେ ଆଲୋଚନା କରିଛନ୍ତି । ଗାଜା ସ୍ଥିତି, ଆତଙ୍କବାଦ, ହିଂସା ଓ ସାଧାରଣ ନାଗରିକଙ୍କ ମୃତ୍ୟୁକୁ ନେଇ ଚିନ୍ତାପ୍ରକଟ କରିଥିଲେ 2 ନେତା ଓ ଗାଜା ସାଧାରଣ ନାଗରିକଙ୍କ ପାଖରେ ଆବଶ୍ୟକୀୟ ସହାୟତା ଯୋଗାଇବା ବିଷୟରେ କଥା ହୋଇଥିଲେ । ଆଉ ମଧ୍ୟ ଦୁଇ ଦେଶର ଦ୍ବିପାକ୍ଷିକ ସମ୍ପର୍କକୁ ନେଇ ଆଲୋଚନା ହୋଇଥିବା ସୂଚନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Oct 29, 2023, 11:36 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.