ETV Bharat / international

Israel-Palestine war: ଗାଜାରେ ମୃତ୍ୟୁସଂଖ୍ୟା 7 ହଜାର ପାର, 24 ଘଣ୍ଟାର ଗ୍ରାଉଣ୍ଡ ଅପରେସନରେ ଗଲା 377 ଜୀବନ !

author img

By ETV Bharat Odisha Team

Published : Oct 29, 2023, 6:35 AM IST

ଗାଜାରେ ମୃତ୍ୟୁସଂଖ୍ୟା 7 ହଜାର ପାର କରିଥିବା ପାଲେଷ୍ଟାଇନର ଦାବି । ଗ୍ରାଉଣ୍ଡ ଅପରେସନରେ ଶୁକ୍ରବାର ସଂଧ୍ୟାରୁ ଏବେ ମଧ୍ୟରେ ମାତ୍ର 24 ଘଣ୍ଟାରେ ଗଲାଣି 377 ଜୀବନ ଯାଇଥିବା ଅଭିଯୋଗ । ଅଧିକ ପଢ଼ନ୍ତୁ

ଇସ୍ରାଏଲ ଗ୍ରାଉଣ୍ଡ ଅପରେସନ ପରେ ଶୁକ୍ରବାର ସଂଧ୍ୟାରେ ଗଲାଣି 377 ଜୀବନ !
ଇସ୍ରାଏଲ ଗ୍ରାଉଣ୍ଡ ଅପରେସନ ପରେ ଶୁକ୍ରବାର ସଂଧ୍ୟାରେ ଗଲାଣି 377 ଜୀବନ !

ହାଇଦ୍ରାବାଦ: ପ୍ରାୟ ଦୁଇ ସପ୍ତାହରୁ ଅଧିକ ସମୟ ଧରି ପ୍ରଚଣ୍ଡ ଏୟାର ଷ୍ଟ୍ରାଇକ୍‌ କରିବା ପରେ ଗତ ଶୁକ୍ରବାରଠାରୁ ଗାଜାର ଉତ୍ତରାଞ୍ଚଳରେ ଗ୍ରାଉଣ୍ଡ୍‌ ଅପରେସନ ଆରମ୍ଭ କରିଛି ଇସ୍ରାଏଲ ସେନା । ତେବେ ଶୁକ୍ରବାର ସଂଧ୍ୟାରୁ ଗତ ଶନିବାର ମଧ୍ୟରେ (ଗତ 24 ଘଣ୍ଟା ମଧ୍ୟରେ) ପ୍ରାୟ 377 ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ପାଲେଷ୍ଟାଇନ କର୍ତ୍ତୃପକ୍ଷ ଅଭିଯୋଗ କରିଛନ୍ତି । ଏବେ ମଧ୍ୟ ଇସ୍ରାଏଲ ସେନା ଗ୍ରାଉଣ୍ଡ୍‌ ଅପରେସନ ଜାରି ରଖିଛି । ପୁରା ଧ୍ବସ୍ତ ବିଧ୍ବସ୍ତ ହୋଇସାରିଲାଣି ଗାଜା ।

ଅନ୍ୟପଟେ ସମଗ୍ର ଅପରେସନରେ ଗାଜା ପଟିରେ ମୃତ୍ୟୁସଂଖ୍ୟା ପ୍ରାୟ 7 ହଜାରରୁ ଅଧିକ ହୋଇସାରିଥିବା ସନ୍ଦେହ ପ୍ରକାଶ ପାଇଛି । ସେହିପରି ଗାଜା ପଟି ସମେତ ପାଲେଷ୍ଟାଇନ ଓ୍ବେଷ୍ଟବ୍ୟାଙ୍କରେ ମଧ୍ୟ ଇସ୍ରାଏଲ ସେନା ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏଥିରେ 110 ସାଧାରଣ ପାଲେଷ୍ଟାନୀୟ ନାଗରିକଙ୍କ ମୃତ୍ଯୁ ହୋଇଥିବା କୁହାଯାଉଛି । ଅନ୍ୟପଟେ ଆଜି ଜାତିସଂଘରେ ଅସ୍ତ୍ରବିରତି ପ୍ରସ୍ତାବ ସଂଖ୍ୟାଧିକ ରାଷ୍ଟ୍ରଙ୍କ ଭୋଟ ସହ ପାରିତ ହୋଇଛି । ମାତ୍ର ଇସ୍ରାଏଲ, ଆମେରିକା ସମେତ ଏକାଧିକ ପଶ୍ଚିମ ରାଷ୍ଟ୍ର ଏହି ପ୍ରସ୍ତାବ ସମ୍ପର୍କରେ ଭୋଟ ମଧ୍ୟ ଦେଇନାହାନ୍ତି । ଏପରିକି ଭାରତ ମଧ୍ୟ ଏହି ତାଲିକାରେ ସାମିଲ ହୋଇଛି । ତେଣୁ ଏପରି ସ୍ଥିତିରେ ଜାତିସଂଘରେ ପାରିତ ପ୍ରସ୍ତାବର ବାସ୍ତବ କାର୍ଯ୍ୟକାରିତା ଉପରେ ମଧ୍ୟ ପ୍ରଶ୍ନବାଚୀ ଓ ସନ୍ଦେହ ସୃଷ୍ଟି ହୋଇଛି ।

ଏହା ମଧ୍ୟ ପଢନ୍ତୁ :- Cash for Query Row: ହୀରାନନ୍ଦାନୀଙ୍କୁ ସଂସଦ ଓ୍ବେବସାଇଟ୍‌ ଲଗଇନ୍‌ ଡିଟେଲ୍ସ ଦେଇଥିଲେ ମୋଇତ୍ରା !

ଅନ୍ୟପଟେ ଇସ୍ରାଏଲର ଅଭିଯୋଗ ଅନୁସାରେ, ଏବେ ମଧ୍ୟ ହମାସର କିଛି ଆଡ୍ଡା ସକ୍ରିୟ ରହିଛି । ପ୍ରାୟ 229 ଇସ୍ରାଏଲୀ ନାଗରିକ ବନ୍ଧକ ଭାବେ ଏବେ ମଧ୍ୟ ହମାସ ଗୋଷ୍ଠୀର କବଜାରେ ରହିଛନ୍ତି । ହମାସ ସଂଗଠନର ଶେଷ ଆତଙ୍କୀକୁ ନିପାତ କରିବା ପର୍ଯ୍ୟନ୍ତ ଇସ୍ରାଏଲ ସେନା ଅପରେସନ ‘ଆଇରନ ସୋର୍ଡ’ ଜାରି ରଖିବ । ଅକ୍ଟୋବର 7 ତାରିଖରେ ପ୍ରଥମେ ହମାସର ଅତର୍କିତ ରକେଟ୍‌ ମାଡରେ ଇସ୍ରାଏଲରେ ପ୍ରାୟ 14 ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏଥିରେ 3ଶହରୁ ଅଧିକ ଯବାନ ଥିଲେ । କିଛି ସାଧାରଣ ଇସ୍ରାଏଲୀଙ୍କୁ ହମାସ ଅପହରଣ ମଧ୍ୟ କରିନେଇଥିଲା । ଏହା ପରେ ତୁରନ୍ତ ଇସ୍ରାଏଲ ଯୁଦ୍ଧ ଘୋଷଣା କରିବା ସହ ପ୍ରଚଣ୍ଡ ରକେଟ୍‌ ମାଡ ସହ ଏୟାର ଷ୍ଟ୍ରାଇକ୍‌ କରିଥିଲା । ଯାହାକୁ 2 ସପ୍ତାହ ବିତି ଯାଇଥିଲେ ସୁଦ୍ଧା ଘନଘନ ବୋମାମାଡ଼ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.