ETV Bharat / bharat

ଛାତ୍ରଙ୍କ ନିଆରା କୋର୍ଡିଂ ସିଷ୍ଟମ: ଡାକ୍ତର-ନର୍ସଙ୍କୁ ସାହାଯ୍ୟ କରିବ ରବୋର୍ଟ

author img

By

Published : Jun 9, 2022, 1:01 PM IST

ଛାତ୍ରଙ୍କ ନିଆରା କୋର୍ଡିଂ ସିଷ୍ଟମ: ଡାକ୍ତର-ନର୍ସଙ୍କୁ ସାହାଯ୍ୟ କରିବ ରବୋର୍ଟ
ଛାତ୍ରଙ୍କ ନିଆରା କୋର୍ଡିଂ ସିଷ୍ଟମ: ଡାକ୍ତର-ନର୍ସଙ୍କୁ ସାହାଯ୍ୟ କରିବ ରବୋର୍ଟ

ହସ୍ପିଟାଲରେ ସୃଷ୍ଟି ହେଉଥିବା ସମସ୍ୟାର ସମାଧାନ ପାଇଁ ଦୁଇ ଛାତ୍ର ତିଆରି କଲେ କୋଡିଂ ପ୍ରକ୍ରିୟା । ଡାକ୍ତରଖାନାରେ ଡାକ୍ତର ଏବଂ ନର୍ସଙ୍କୁ ସାହାଯ୍ୟ କରିବ ରବୋର୍ଟ । ଅଧିକ ପଢନ୍ତୁ

ବେଙ୍ଗାଲୁରୁ: ହସ୍ପିଟାଲରେ ସୃଷ୍ଟି ହେଉଥିବା ସମସ୍ୟାର ଦୂରୀକରଣ ପାଇଁ ଦୁଇ ଛାତ୍ର ତିଆରି କଲେ କୋଡିଂ ପ୍ରକ୍ରିୟା । ବେଙ୍ଗାଲୁରୁର ଦୁଇ ସ୍କୁଲ୍ ଛାତ୍ର ନିଆରା କୋଡିଂ ପ୍ରସ୍ତୁତ କରି ଏବେ ଚର୍ଚ୍ଚାରେ । ଏହି କୋଡିଂ ମାଧ୍ୟମରେ ହସ୍ପିଟାଲରେ ସୃଷ୍ଟି ହେଉଥିବା ଷ୍ଟାପ୍ ସମସ୍ୟା ଏପରିକି ଜରୁରୀକାଳୀନ ପରିସ୍ଥିତିରେ ପରିବହନ ସମସ୍ୟାକୁ ଦୂର କରିପାରିବ । ବିଶେଷ କରି କୋଭିଡ-୧୯ ମହାମାରୀ ସମୟରେ ଉପୁଜିଥିବା ହସ୍ପିଟାଲରେ ବେଡ୍, ଡାକ୍ତର ଅଭାବ ସମସ୍ୟାର ସମାଧାନ କରିବ ଏହିଂ କୋର୍ଡ ।

ଛାତ୍ରଙ୍କ ନିଆରା କୋର୍ଡିଂ ସିଷ୍ଟମ: ଡାକ୍ତର-ନର୍ସଙ୍କୁ ସାହାଯ୍ୟ କରିବ ରବୋର୍ଟ
ଛାତ୍ରଙ୍କ ନିଆରା କୋର୍ଡିଂ ସିଷ୍ଟମ: ଡାକ୍ତର-ନର୍ସଙ୍କୁ ସାହାଯ୍ୟ କରିବ ରବୋର୍ଟ

ତେବେ ଆସନ୍ତୁ ଜାଣିବା କ'ଣ ଏହି କୋର୍ଡ, କେମିତି ହେବ ବ୍ୟବହାର ?

ଛାତ୍ରଙ୍କ ନିଆରା କୋର୍ଡିଂ ସିଷ୍ଟମ: ଡାକ୍ତର-ନର୍ସଙ୍କୁ ସାହାଯ୍ୟ କରିବ ରବୋର୍ଟ
ଛାତ୍ରଙ୍କ ନିଆରା କୋର୍ଡିଂ ସିଷ୍ଟମ: ଡାକ୍ତର-ନର୍ସଙ୍କୁ ସାହାଯ୍ୟ କରିବ ରବୋର୍ଟ

ବେଙ୍ଗାଲୁରୁ ଗୀତାଞ୍ଜଳି ବିଦ୍ୟାଳୟର ସପ୍ତମ ଶ୍ରେଣୀର ଛାତ୍ର ୧୩ ବର୍ଷୀୟ ହର୍ଷବର୍ଦ୍ଧନ ଏବଂ ଫ୍ରିଡମ୍ ଅନ୍ତର୍ଜାତୀୟ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ ଛାତ୍ର ନିରନ୍ଥ ବି ଏହି SP Robotic ଉଦ୍ଭାବନ କରିଛନ୍ତି । ଡାକ୍ତରମାନଙ୍କୁ ସହଯୋଗ କରୁଥିବା କର୍ମଚାରୀଙ୍କ ସମସ୍ୟା ଦୂର କରିବା ପାଇଁ ଏହି କୋର୍ଡ ଏକ ଅଭିନବ ପରିବହନ ବ୍ୟବସ୍ଥା । ଏହି ରୋବର୍ଟ ନର୍ସମାନଙ୍କୁ ଅନୁସରଣ କରିବ, ସ୍ବୟଂଚାଳିତ ଭାବେ ନର୍ସ ପରିବହନ କରୁଥିବା ମେଡିକାଲ ସାମଗ୍ରୀ ବହନ କରିବା ସହ ଆବଶ୍ୟକ ସ୍ଥଳରେ ରୋଗୀଙ୍କ ପାଖେ ପାଖେ ରହିବ ଏହି ରୋବଟ୍ ।

ହର୍ଷବର୍ଦ୍ଧନ କହିଛନ୍ତି ଯେ, 'ଗତ ଦୁଇ ବର୍ଷ ମଧ୍ୟରେ କୋଭିଡ-୧୯ ମହାମାରୀ ପାଇଁ ପ୍ରାୟ ଡାକ୍ତରଖାନାରେ ଡାକ୍ତରୀ କର୍ମଚାରୀଙ୍କ ଅଭାବକୁ ଦୃଷ୍ଟିରେ ରଖି ଏହି ପ୍ରୋଜେକ୍ଟ ଆରମ୍ଭ କରିଛି । ଡାକ୍ତର ଏବଂ ନର୍ସଙ୍କୁ ସାହାଯ୍ୟ କରିବା ଭଳି ଏକ ରବୋର୍ଟ ପ୍ରସ୍ତୁତ କରିବାକୁ ଚାହୁଁଥିଲି, ଯେଉଁମାନେ ଡାକ୍ତର ଏବଂ ନର୍ସଙ୍କୁ ସାହାଯ୍ୟ କରିବେ ଏବଂ ଡାକ୍ତରମାନଙ୍କର ଅଯଥାରେ ସମୟ ଅପଚୟ ହେବ ନାହିଁ । ଏଥିସହ ଆମେ ଅନେକ ଜୀବନ ମଧ୍ୟ ବଞ୍ଚାଇ ପାରିବା ।

ଅନ୍ୟପଟେ ନିରନ୍ଥ ବି ଜରୁରୀକାଳୀନ ସେବା ଯୋଗାଇବା ଦିଗରେ ଫୋକସ ରଖିଛନ୍ତି । ସେ କହିଛନ୍ତି, ‘ଆମେ ଜାଣିଛନ୍ତି ଯେ, ଯାନବାହାନ ବୃଦ୍ଧି କାରଣରୁ ରାସ୍ତାରେ ଯିବାଆସିବା ସମୟରେ ଟ୍ରାଫିକ ସମସ୍ୟ ଦେଖାଦେଇଥାଏ । ବିଦ୍ୟାଳୟ ଏବଂ ଡାକ୍ତରଖାନା ଭଳି ସୁବିଧା ପାଇଁ ପରିବହନ ବ୍ୟବସ୍ଥା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମୁଁ ଏକ ହସ୍ପିଟାଲ୍ ପରିବହନ ବ୍ୟବସ୍ଥାର ଅନୁକରଣ ସୃଷ୍ଟି କଲି, ଯେଉଁଠାରେ ଜରୁରୀକାଳୀନ ପରିସ୍ଥିତିରେ ଗୁରୁତର ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କିମ୍ଭା ଭର୍ତ୍ତି କରିବାରେ ବାଧା ସୃଷ୍ଟି ହେବ ନାହିଁ । ରାସ୍ତାରେ ଯାନବାହନ ସଂଖ୍ୟା ବୃଦ୍ଧି କାରଣରୁ ଯେପରି କୌଣସି ରୋଗୀଙ୍କ ଜୀବନ ନ ଯାଉ ସେଥିପ୍ରତି ଦୃଷ୍ଟି ଦେଇ ମୁଁ ଏହି ଉଦ୍ଭାବନ କରିଛି ବୋଲି ନିରନ୍ଥ କହିଛନ୍ତି ’ ।

ସେ ଆହୁରି ମଧ୍ୟ କରିଛନ୍ତି ଯେ, ମୁଁ ଅନେକ ପ୍ରୋଗ୍ରାମିଂ ଶିଖିଛି । ବର୍ତ୍ତମାନ, ମୁଁ ମୋ କୋଡ଼ରେ ତ୍ରୁଟି ଖୋଜି ବାହାର କରି ଏହାକୁ ସଂଶୋଧନ କରିପାରିବି । ପ୍ରଥମେ ଭାବିଥିଲି ରୋବୋଟିକ୍ସ ଯାନ୍ତ୍ରିକ ସାମଗ୍ରୀ, କିନ୍ତୁ ଏଥିରେ ଇଲେକ୍ଟ୍ରୋନିକ୍ସ, ପ୍ରୋଗ୍ରାମିଂ ଏବଂ ପ୍ରୋଜେକ୍ଟ ପ୍ଲାନିଂ ଥିବା ଜାଣିପାରିଛି । ଏହା ମୋତେ ସୃଜନଶୀଳ ଭାବରେ ଚିନ୍ତା କରିବାରେ ଏବଂ ସରଳ ସମସ୍ୟାର ସମାଧାନ କରିବାରେ ସାହାଯ୍ୟ କରେ । ମୁଁ ଏହିପରି ଅନେକ ପ୍ରୋଜେକ୍ଟ ସମ୍ପୂର୍ଣ୍ଣ କରିଛି । ପଢିବା ମୋ ପାଇଁ ଅତ୍ୟନ୍ତ ଆକର୍ଷଣୀୟ ଏବଂ ମଜାଦାର, ପାଠପଢା ମୋ ପାଇଁ ସତେ ଯେପରି ଏକ ଭିଡିଓ ଗେମ୍ ପରି ବୋଲି ନିରନ୍ଥ କହିଛନ୍ତି ।

ନ୍ୟାସନାଲ କୋଡିଂ ଏବଂ ରୋବୋଟିକ୍ ଚ୍ୟାଲେଞ୍ଜ:

ଉଭୟ ଛାତ୍ର ଜାତୀୟ କୋଡିଂ ଏବଂ ରୋବୋଟିକ୍ସ ଚ୍ୟାଲେଞ୍ଜ (NCRC)ରେ ଅଂଶଗ୍ରହଣ କରିଥିଲେ । 7-16 ବର୍ଷ ବୟସର ପିଲାମାନଙ୍କ ପାଇଁ ଏକ ପ୍ଲାଟଫର୍ମ, ଯେଉଁଠାରେ ସେମାନେ କୋଡିଂ ଶିଖିବା ଆରମ୍ଭ କରିଥିଲେ । NCRC ହେଉଛି ଏକ ଜାତୀୟ କୋଡିଂ ଏବଂ ରୋବୋଟିକ୍ ଚ୍ୟାଲେଞ୍ଜ, ଯେଉଁଠାରେ ଯୁବକମାନଙ୍କୁ ଏକ ସମସ୍ୟା ଉପସ୍ଥାପିତ କରାଯାଇଥାଏ ଏବଂ ଏହାର ସମାଧାନ ପାଇଁ ସେମାନଙ୍କୁ ବିଭିନ୍ନ ଚିନ୍ତାଧାରା ଆଣିବାକୁ ପରାମର୍ଶ ଦେଇଥାଏ । ଲକ୍ଷ ଲକ୍ଷ ପିଲାମାନଙ୍କ ମଧ୍ୟରୁ ନିରନ୍ଥ ଏବଂ ହର୍ଷବରଦ୍ଧନଙ୍କ କୋଡିଂଙ୍କୁ ସଠିକ୍ ବୋଲି ଚିହ୍ନଟ କରାଯାଇଛି । ଯାହା ଏବେ ମେଡିକାଲରେ ସମସ୍ୟା ଦୂର କରିବାରେ ସହାୟକ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.