ETV Bharat / bharat

କୋଭିଡ ଟୀକାକରଣରେ ମାଇଲଖୁଣ୍ଟ, ଦେଶରେ 200 କୋଟି ପାର୍‌ କଲା ଟୀକାକରଣ

author img

By

Published : Jul 17, 2022, 10:50 AM IST

Updated : Jul 17, 2022, 1:09 PM IST

Vaccine Drive: ଖୁବଶୀଘ୍ର ୨୦୦ କୋଟି ଅତିକ୍ରମ କରିବ ଟୀକାକରଣ
Vaccine Drive: ଖୁବଶୀଘ୍ର ୨୦୦ କୋଟି ଅତିକ୍ରମ କରିବ ଟୀକାକରଣ

ଦେଶରେ ୨୦୦ କୋଟି ପାର କଲା କୋରୋନା ଟୀକାକରଣ । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ସୂଚନା ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଟୀକାକରଣ କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କଲା ଭାରତ । ଦେଶରେ ୨୦୦ କୋଟି ପାର କଲା କୋରୋନା ଟୀକାକରଣ । ଯାହା କୋରୋନା ବିରୋଧି ଲଢେଇରେ କେନ୍ଦ୍ର ସରକାରଙ୍କ ଏକ ବଡ ଉପଲବ୍ଧି । ୧୮ ମାସ ମଧ୍ୟରେ ୨ଶହ କୋଟି ଟୀକାକରଣ ପାର କରିଛି ଭାରତ । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ସୂଚନା ପ୍ରଦାନ କରିଛନ୍ତି । ସେ ପ୍ରତିକ୍ରିୟା ରଖି କହିଛନ୍ତି ଯେ,''ଦେଶରେ କୋଭିଡ ୧୯ ଟୀକାକରଣ ୨କୋଟି ଅତିକ୍ରମ କରିଛି, ଏହା ଭାରତ ପାଇଁ ଏକ ଗର୍ବର ବିଷୟ । ଏହି ସଫଳତା ପାଇଁ ମୁଁ ସ୍ୱାସ୍ଥ୍ୟ କର୍ମଚାରୀ ଏବଂ ନାଗରିକମାନଙ୍କୁ ଅଭିନନ୍ଦନ ଜଣାଉଛି'' ।

ଗତବର୍ଷ ଜାନୁଆରୀ 16ରେ କୋଭିଡ ଟୀକାକରଣ ଡ୍ରାଇଭ ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଥିଲା । ସେବେ ଠାରୁ ଦେଶରେ ଟୀକାକରଣ ପ୍ରକ୍ରିୟା ଦେଶରେ ଜୋରଦାର ହେଉଛି । ପରେ ଜୁନ୍ ୨୦୨୧ରେ ଦେଶରେ ଆରମ୍ଭ ହୋଇଥିଲା କ୍ୟାମ୍ପେନ ମୋଡରେ ଟୀକାକରଣ । ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟକର୍ମୀମାନଙ୍କୁ କୋରୋନା ଟିକା ଦିଆଯାଇଥିଲା । ପରେ ଫେବୃଆରୀ ୨ରେ ଫ୍ରଣ୍ଟଲାଇନ କୋରୋନା ଯୋଦ୍ଧାଙ୍କୁ କରାଯାଇଥିଲା ଭ୍ୟାକ୍ସିନେସନ । ପରେ ମାର୍ଚ୍ଚ ୧ରୁ ୬୦ ବର୍ଷରୁ ଅଧିକ ଲୋକଙ୍କୁ ଟୀକାକରଣ ହୋଇଥିଲା । ଏପ୍ରିଲ ୧ରୁ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ କୋରୋନା ଟିକା ଦିଆଯାଇଥିଲା ।

କେନ୍ଦ୍ର ସରକାର ମେ’ ୧ ତାରିଖରୁ ୧୮ ବର୍ଷରୁ ଅଧିକ ଲୋକଙ୍କୁ ମହାମାରୀରୁ ବର୍ତ୍ତିବା ପାଇଁ କୋରୋନା ଟୀକାକରଣ ଆରମ୍ଭ ହୋଇଥିଲା । ଏହାପରେ ମାର୍ଚ୍ଚ ୧୬ରେ ୧୨ରୁ ୧୪ ବର୍ଷ ବୟସ୍କଙ୍କ ଆରମ୍ଭ ହୋଇଥିଲା ଟୀକାକରଣ । ଗତ ଶୁକ୍ରବାର ଦେଶରେ ୧୮ରୁ ୫୯ ବର୍ଷ ବୟସ୍କଙ୍କ ଆରମ୍ଭ ହୋଇଛି ମାଗଣା ବୁଷ୍ଟର ଡୋଜ । ସରକାରୀ ଟୀକାକରଣ କେନ୍ଦ୍ରରେ ବୁଷ୍ଟଡୋଜ ମାଗଣା ଦିଆଯିବା ନେଇ କିଛିଦିନ ପୂର୍ବେ ଘୋଷଣା କରିଥିଲେ କେନ୍ଦ୍ର ସରକାର । 75 ଦିନ ପର୍ଯ୍ୟନ୍ତ ଜାରି ରହିବ ବୁଷ୍ଟର ଡୋଜ ଟୀକାକରଣ ।

Last Updated :Jul 17, 2022, 1:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.