ETV Bharat / bharat

ଆରବ ସାଗରରେ ଜାହାଜ ଅପହରଣ: ଉଦ୍ଧାର ପାଇଁ ପହଞ୍ଚିଲା ଭାରତୀୟ ନୌସେନା

author img

By ETV Bharat Odisha Team

Published : Dec 16, 2023, 4:54 PM IST

Indian Navy counters hijacking incident in Arabian Sea: ଆରବ ସାଗରର ସୋମାଲିଆ ଉପକୂଳରେ ଜାହାଜ ଅପହରଣ ଅଭିଯୋଗ ପରେ ସହାୟତା ପାଇଁ ପହଞ୍ଚିଲା ନୌସେନା ଜାହାଜ ଓ ବିମାନ । ସ୍ଥିତି ଉପରେ ରହିଛି ତୀକ୍ଷ୍ଣ ନଜର । ଅଧିକ ପଢନ୍ତୁ

ଆରବ ସାଗରରେ ଜାହାଜ ଅପହରଣ ଉଦ୍ୟମ: ଉଦ୍ଧାର ପାଇଁ ପହଞ୍ଚିଲା ଭାରତୀୟ ନୌସେନା ଜାହାଜ
ଆରବ ସାଗରରେ ଜାହାଜ ଅପହରଣ ଉଦ୍ୟମ: ଉଦ୍ଧାର ପାଇଁ ପହଞ୍ଚିଲା ଭାରତୀୟ ନୌସେନା ଜାହାଜ

ହାଇଦ୍ରାବାଦ: ଆରବ ସାଗରେ ଏକ ଜାହଜ ଅପରହରଣର ଶିକାର ହୋଇଥିବା ସୂଚନା ମିଳିଛି । ଜାହାଜଟିି ସୋମାଲିଆ ଉପକୂବର୍ତ୍ତୀ ସମୂଦ୍ରରେ ଜଳଦସ୍ୟଙ୍କ ଦ୍ବାରା ଅପହରଣର ଶିକାର ହୋଇଥିବା ସୂଚନା ମିଳିବା ପରେ ଭାରତୀୟ ନୌସେନା ସହାୟତା ପାଇଁ ଆଗକୁ ବଢିଛି । ନୌସେନାର ଏକ ଯୁଦ୍ଧ ଜାହାଜ ଓ ଏକ ସାମୁଦ୍ରିକ ପାଟ୍ରୋଲିଂ ବିମାନ ସମ୍ପୃକ୍ତ ଜାହାଜକୁ ଠାବ କରସାରିଛି । ତାର ଗତିବିଧି ଉପରେ ନଜର ରଖାଯାଇଥିବା ଭାରତୀୟ ନୌସେନା ପକ୍ଷରୁ ଟ୍ବିଟ ମାଧ୍ୟମରେ ସୂଚନା ମିଳିଛି ।

ସୂଚନା ଅନୁସାରେ, ଅପହରଣର ଶିକାର ହୋଇଥିବା ଏମଭି ରୁଏନ (MV Ruen) ନାମକ ଜାହାଜଟି ଉରୋପୀୟ ଦେଶ ମାଲତାର । 18 କ୍ର୍ୟୁ ସଦସ୍ୟଙ୍କ ସହ ଯାତ୍ରା କରୁଥିବା ଏହି ପଣ୍ୟବାହୀ ଜାହାଜଟି ସୋମାଲିଆ ଉପକୂଳକୁ ଅଗ୍ରସର ହେଉଥିବା ବେଳେ 14 ତାରିଖରେ କିଛି ଦୁର୍ବୃତ୍ତ ଏହାକୁ ଅପହରଣ କରିଥିବା ଅଭିଯୋଗ ହୋଇଛି । ଜାହାଜଟି ଏବେ ଦସ୍ୟୁଙ୍କ କବଳରେ ଥିବା ଜଣାପଡିଛି । 15 ତାରିଖ ପୂର୍ବାହ୍ନରେ ଉକ୍ତ ଜାହାଜର କ୍ର୍ୟୁ ସଦସ୍ୟ ସହୟତା ପାଇଁ ଆରବ ସାଗରରେ ନିୟୋଜିତ ଥିବା ଭାରତୀୟ ନୌସେନା ସହ ଯୋଗାଯୋଗ କରିଥିଲେ । ଭାରତ ପକ୍ଷରୁ ଏକ ଯୁଦ୍ଧ ଜାହାଜ ଓ ବିମାନ ତୁରନ୍ତ ଅପରେସନ ଆରମ୍ଭ କରି ସମ୍ପୃକ୍ତ ହାଜାହକୁ ଚିହ୍ନଟ କରିବା ସହ ସମୁଦ୍ର ମଧ୍ୟରେ ଏହାର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଥିବା ଜଣାପଡିଛି ।

ଆରବ ସାଗର ଓ ଗଲ୍ଫ ଅଫ ଆଡେନ (ଗଲ୍ଫ ଖାଡି) ନିକଟବର୍ତ୍ତୀ ସମୁଦ୍ରରେ ବହୁ ବର୍ଷ ଧରି ସମୁଦ୍ର ଲୁଟେରା ବା ଜଳଦସ୍ୟୁଙ୍କ ପ୍ରାଦୃଭାବ ରହିଆସିଛି । ବିଶେଷ ଭାବେ ସୋମାଲିଆ ଉପକୂଳରେ ଜଳଦସ୍ୟୁମାନେ ବେଶ ସକ୍ରିୟ ରହିଥାନ୍ତି । କୁଖ୍ୟାତ ସୋମାଲିଆ ଜଳଦସ୍ୟଙ୍କ ଦ୍ବାରା ଏକାଧିକ ହାହାଜ ଅପରହରଣ ହୋଇଥିବାର ନଜିର ରହିଛି । ଏହାକୁ ପ୍ରତିହତ କରିବା ଓ ଆରବ ସାଗରରେ ନୌବାଣିଜ୍ୟକୁ ସୁରକ୍ଷିତ କରିବା ପାଇଁ ବିଭିନ୍ନ ଦେଶ ନୌସେନା ପାଟ୍ରୋଲିଂକୁ ବଢାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ସଂସଦ ସ୍ମୋକ୍ ଆଟାକର ଚାଞ୍ଚଲ୍ୟକର ସୂଚନା: 'ଆତ୍ମାହୂତି ଯୋଜନା କରିଥିଲେ ଅଭିଯୁକ୍ତ'

ଆରବ ସାଗରରେ ନୌବାଣିଜ୍ୟ ସୁରକ୍ଷା ଓ ଜଳଦସ୍ୟୁ ସଙ୍କଟ ଦୂର କରିବାରେ ଭାରତୀୟ ନୌସେନା ଗତ ଦଶନ୍ଧି ମଧ୍ଯରେ ପ୍ରଭାବୀ ଭୂମିକା ଗ୍ରହଣ କରିସାରିଛି । ତେବେ 2017 ମସିହା ପରଠାରୁ ଆରବ ସାଗରରେ କୌଣସି ଜାହାଜ ଅପରହଣ ଘଟଣା ସାମ୍ନାକୁ ଆସିନଥିବା ବେଳେ ଏବେ ଏହି ଅପହରଣ ପଛରେ କୁଖ୍ୟାତ ସୋମାଲିଆ ଜଳଦସ୍ୟଙ୍କ ଭୂମିକାକୁ ସନ୍ଦେହ କରାଯାଉଛି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.