ETV Bharat / bharat

ସଂସଦ ସ୍ମୋକ୍ ଆଟାକର ଚାଞ୍ଚଲ୍ୟକର ସୂଚନା: 'ଆତ୍ମାହୂତି ଯୋଜନା କରିଥିଲେ ଅଭିଯୁକ୍ତ'

author img

By ETV Bharat Odisha Team

Published : Dec 16, 2023, 2:22 PM IST

Updated : Dec 16, 2023, 2:36 PM IST

Parliament security breach Accused considered self-immolation: ସଂସଦରେ ସୁରକ୍ଷା ଭଙ୍ଗକୁ ନେଇ ଆସିଛି ଚାଞ୍ଚଲ୍ୟକର ସୂଚନା । ଆତ୍ମାହୂତି ଦେବାକୁ ଯୋଜନା କରିଥିଲେ ଅଭିଯୁକ୍ତ ! ଅଧିକ ପଢ଼ନ୍ତୁ,

ସଂସଦ ସ୍ମୋକ୍ ଆଟାକର ଚାଞ୍ଚଲ୍ୟକର ସୂଚନା: 'ଆତ୍ମାହୂତି ଯୋଜନା କରିଥିଲେ ଅଭିଯୁକ୍ତ'
ସଂସଦ ସ୍ମୋକ୍ ଆଟାକର ଚାଞ୍ଚଲ୍ୟକର ସୂଚନା: 'ଆତ୍ମାହୂତି ଯୋଜନା କରିଥିଲେ ଅଭିଯୁକ୍ତ'

ନୂଆଦିଲ୍ଲୀ: ସଂସଦର ସୁରକ୍ଷା ଉଲ୍ଲଂଘନ ଘଟଣାରେ ଚାଞ୍ଚଲ୍ୟକର ସୂଚନା । 'ଆତ୍ମାହୂତି ଦେବାକୁ ଯୋଜନା କରିଥିଲେ ଅଭିଯୁକ୍ତ' । ବିଶେଷ ଅନୁସନ୍ଧାନରୁ ଜଣାପଡିଛି ଯେ, ଗିରଫ ହୋଇଥିବା ଅଭିଯୁକ୍ତମାନେ କେନ୍ଦ୍ର ସରକାରଙ୍କୁ ଏକ ବଳିଷ୍ଠ ବାର୍ତ୍ତା ଦେବା ପାଇଁ ଆତ୍ମହତ୍ୟା କରିବା ନେଇ ବିକଳ୍ପ ଚିନ୍ତା କରିଥିଲେ । ଗତ ୧୩ ତାରିଖରେ ୨ ଜଣ ଅଭିଯୁକ୍ତ ଲୋକସଭା ଭିତରେ ପଶି, ଦର୍ଶକ ଗ୍ୟାଲେରୀରୁ ଡେଇଁ ଗୃହ ଭିତର ଆତଙ୍କ ସୃଷ୍ଟି କରିଥିଲେ ।

ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଘଟଣାର ତଦନ୍ତ କରୁଛି । ଅଭିଯୁକ୍ତମାନଙ୍କୁ ପାସ୍ ଦେଇଥିବା ବିଜେପି ସାଂସଦ ପ୍ରତାପ ସିହ୍ମାଙ୍କ ବୟାନ ରେକର୍ଡ କରିବ ପୋଲିସ । ମହୀଶୂର ସାଂସଦ ପ୍ରତାପ, ଦୁଇ ଅଭିଯୁକ୍ତ ସାଗର ଶର୍ମା ଏବଂ ଡି. ମନୋରଞ୍ଜନଙ୍କୁ ପାସ୍ ଦେଇଥିଲେ । ଡିସେମ୍ବର ୧୩ରେ ସାଗର ଓ ମନୋରଞ୍ଜନ ଲୋକସଭା ଭିତରେ ପଶି, ଦର୍ଶକ ଗ୍ୟାଲେରୀରୁ ଡେଇଁ ଗୃହ ଭିତର ଆତଙ୍କ ସୃଷ୍ଟି କରିଥିଲେ । ସେମାନେ ସ୍ମୋକ କାନିଷ୍ଟରରୁ ହଳଦିଆ ଧୂଆଁ ଛାଡ଼ି ଥିଲେ । ସେହିପରି ଅନ୍ୟ ୨ ଜଣ ଅଭିଯୁକ୍ତ ସଂସଦ ବାହାରେ ଲାଲ ଓ ହଳଦିଆ ଧୂଆ ଛାଡ଼ି ଭୟର ବାତାବରଣ ସୃଷ୍ଟି କରିଥିଲେ । ବର୍ତ୍ତମାନ ସୁଦ୍ଧା ଦିଲ୍ଲୀ ପୋଲିସ ଏହି ଘଟଣାରେ ମାଷ୍ଟର ମାଇଣ୍ଡ ଲଳିତ ଝା ସମେତ ୬ ଜଣଙ୍କୁ ଗିରଫ କରିସାରିଛି । ସମସ୍ତଙ୍କୁ ରିମାଣ୍ଡରେ ନେଇ ଜେରା କରୁଛି ତଦନ୍ତକାରୀ ଟିମ୍ ।

ଏହାମଧ୍ଯ ପଢ଼ନ୍ତୁ: କଂଗ୍ରେସ ସାଂସଦ ଧୀରଜ ସାହୁ ଗାନ୍ଧୀ ପରିବାରର ଏଟିଏମ: ଧର୍ମେନ୍ଦ୍ର ପ୍ରଧାନ

ଡିସେମ୍ବର ୧୩ ସଂସଦରେ ସୁରକ୍ଷା ଭଙ୍ଗ ମାମଲାର ମାଷ୍ଟର ମାଇଣ୍ଡ ଲଳିତ ଝା । ୨୦୦୧ ସଂସଦ ଆକ୍ରମଣର ୨୨ ବର୍ଷ ପୂର୍ତ୍ତିରେ ସଂସଦରେ ବିଶୃଙ୍ଖଳା ସୃଷ୍ଟି ପାଇଁ ସେ କରିଥିଲା ବ୍ଲୁ ପ୍ରିଣ୍ଟ । ଅଭିଯୁକ୍ତ ସାଗର ଶର୍ମା, ଡି ମନୋରଞ୍ଜନ, ଅନମୋଲ ସିନ୍ଦେ ଏବଂ ନୀଲମ ଦେବୀଙ୍କୁ ସଂସଦରେ ପଶିବା ପାଇଁ ପୂରା ପ୍ଲାନ କରିଥିଲା ଲଳିତ । ପ୍ରଥମେ ମହୀଶୂର ଏବଂ ପରେ ଗୁରୁଗ୍ରାମରେ ହୋଇଥିଲା ଷଡ଼ଯନ୍ତ୍ର ଯୋଜନା । ଗତ ଜୁଲାଇ ମାସରେ ସଂସଦ ଅଧିବେଶନ ଚାଲିଥିବା ବେଳେ, ଲଳିତ ସଂସଦ ଆଗରେ ରେକି ମଧ୍ୟ କରିଥିଲା ।

ଏହାମଧ୍ଯ ପଢ଼ନ୍ତୁ: ପୁରୀ ଜିଲ୍ଲାରେ ହେବ ୭ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ, ଖର୍ଚ୍ଚ ହେବ ୧୪ କୋଟି

ସଂସଦରେ ବିଭ୍ରାଟ ସୃଷ୍ଟି ପୂର୍ବରୁ ଗୁରୁଗ୍ରାମରେ ଯୋଜନା କରିଥିଲା ଲଳିତ । ସାଗର, ମନୋରଞ୍ଜନ, ଅନମୋଲ ଏବଂ ନୀଲମଙ୍କୁ ନେଇ ଗୁରୁଗ୍ରାମ ଯାଇଥିଲା ଲଳିତ । ସେଠାରେ ଭିକି ଶର୍ମା ନାମକ ବ୍ୟକ୍ତଙ୍କ ଘରେ ବୈଠକ କରି 13 ଡିସେମ୍ବରରେ ଏହି କାଣ୍ଡକୁ ରୂପ ଦେବା ପାଇଁ ନିଷ୍ପତ୍ତି ନେଇଥିଲା । ଏହା ପରେ ଏମାନେ ଦୁଇଟି ଭିଜିଟର ପାସ ମଧ୍ୟ ଯୋଗାଡ କରିବାରେ ସେମାନେ ସଫଳ ହୋଇଥିଲେ । ମହୀଶୂରର ବିଜେପି ସାଂସଦ ପ୍ରତାପ ସିହ୍ମାଙ୍କ ପାସ୍ ଇସ୍ୟୁ କରିଥିଲେ । ଏବେ ପୋଲିସ ହେପାଜତରେ ମାଷ୍ଟର ମାଇଣ୍ଡ ଲଳିତ ଝା । ଦିଲ୍ଲୀ ପୋଲିସ ତାକୁ ରିମାଣ୍ଡରେ ନେଇ ମାରାଥନ ଜେରା ଆରମ୍ଭ କରିଛି । ଲଳିତ କାହିଁକି ଏବଂ କେଉଁ ଉଦ୍ଦେଶ୍ୟରେ ଏଭଳି ଷଡ଼ଯନ୍ତ୍ର ରଚିଥିଲା, ତା ଉପରୁ ପରଦା ହଟାଇବାକୁ ଉଦ୍ୟମ କରୁଛି ତଦନ୍ତ ଟିମ୍ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 16, 2023, 2:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.