କଂଗ୍ରେସ ସାଂସଦ ଧୀରଜ ସାହୁ ଗାନ୍ଧୀ ପରିବାରର ଏଟିଏମ: ଧର୍ମେନ୍ଦ୍ର ପ୍ରଧାନ

By ETV Bharat Odisha Team

Published : Dec 16, 2023, 1:21 PM IST

Updated : Dec 16, 2023, 3:11 PM IST

thumbnail

କଟକ: 'ମନ୍ଦିରରେ କିଏ ନା, ମୁଁ କଦଳୀ ଖାଇନାହିଁ' କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ସଂପର୍କରେ ଏଭଳି ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସାଂସଦ ଧୀରଜ ସାହୁଙ୍କ ଠାରୁ କୋଟି କୋଟି ଟଙ୍କା ଜବତ ଘଟଣାରେ ଧର୍ମେନ୍ଦ୍ର କହିଛନ୍ତି ଯେ, 'ଧୀରଜ ସାହୁ ହେଉଛନ୍ତି ଗାନ୍ଧୀ ପରିବାରର ଏଟିଏମ '। ଧୀରଜ ସାହୁ ଏତେ ପରିମାଣର ଟଙ୍କା କେଉଁଠୁ ଆଣିଲେ ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର । କଂଗ୍ରେସ ରାଜ୍ୟସଭା ସାଂସଦ ତଥା ବ୍ୟବସାୟୀ ଧୀରଜ ସାହୁଙ୍କର ଗାନ୍ଧୀ ପରିବାରର ସହ ଘନିଷ୍ଠ ସଂପର୍କ ରହିଥିବା ବେଳେ, ସେ ଲୋକମାନଙ୍କ ଉପରେ ଚାପ ପକାଉଥିଲେ । ସମସ୍ତେ ଧୀରଜଙ୍କ ପରିବାର ଏବଂ ବ୍ୟବସାୟ ବିଷୟରେ ଜାଣିଛନ୍ତି । ଧୀରଜ ସାହୁଙ୍କ ବିଭିନ୍ନ ବ୍ୟାବସାୟିକ ପ୍ରତିଷ୍ଠାନ ଉପରେ ଆଇଟି ରେଡ୍ କରି ସାଢ଼େ ତିନିଶହ କୋଟିରୁ ଅଧିକ ଟଙ୍କା ଜବତ କରିଛି । ପୁଳା ପୁଳା ଟଙ୍କା ଜବତକୁ ନେଇ ଧୀରଜ କହିଥିଲେ ଯେ, ଏହା ତାଙ୍କର ଏବଂ ତାଙ୍କ ପରିବାର ଲୋକଙ୍କ ଟଙ୍କା । ଧୀରଜଙ୍କ ଏଭଳି ବୟାନକୁ କଡ଼ା ସମାଲୋଚନା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ଏହା ମଧ୍ୟ ପଢନ୍ତୁ: ମୁହଁ ଖୋଲିଲେ ସାଂସଦ ଧୀରଜ ସାହୁ, କହିଲେ ଜବତ ଟଙ୍କା ଆମ ପରିବାରର

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 16, 2023, 3:11 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.