ETV Bharat / bharat

India Corona: ଦିନକରେ ୪୦୪୩ ନୂଆ ସଂକ୍ରମିତ

author img

By

Published : Sep 20, 2022, 10:02 AM IST

India Corona: ଦିନକରେ 4043 ନୂଆ ସଂକ୍ରମିତ
India Corona: ଦିନକରେ 4043 ନୂଆ ସଂକ୍ରମିତ

ଦେଶରେ କୋରୋନା ସଂକ୍ରମଣ ହ୍ରାସ । ଗତ 24 ଘଣ୍ଟା ମଧ୍ୟରେ ମୋଟ 4,043 ଜଣ ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦେଶରେ ତଳମୁହାଁ କୋରୋନା ଗ୍ରାଫ୍ । ଗତ କିଛିଦିନ ହେବ କ୍ରମାଗତ ଭାବେ ହ୍ରାସ ପାଉଛି ସଂକ୍ରମଣ (India witnesses decline in covid cases) । ଆଜି ବି ଦୈନିକ ସଂକ୍ରମଣ ମାମଲା 5 ହଜାର ତଳେ ରହିଛି । ଗତ 24 ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମୋଟ 4,043 ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି (India Records 4,043 fresh Covid Cases) । ଗତକାଲି ଏହି ସଂଖ୍ୟା 4,858 ଥିଲା । ଦେଶରେ ସଂକ୍ରମଣ କମିବା ସହ ସୁସ୍ଥ ସଂଖ୍ୟା ବୃଦ୍ଧି ପାଉଛି ।

ଦିନକରେ 4,676 ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସୁସ୍ଥ ସଂଖ୍ୟା 4,39,67,340ରେ ପହଞ୍ଚିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ (Union Health Ministry) ପକ୍ଷରୁ ସୂଚନା ଦିଆଯାଇଛି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଦେଶରେ ସଂକ୍ରମଣ ଅପେକ୍ଷା ଅଧିକ ସୁସ୍ଥ ହେଉଛନ୍ତି । ସୁସ୍ଥ ସଂଖ୍ୟା ବଢିବା ସହ ସକ୍ରିୟ ମାମଲା ହ୍ରାସ ପାଇ 47,379ରେ ପହଞ୍ଚିଛି । ଦୈନିକ ପଜିଟିଭ ହାର 1.37%କୁ ବୃଦ୍ଧି ପାଇଛି ।

ଆଜି ପର୍ଯ୍ୟନ୍ତ 5,28,370 ହଜାର କୋରୋନା ସଂକ୍ରମିତ(Corona Positive) ପ୍ରାଣ ହରାଇଛନ୍ତି । ଏବେ ସୁଦ୍ଧା ଦେଶରେ 89.09 କୋଟିରୁ ଅଧିକ କୋରୋନା ଟେଷ୍ଟିଂ କରାଯାଇଛି । ଦେଶବ୍ୟାପୀ କୋରୋନା ଟୀକାକରଣ ଅଭିଯାନରେ ଭାରତ ମାଇଲଖୁଣ୍ଟ ଅତିକ୍ରମ କରିଛି । ସାରା ଦେଶରେ ଆଜି ପର୍ଯ୍ୟନ୍ତ 216 କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ 24 ଘଣ୍ଟା ମଧ୍ୟରେ କେବଳ 13 ,10,410 ଜଣଙ୍କୁ ଟିକା ଦିଆଯାଇଛି । ଏବେ ଲୋକଙ୍କୁ ମାଗଣାରେ ବୁଷ୍ଟର ଡୋଜ ଦିଆଯାଉଛି । ପ୍ରତିଦିନ ଦେଶରେ 20 ଲକ୍ଷରୁ ଅଧିକ ବୁଷ୍ଟର ଡୋଜ ଦିଆଯାଉଥିବା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା(Manuskh mandaviya) ସୂଚନା ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ: ଚିନ୍ତା ବଢାଉଛି Dengue: ଜାଣନ୍ତୁ ରୋଗର କାରଣ, ଲକ୍ଷଣ ଓ ନିରାକରଣ

କୋଭିଡ ଟୀକାକରଣ ଅଭିଯାନକୁ ଆହୁରି ସଫଳ କରିବା ଉଦ୍ଦେଶ୍ୟରେ ଜୁଲାଇ 15ରୁ 'କୋଭିଡ ଭ୍ୟାକ୍ସିନ ଅମୃତ ମହୋତ୍ସବ' (COVID Vaccination Amrit Mahotsav) କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଯାହାକି ସେପ୍ଟେମ୍ବର 30 ଯାଏଁ ଚାଲିବ । ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ 18 ବର୍ଷ ଏବଂ 75 ବର୍ଷ ବୟସରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କ ମାଗଣା ବୁଷ୍ଟର ଡୋଜ୍ ଦିଆଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.