ETV Bharat / bharat

ଆଫଗାନିସ୍ତାନକୁ 45 ଟନର ସହୟତା ପଠାଇଲା ଭାରତ

author img

By

Published : Oct 11, 2022, 6:57 PM IST

ଆଫଗାନିସ୍ତାନକୁ 45 ଟନ ମେଡିକାଲ ସହୟତା ପଠାଇଲା ଭାରତ
ଆଫଗାନିସ୍ତାନକୁ 45 ଟନ ମେଡିକାଲ ସହୟତା ପଠାଇଲା ଭାରତ

ଆଫଗାନିସ୍ତାନକୁ 13ତମ ପର୍ଯ୍ୟାୟର ସହୟତା ପଠାଇଲା ଭାରତ । ସହୟତା ମଧ୍ୟରେ ରହିଛି ଔଷଧ, କୋଭିଡ ଟିକା ପରି ଜରୁରୀ ସାମଗ୍ରୀ (india sent medical assistance to afghanistan )। ଏବେ ମଧ୍ୟ ଆଫଗାନିସ୍ତାନରେ ଜାରି ରହିଛି ମାନବୀୟ ସଙ୍କଟ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଗୃହଯୁଦ୍ଧ ଓ ଅସ୍ଥିରତା ମଧ୍ୟରେ ଉତ୍କଟ ମାନବୀୟ ସଙ୍କଟ ଦେଇ ଗତି କରୁଥିବା ଆଫଗାନିସ୍ତାନକୁ ଜରୁରୀ ସହାୟତା ଯୋଗାଣ ଜାରି ରଖିଛି ଭାରତ । ସଙ୍କଟ ଆରମ୍ଭରୁ ଜାରି ରହିଥିବା ଏହି ଯୋଗାଣ ଶୃଙ୍ଖଳାରେ ଭାରତ ଠାରୁ 13 ତମ ବ୍ୟାଚରେ ପ୍ରାୟ 45 ଟନର ସହାୟତା ସାମଗ୍ରୀ ଗ୍ରହଣ କରିଛି ଆପଗାନିସ୍ତାନ (india sent medical assistance to afghanistan )। ଏଥିପାଇଁ ଆପଗାନିସ୍ତାନ ଦୂତାବାସ ପକ୍ଷରୁ ନୂଆଦିଲ୍ଲୀକୁ ଧନ୍ୟବାଦ ଦିଆଯାଇଛି ।

  • I greatly appreciate India’s timely & generous response to help alleviate ongoing humanitarian crisis in Afghanistan by supplying 45 tons of medical assistance, essential life-saving medicines, 500,000 doses of COVID vaccine, 40,000 MTs of wheat: Afghanistan’s Ambassador to India pic.twitter.com/VGNN7zkwej

    — ANI (@ANI) October 11, 2022 " class="align-text-top noRightClick twitterSection" data=" ">

ଏହି 13 ତମ ବ୍ୟାଚରେ ପଠାଯାଇଥିବା ସହାୟତା ସାମଗ୍ରୀ ମଧ୍ୟରେ ମେଡିକାଲ ସାମଗ୍ରୀ, 5 ଲକ୍ଷ କୋଭିଡ ଟିକା, ଜରୁରୀ ଔଷଧ ସମେତ 40 ହଜାର ମେଟ୍ରିକ ଟନର ଗମହ ମଧ୍ୟ ରହିଛି (india sent medical assistance to afghanistan )। ଏହି ସହାୟତା ରାଶି ରାଜଧାନୀ କାବୁଲରେ ଥିବା ଇନ୍ଦିରା ଗାନ୍ଧୀ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯିବ । ପରେ ସେଠାରୁ ଆଫଗାନିସ୍ତାନର ବିଭିନ୍ନ ଅଞ୍ଚଳରେ ଏହାକୁ ବିତରଣ କରାଯିବ ।

ଆଫଗାନିସ୍ତାନରେ ତାଲିବାନ ଶାସନ ଆସିବା ପରେ ଗୃହଯୁଦ୍ଧ ପରିସ୍ଥିତି ଦେଖିବାକୁ ମିଳିଥିଲା । ଦେଶର ତତ୍କାଳୀନ ରାଷ୍ଟ୍ରପତି ଅସରଫ ଘନି ଦେଶ ଛାଡି ପଳାୟନ କରିଥିବା ବେଳେ ପ୍ରବଳ ହିଂସା ଓ ଅସ୍ଥିରତା ମଧ୍ୟରେ ଶାସନ କ୍ଷମତା ହାତକୁ ନେଇଥିଲା ମୌଳବାଦୀ ସଂଗଠନ ଆଫଗାନିସ୍ତାନ । ଏବେ ମଧ୍ୟ ସେଠାରେ ଉତ୍କଟ ମାନବୀୟ ସଙ୍କଟ ଜାରି ରହିଛି । ଖାଦ୍ୟ, ଶକ୍ତି, ଇନ୍ଧନ ଓ ମେଡିକାଲ ସାମଗ୍ରୀର ଉତ୍କଟ ଅଭାବ ଆଫଗାନିସ୍ତାନବାସୀଙ୍କ ଦୁର୍ଦ୍ଦଶାକୁ ବଢାଇଛି । ଏହାରି ମଧ୍ୟରେ ଅନ୍ୟ ଦେଶମାନେ ଆଫଗାନିସ୍ତାନକୁ ସହଯୋଗ କରିବା ପାଇଁ ଜାତିସଂଘ ମଧ୍ୟ ଅପିଲ କରିଥିଲା । ଭାରତ ସଙ୍କଟ ଆରମ୍ଭରୁ ନିଜର ସହଯୋଗ ଜାରି ରଖିଛି ।

ଏହି କ୍ରମରେ ନୂଆଦିଲ୍ଲୀ ଠାରୁ 13ତମ ପର୍ଯ୍ୟାୟରେ ସହୟତା ଗ୍ରହଣ କରିଛି କାବୁଲ । ତାଲିବାନ କ୍ଷମତାକୁ ଆସିବେ ପରେ ବିଭିନ୍ନ ଦେଶ ଆଫଗାନିସ୍ତାନ ରାଜଧାନୀ କାବୁଲରୁ ନିଜ ଦୂତାବାସ ବନ୍ଦ କରିବା ସହ କୂଟନୈତିକ ଅଧିକାରୀଙ୍କୁ ଅପସାରଣ କରି ନେଇଥିଲେ । ପରେ ସ୍ଥିତିରେ ସାମାନ୍ୟ ସୁଧାର ଆସିବା ପରେ ପୁଣି ବିଭିନ୍ନ ଦେଶ ନିଜର ଦ୍ବିପାକ୍ଷିକ ସମ୍ପର୍କ ମଧ୍ୟ ପୁନଃ ଆରମ୍ଭ କରିଛନ୍ତି । ଭାରତ ମଧ୍ୟ ଜୁନରେ କାବୁଲରେ ପୁଣି ନିଜ ଦୂତାବାସ କାର୍ଯ୍ୟକ୍ଷମ କରିବା ସହ ଦ୍ବିପାକ୍ଷିକ ସେବା ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.