ETV Bharat / bharat

INDIA CORONA: ଦେଶରେ ତଳମୁହାଁ ମହାମାରୀ, ବେଲଗାମ୍ ମୃତ୍ୟୁସଂଖ୍ୟା

author img

By

Published : Feb 8, 2022, 9:26 AM IST

INDIA CORONA: ଦେଶରେ ତଳମୁହାଁ ମହାମାରୀ, ବଢୁଛି ମୃତ୍ୟୁସଂଖ୍ୟା
INDIA CORONA: ଦେଶରେ ତଳମୁହାଁ ମହାମାରୀ, ବଢୁଛି ମୃତ୍ୟୁସଂଖ୍ୟା

ଦେଶରେ ଖସୁଛି କୋରୋନା ଗ୍ରାଫ୍ । ଦିନକରେ 67,597 ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦେଶରେ ତଳମୁହାଁ ମହାମାରୀ । ଦିନକୁ ଦିନ କମି ଚାଲିଛି ସଂକ୍ରମଣ । ଦୀର୍ଘ ଦିନର ବ୍ୟବଧାନ ପରେ ଗତକାଲି(ସୋମବାର) ପଜିଟିଭ ମାମଲା ଲକ୍ଷେ ତଳକୁ ଖସି ଥିବାବେଳେ ଆଜି ମଧ୍ୟ ଏହି ସଂଖ୍ୟା ଲକ୍ଷେ ତଳେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ 67,597 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି(India reports 67,597 fresh covid cases) । ମାତ୍ର ଚିନ୍ତାର ବିଷୟ, ଦେଶରେ ସଂକ୍ରମଣ କମୁଥିଲେ ହେଁ ମୃତ୍ୟୁସଂଖ୍ୟା ବେକାବୁ ରହିଛି । ଦିନକରେ ଦେଶରୁ 1,188 ଜଣ କୋରୋନାରେ ପ୍ରାଣ ହରାଇଛନ୍ତି ଏବଂ 1,80,456 ଜଣ ସୁସ୍ଥ ହୋଇଛନ୍ତି ।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ବର୍ତ୍ତମାନ ଭାରତରେ ସକ୍ରିୟ ମାମଲା 9,94,891ରେ ପହଞ୍ଚିଛି । ମୋଟ କୋରୋନା ଜନିତ ମୃତ୍ୟୁସଂଖ୍ୟା 5,02,874କୁ ବୃଦ୍ଧି ପାଇଛି । ଦେଶର ଦୈନିକ ପଜିଟିଭ୍ ରେଟ୍ 5.02%କୁ ହ୍ରାସ ପାଇଛି । ଏଯାବତ୍ ମୋଟ ଟୀକାକରଣ 1,70,21,72,615ରେ ପହଞ୍ଚିଛି । ତେବେ ସଂକ୍ରମଣ କମୁଥିବାବେଳେ ମୃତ୍ୟୁ ସଂଖ୍ୟା ବଢିବା ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି, ଏବେ ବି ଦେଶରେ ଡେଲ୍‌ଟା ସଂକ୍ରମଣ ରହିଥିବାରୁ ମୃତ୍ୟୁହାର ଅଧିକ ରହୁଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.