ETV Bharat / bharat

India Corona Report, ଦିନକରେ 15815 ସଂକ୍ରମିତ ଚିହ୍ନଟ

author img

By

Published : Aug 13, 2022, 11:01 AM IST

India Corona Report,ଦିନକରେ15,815 ସଂକ୍ରମିତ ଚିହ୍ନଟ,68 ମୃତ
India Corona Report,ଦିନକରେ15,815 ସଂକ୍ରମିତ ଚିହ୍ନଟ,68 ମୃତ

ଗତ 24 ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମୋଟ 15,815 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India Records 15,815 Fresh Covid Cases) । ଗୋଟିଏ ଦିନରେ 68 ଜଣଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦେଶରେ ବୃଦ୍ଧି ପାଉଛି କୋରୋନା ସଂକ୍ରମଣ । ଗତ କିଛି ଦିନ ହେଲା ଦୈନିକ ସଂକ୍ରମଣ ମାମଲା 15 ହଜାର ଉପରେ ରହିଛି । ଗତ 24 ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମୋଟ 15,815 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India Records 15,815 fresh Covid Cases) । ଗୋଟିଏ ଦିନରେ 68 ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଦିନକରେ 20,018 ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସୁସ୍ଥସଂଖ୍ୟା 4,35,93,112କୁ ବୃଦ୍ଧି ପାଇଛି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଦେଶରେ ସୁସ୍ଥସଂଖ୍ୟା ବଢିବା ସହ ବର୍ତ୍ତମାନ ସକ୍ରିୟ ମାମଲା ହ୍ରାସ ପାଉଛି । ଆଜିର ନୂଆ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 1,19,264ରେ ପହଞ୍ଚିଛି । ଦୈନିକ ପଜିଟିଭ ହାର 4.36% ରହିଛି । ଏବେ ସୁଦ୍ଧା ସମୁଦାୟ 5,26,996ଜଣ କୋରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଦେଶବ୍ୟାପୀ ମୋଟ 207 କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ 24 ଘଣ୍ଟା ମଧ୍ୟରେ କେବଳ 24,43,064 ଜଣଙ୍କୁ ଟିକା ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.