ETV Bharat / bharat

India Corona: ଦିନକରେ 13,734 ନୂଆ ସଂକ୍ରମିତ ଚିହ୍ନଟ

author img

By

Published : Aug 2, 2022, 10:47 AM IST

ନକରେ 13,734 ନୂଆ ସଂକ୍ରମିତ
ନକରେ 13,734 ନୂଆ ସଂକ୍ରମିତ

ଦେଶରେ ସାମାନ୍ୟ କମିଲା ଦୈନିକ କୋଭିଡ ସଂକ୍ରମିତଙ୍କ ସଂଖ୍ୟା । ଗତ 24 ଘଣ୍ଟା ମଧ୍ୟରେ 13 ହଜାର 734 ଜଣ ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦେଶରେ ତଳ ଉପର ହେଉଛି କୋରୋନା ସଂକ୍ରମଣ । ଗତକାଲି ଚିହ୍ନଟ ସଂକ୍ରମିତଠୁ ଆଜି (ମଙ୍ଗଳବାର) ସାମାନ୍ୟ କମିଛି ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ 13 ହଜାର 734 ଜଣ ନୂଆ ସଂକ୍ରମିତ ଚିହ୍ନଟ (India Records 13,734 fresh Covid Cases) । ଏବେ ସୁଦ୍ଧା ଦେଶରେ ମୋଟ 1,39,792 ସକ୍ରିୟ ମାମଲା ରହିଛି । ମୃତ୍ୟୁ ସଂଖ୍ୟା 526430ରେ ପହଞ୍ଚିଛି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ଲକ୍ଷେ ପରେ ରହିଛି । ମୋଟ 4 କୋଟି 33 ଲକ୍ଷ 83 ହଜାର 787 ଜଣ ସୁସ୍ଥ ହୋଇଛନ୍ତି । ମୋଟ 2,04,60,81,081 ଡୋଜ ଟିକା ଦିଆସରିଛି । ଗତ 24 ଘଣ୍ଟା ମଧ୍ୟରେ କେବଳ 26,77, 405ଜଣଙ୍କୁ ଟିକା ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.