ETV Bharat / bharat

ନିଜ ନିକଟରେ ଥିବା ବନ୍ଦୀଙ୍କ ତଥ୍ୟ ବିନିମୟ କଲେ ଭାରତ-ପାକିସ୍ତାନ

author img

By

Published : Jan 1, 2023, 6:20 PM IST

ପରସ୍ପର ନିକଟରେ ଥିବା ବନ୍ଦୀଙ୍କ ସମ୍ପର୍କରେ ସୂଚନା ବିନିମୟ କଲେ ଭାରତ-ପାକିସ୍ତାନ (India Pakistan exchange lists of prisoners)। ପାକିସ୍ତାନ ଜେଲରେ ରହିଛନ୍ତି 51ଭାରତୀୟ ସାଧାରଣ ନାଗରିକ ଓ 654 ମତ୍ସ୍ୟଜୀବୀ । ପ୍ରତ୍ୟର୍ପଣ ପାଇଁ ଦାବି କଲା ଭାରତ । ଅଧିକ ପଢନ୍ତୁ

ନିଜ ନିକଟରେ ଥିବା ବନ୍ଦୀଙ୍କ ତଥ୍ୟ ବିନିମୟ କଲେ ଭାରତ ପାକିସ୍ତାନ
ନିଜ ନିକଟରେ ଥିବା ବନ୍ଦୀଙ୍କ ତଥ୍ୟ ବିନିମୟ କଲେ ଭାରତ ପାକିସ୍ତାନ

ହାଇଦ୍ରାବାଦ: ନିଜ ଦେଶରେ ବନ୍ଦୀ ଥିବା ପଡୋଶୀ ଦେଶର ନାଗରିକଙ୍କ ତାଲିକା ବିନିମୟ କଲେ ଭାରତ ଓ ପାକିସ୍ତାନ (India Pakistan exchange lists of prisoners)। ଦୁଇ ଦେଶ ନିକଟରେ ବନ୍ଦୀ ଭାବେ ଥିବା ସାଧାରଣ ନାଗରିକ ଓ ମତ୍ସ୍ୟଜୀବୀଙ୍କ ତଥ୍ୟ ପରସ୍ପର ସହ ଦୁଇ ଦେଶ ବିନିମୟ କରିଛନ୍ତି । ଦୁଇ ଦେଶ ମଧ୍ୟରେ 2008ରେ ହୋଇଥିବା ଚୁକ୍ତି ଆଧାରରେ ଏହି ତଥ୍ୟ ବିନିମୟ ହୋଇଛି ।

ଭାରତ ବିଭିନ୍ନ ସମୟରେ ଗିରଫ ହୋଇଥିବା 339 ବନ୍ଦୀଙ୍କ ନାମ ପାକିସ୍ତାନକୁ ଦେଇଛି । ସେମାନଙ୍କ ମଧ୍ୟରେ 95ଜଣ ପାକିସ୍ତାନୀ ମତ୍ସ୍ୟଜୀବୀ ରହିଥିବା ବେଳେ ଅବଶିଷ୍ଟ ସୀମା ଅତିକ୍ରମ କରିଥିବା ସାଧାରଣ ନାଗରିକ ରହିଛନ୍ତି । ସେହିପରି ପାକିସ୍ତାନ ନିକଟରେ 51ଭାରତୀୟ ସାଧାରଣ ନାଗରିକ ଓ 654 ମତ୍ସ୍ୟଜୀବୀ ଥିବା କଥା ନୂଆଦିଲ୍ଲାକୁ ସୂଚନା ଦେଇଛି ଇସଲାମାବାଦ । ଏହାପରେ ପରବର୍ତ୍ତୀ ପଦକ୍ଷେପ ସ୍ବରୂପ ପ୍ରତ୍ୟର୍ପଣ ପାଇଁ ଆଲୋଚନା ହେବ (India Pakistan exchange lists of prisoners)।

2008ରେ ଦୁଇ ଦେଶ ମଧ୍ୟରେ ଏହି ଚୁକ୍ତି ସ୍ବାକ୍ଷରିତ ହୋଇଥିଲା । ଯେଉଁଥିରେ ଉଭୟ ଦେଶ ନିଜ ନିକଟରେ ଥିବା ଅପରପକ୍ଷର ବନ୍ଦୀଙ୍କ ସମ୍ପର୍କରେ ତଥ୍ୟ ଆଦାନ ପ୍ରଦାନ କରିବେ । ପ୍ରତିବର୍ଷ ଜାନୁଆରୀ ପହିଲା ଓ ଜୁଲାଇ ପହିଲାରେ ଉଭୟ ଦେଶ ଏହି ତଥ୍ୟ ପ୍ରଦାନ କରିବା ପାଇଁ ଉକ୍ତ ଚୁକ୍ତିନାମାରେ ଉଲ୍ଲେଖ ରହିଛି । ଏହି ଚୁକ୍ତି ଆଧାରରେ ପରବର୍ତ୍ତୀ ସମୟରେ କିଛି କ୍ଷେତ୍ରରେ ସଫଳତାର ସହ ପ୍ରତ୍ଯର୍ପଣ ମଧ୍ୟ କରାଯାଇଛି । ଦୁଇ ଦେଶ ମଧ୍ୟରେ ଥିବା ଅନ୍ତର୍ଜାତୀୟ ଜଳସୀମା ଓ ସ୍ଥଳସୀମା ଅତିକ୍ରମଣ ମାମଲାରେ କିଛି ସାଧାରଣ ନାଗରିକ ଓ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛନ୍ତି ଉଭୟ ଦେଶ ।

ଏହି ସୂଚନା ଆଦାନ ପ୍ରଦାନ ସହ ସାଧାରଣ ନାଗରିକ, ମତ୍ସ୍ୟଜୀବୀ ଓ ନିଖୋଜ ପ୍ରତିରକ୍ଷା କର୍ମଚାରୀଙ୍କୁ ମୁକ୍ତ କରିବା ପାଇଁ ପାକିସ୍ତାନ ନିକଟରେ ଦାବି କରିଛି ଭାରତ । ପ୍ରାଥମିକ ପର୍ଯ୍ୟାୟରେ ପାକିସ୍ତାନ କୋର୍ଟ ଦ୍ବାରା ସଜ୍ଜା କାଟି ସାରିଥିବା 631 ଭାରତୀୟ ମତ୍ସ୍ୟଜୀବୀ, 2 ସାଧାରଣ ନାଗରିକଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିବା ପାଇଁ ନୂଆଦିଲ୍ଲୀ ଅଗ୍ରାଧିକାର ଭାବେ ଇସଲାମାବାଦକୁ ଜଣାଇଛି । ଅନ୍ୟପଟେ ପାକିସ୍ତାନ ଜେଲରେ ଥିବା ଅନ୍ୟ 22 ଭାରତୀୟ ସାଧାରଣ ବନ୍ଦୀ ଓ 30 ମତ୍ସ୍ୟଜୀବୀଙ୍କୁ ଦ୍ବିପାକ୍ଷିକ ସହାୟତା ଯୋଗାଇବା ପାଇଁ ଭାରତ ପାକିସ୍ତାନ ନିକଟରେ ପ୍ରସ୍ତାବ ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.