ETV Bharat / bharat

India Corona: ସାମାନ୍ୟ ଖସିଲା ସଂକ୍ରମଣ, ଦିନକରେ ୧୧,୬୯୨ ନୂଆ ସଂକ୍ରମିତ

author img

By

Published : Apr 21, 2023, 10:54 AM IST

India Corona
India Corona

ଆଜି ପୁଣି ସାମାନ୍ୟ ଖସିଲା ସଂକ୍ରମଣ । ଗତକାଲି ଠାରୁ ୭ ପ୍ରତିଶତ କମ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଗତ ୨୪ ଘଣ୍ଟାରେ ମୋଟ ୧୧,୬୯୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: କୋରୋନାକୁ ନେଇ ଦେଶବାସୀଙ୍କ ମନରେ ଛନକା । ଦିନେ ବଢିଲେ ଦିନେ କମୁଛି ସଂକ୍ରମଣ । ଗତ କିଛି ଦିନ ହେବ ସଂକ୍ରମଣ ମାମଲା ୧୦ ହଜାର ଉପରେ ରହୁଥିବା ବେଳେ ଦେଶବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି । ଏହାରି ଭିତରେ ଗତକାଲିର ସଂକ୍ରମିତ ମାମଲା ଠାରୁ ଆଜି ଖସିଛି ସଂଖ୍ୟା । ଗତକାଲି ୧୨ ହଜାର ୮୯୧ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ୧୧୬୯୨ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକି ଗୁରୁବାର ଠାରୁ ୭ ପ୍ରତିଶତ କମ ରହିଛି । ଯାହାଫଳରେ ଭାରତରେ ସମୁଦାୟ କୋରୋନା ଆକ୍ଟିଭ ମାମଲା ଏବେ ୬୬,୧୭୦କୁ ବୃଦ୍ଧି ପାଇଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟପଟେ ସଂକ୍ରମଣ ବୃଦ୍ଧି ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଦିନକରେ ପୁଣି ୨୮ ଜଣଙ୍କର କୋରୋନା ଜନିତ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୫,୩୧,୨୫୮ରେ ପହଞ୍ଚିଛି । ତେବେ ୨୮ଜଣ ମୃତକଙ୍କ ମଧ୍ୟରୁ ୯ଜଣ କେରଳର ହୋଇଥିବା ସୂଚନା ରହିଛି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଭାରତରେ କୋରୋନା ସଂକ୍ରମଣ ବଢିବା ସହ ସୁସ୍ଥ ସଂଖ୍ୟା ବୃଦ୍ଧି ପାଉଛି । ଆଜକୁ ମିଶାଇ ଦେଶରେ ସୁସ୍ଥ ସଂଖ୍ୟା ୪,୪୨,୭୨,୨୫୬ରେ ପହଞ୍ଚିଛି । ବର୍ତ୍ତମାନ ଦେଶରେ ଦୈନିକ ପଜିଟିଭ ହାର ୫.୦୯ ପ୍ରତିଶତ ରହିଥିବା ବେଳେ ସାପ୍ତାହିକ ପଜିଟିଭ ହାର ୫.୩୩ ପ୍ରତିଶତ ରହିଛି ।

ଏହା ମଧ୍ୟ ପଢନ୍ତୁ: Karnataka polls: କଂଗ୍ରେସର 40 ଜଣିଆ ଷ୍ଟାର ପ୍ରଚାରକଙ୍କ ମଧ୍ୟରେ ସୋନିଆ, ରାହୁଲ, ଖଡଗେ ଓ ଶେଟ୍ଟର

ସୁସ୍ଥତା ହାର ୯୮.୬୭ ପ୍ରତିଶତ ଅଛି । ଦେଶରେ ୨୨୦.୬୬ କୋଟି ଟୀକାକରଣ ହୋଇଥିବାବେଳେ କେବଳ ଗତ ୨୪ ଘଣ୍ଟାରେ ୩ହଜାର ୬୪୭ ଜଣ ଟିକା ନେଇଛନ୍ତି । ସେହିପରି ୨,୩୦,୪୧୯ଟି କୋରୋନା ଟେଷ୍ଟ ହୋଇଛି । ମହାମାରୀ ଆରମ୍ଭରୁ ଏଯାବତ୍ ସମୁଦାୟ ୯୨.୪୯ ଟେଷ୍ଟ କରାଯାଇଛି ।

ଦୀର୍ଘ ଦିନର ବ୍ୟବଧାନ ପରେ ଦେଶରେ ପୁଣି କୋରୋନା କାୟା ମେଲାଉଛି । କୋରୋନାକୁ ମାତ ଦେବା ପାଇଁ ସରକାର ପ୍ରୟାସ ଚଳାଇଥିବା ବେଳେ ଅନେକ ରାଜ୍ୟରେ କଟକଣା ଲାଗୁ କରାଯାଇଛି । ଓମିକ୍ରନ ସବ ଭାରିଆଣ୍ଟ XBB.1.16 ଏତେ ମାତ୍ରାରେ ସଂକ୍ରମଣ ବୃଦ୍ଧି ପାଇଁ ଦାୟୀ ଅନୁମାନ କରୁଛନ୍ତି । ଏହାରି ଭିତରେ ଗତକାଲି(ଗୁରୁବାର) ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କୋରୋନା ପଜିଟିଭ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.