ETV Bharat / bharat

India Corona: ଦେଶରେ ପୁଣି ୨୦ ହଜାର ଟପିଲା ସଂକ୍ରମଣ

author img

By

Published : Jul 20, 2022, 10:55 AM IST

Updated : Jul 20, 2022, 11:04 AM IST

India Corona: ଦେଶରେ ପୁଣି ୨୦ ହଜାର ଟପିଲା ସଂକ୍ରମଣ
India Corona: ଦେଶରେ ପୁଣି ୨୦ ହଜାର ଟପିଲା ସଂକ୍ରମଣ

ଦେଶରେ ବଢିଲା ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ ମୋଟ 20,557 ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦେଶରେ ପୁଣି ଉପରମୁହାଁ ହେଲା କୋରୋନା । ଆଜି ପୁଣି ୨୦ ହଜାର ଟପିଲା ଦୈନିକ ସଂକ୍ରମଣ । ମଙ୍ଗଳବାର ଦେଶରେ ସଂକ୍ରମଣ ମାମଲା 15 ହଜାରକୁ ଖସି ଥିବାବେଳେ ଗତ 24 ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମୋଟ 20,557 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India Records 20,557 fresh Covid Cases) । ଦିନକରେ 18,517 ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସୁସ୍ଥସଂଖ୍ଯା 4,31,32,140କୁ ବୃଦ୍ଧି ପାଇଛି । ସେହିପରି 24 ଘଣ୍ଟାରେ ମୋଟ 40 ଜଣଙ୍କ ମୃତ୍ୟୁ ଘଟିଛି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ବର୍ତ୍ତମାନ ଭାରତରେ ସକ୍ରିୟ ମାମଲା ଲକ୍ଷେ ପାର୍‌ କରିଛି । ଆଜିର ନୂଆ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 1,45,654କୁ ବୃଦ୍ଧି ପାଇଛି । ଦେଶର ଦୈନିକ ପଜିଟିଭ ରେଟ୍ 4.13%ରେ ପହଞ୍ଚିଛି ଏବଂ ସାପ୍ତାହିକ ରେଟ୍ 4.64% ରହିଛି । ଏବେସୁଦ୍ଧା ସମୁଦାୟ 5,25,825 ଜଣ କୋରୋନା ସଂକ୍ରମଣ ପ୍ରାଣ ହରାଇଛନ୍ତି । ଦେଶବ୍ୟାପୀ ମୋଟ 200 କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ 24 ଘଣ୍ଟା ମଧ୍ୟରେ କେବଳ 26,04,797 ଜଣଙ୍କୁ ଟିକା ଦିଆଯାଇଛି ।

Last Updated :Jul 20, 2022, 11:04 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.