ETV Bharat / bharat

India Corona: ଦିନକରେ 15ହଜାରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ

author img

By

Published : Jul 19, 2022, 9:44 AM IST

India Corona: ଦିନକରେ 15,528 ନୂଆ ସଂକ୍ରମିତ ଚିହ୍ନଟ
India Corona: ଦିନକରେ 15,528 ନୂଆ ସଂକ୍ରମିତ ଚିହ୍ନଟ

ଦେଶରେ ଦୁଇ ଦିନ ହେଲା କମୁଛି ସଂକ୍ରମଣ । ଗତ 24 ଘଣ୍ଟରେ 15,528 ଜଣ ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦେଶରେ କମୁଛି ସଂକ୍ରମଣ । ଦୁଇ ଦିନ ହେଲା ସଂକ୍ରମଣ ମାମଲା ୨୦ ହଜାର ତଳେ ରହୁଛି । ଗତ 24 ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମୋଟ 15,528 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India Records 15,528 fresh Covid Cases) । ସଂକ୍ରମଣ କମିବା ସହ ମୃତ୍ୟୁସଂଖ୍ୟା ମଧ୍ୟ କ୍ରମଶଃ ହ୍ରାସ ପାଉଛି । 24 ଘଣ୍ଟାରେ ଦେଶରେ 25 ଜଣଙ୍କର ମୃତ୍ୟୁ ଘଟିଛି ଏବଂ 16,113 ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ବର୍ତ୍ତମାନ ଭାରତରେ ସକ୍ରିୟ ମାମଲା ଲକ୍ଷେ ପାର୍‌ କରିଛି । ଆଜିର ନୂଆ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 1,43,654 କୁ ବୃଦ୍ଧି ପାଇଛି । ଏଯାବତ୍ 4,31,13, 623 କୋରୋନାରୁ ଆରୋଗ୍ୟ ଲାଭ କରିଛନ୍ତି ଓ ସମୁଦାୟ 5,25,785 ଜଣଙ୍କ ମୃତ୍ୟୁ ଘଟିଛି । ବର୍ତ୍ତମାନ ଦେଶ ୨୦୦ କୋଟି ଟୀକାକରଣ କ୍ଲବରେ ସାମିଲ ହୋଇଛି । ଦେଶବ୍ୟାପୀ ସମୁଦାୟ 2,00,33,55,257 କୋଟି ଡୋଜ୍ ଟୀକାକରଣ କରାଯାଇଛି । ଗତ 24 ଘଣ୍ଟା ମଧ୍ୟରେ କେବଳ 27,78,013 ଜଣଙ୍କୁ ଟିକା ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.