ETV Bharat / bharat

India Corona: ଆଜି ୨୦ ହଜାର ପାର୍ ସଂକ୍ରମଣ

author img

By

Published : Jul 28, 2022, 10:49 AM IST

India Corona: ଆଜି ୨୦ ହଜାର ପାର୍ ସଂକ୍ରମଣ
India Corona: ଆଜି ୨୦ ହଜାର ପାର୍ ସଂକ୍ରମଣ

ଦେଶରେ ବଢିଲା ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ 20,557 ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦେଶରେ ତଳ ଉପର ହେଉଛି କୋରୋନା ସଂକ୍ରମଣ । ଦିନେ ସଂକ୍ରମଣ କମିଲେ ଆଉ ଦିନେ ବଢୁଛି । ତିନି ଦିନ ହେଲା ସଂକ୍ରମଣ କମିବା ପରେ ଆଜି ପୁଣି 20 ହଜାର ପାର୍ କରିଛି । ଗତ 24 ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମୋଟ 20,557 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India Records 20,557 fresh Covid Cases) । ସେହିପରି ଦିନକରେ 44 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ଏବଂ 19,216 ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସୁସ୍ଥସଂଖ୍ୟା 4,32,86,787କୁ ବୃଦ୍ଧି ପାଇଛି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ବର୍ତ୍ତମାନ ଭାରତରେ ସକ୍ରିୟ ମାମଲା ଦେଢ ଲକ୍ଷ ପାଖାପାଖି ରହିଛି । ଆଜିର ନୂଆ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 1,45,026କୁ ବୃଦ୍ଧି ପାଇଛି । ଦୈନିକ ପଜିଟିଭ ରେଟ୍ 5.18% ରହିଛି । ଏବେ ସୁଦ୍ଧା ସମୁଦାୟ 5,26,211 ଜଣ କୋରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଦେଶବ୍ୟାପୀ ମୋଟ 203 କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ 24 ଘଣ୍ଟା ମଧ୍ୟରେ କେବଳ 42,20,625 ଜଣଙ୍କୁ ଟିକା ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.