ETV Bharat / bharat

‘ବିଶ୍ବର କୌଣସି କୋଣରେ ଭାରତୀୟ ସଙ୍କଟରେ ପଡିଲେ, ସଜାଗ ଅଛି ସରକାର’

author img

By

Published : Aug 28, 2021, 10:55 PM IST

‘ବିଶ୍ବର କୌଣସି କୋଣରେ ଭାରତୀୟ ସଙ୍କଟରେ ଥିଲେ ସଜାଗ ଅଛି ସରକାର’
‘ବିଶ୍ବର କୌଣସି କୋଣରେ ଭାରତୀୟ ସଙ୍କଟରେ ଥିଲେ ସଜାଗ ଅଛି ସରକାର’

ଦେଶବାସୀଙ୍କୁ ଆଶ୍ବସ୍ତ କଲେ ପ୍ରଧାନମନ୍ତ୍ରୀ, କହିଲେ ବିଶ୍ବର କୌଣସି କୋଣରେ ଭାରତୀୟ ସଙ୍କଟରେ ଥଲେ ସଜାଗ ରହିଛି ଭାରତ ସରକାର । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଆଫାଗନିସ୍ତାନରେ ସୃଷ୍ଟି ହୋଇଥିବା ସଙ୍କଟ ମଧ୍ୟରେ ଭାରତ ତାର ନାଗରିକଙ୍କୁ ଯୁଦ୍ଧକଳାନୀନ ଭିତ୍ତିରେ ଉଦ୍ଧାର କରି ଦେଶକୁ ଫେରାଇବା ଅପରେସନ ଜାରି ରଖିଛି । ଏହି ଅପରେସନ ସମସ୍ତ ଭାରତୀୟ ଉଦ୍ଧାର ହେବା ଯାଏ ଚାଲୁ ରହିବ । ତେବେ ବିଶ୍ବର ଯେକୌଣସି କୋଣରେ ସଙ୍କଟରେ ଥିବା ଭାରତୀୟ ନାଗରିକଙ୍କ ପାଇଁ ସରକାର ସର୍ବଦା ପ୍ରସ୍ତୁତ ରହିଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆଜି ଜାଲିଆନାଓ୍ବାଲାବାଗରେ ସ୍ମାରକୀ କମ୍ପ୍ଲେକ୍ସ ଲୋକାର୍ପଣ ଉତ୍ସବରେ ଜନସଭାକୁ ଭର୍ଚୁଆଲରେ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଏପରି ଭରସା ଦୋଇଥିବା ଦେଖିବାକୁ ମିଳିଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି କୋରୋନା କାଳରେ ଆଫଗାନିସ୍ତାନରେ ଦେଖାଯାଇଥିବା ଗୃହଯୁଦ୍ଧ ସଙ୍କଟ ବିଶ୍ବବାସୀଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଭାରତ ତାର ନାଗରିକଙ୍କୁ ସୁରକ୍ଷିତ ସ୍ବେଦେଶ ଫେରାଇ ଆଣିବା ପାଇଁ ଅପରେସନ ‘ଦେବୀଶକ୍ତି ’ଜାରି ରଖିଛି । ଏହି ଅପରେସନ ସଫଳାତାର ଚାଲିଥିବାବେଳେ ବର୍ତ୍ତମାନ ସୁଦ୍ଧା କାବୁଲରେ ଥିବା ଭାରତୀୟ କୁଟନୀତିଜ୍ଞ, ଦୂତାବାସ ଅଧିକାରୀଙ୍କୁ ସ୍ବଦେଶ ଫେରାଇ ଅଣାସରିଛି । ଏବେ ସୁଦ୍ଧା ସେଠାରେ ଥିବା ଅବଶିଷ୍ଟ ଭାରତୀୟ ନାଗରିକଙ୍କୁ ମଧ୍ୟ ସୁରକ୍ଷିତ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରାଯିବା ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ।

ସେହିପରି ଆଜି ଜାଲିଆନାଓ୍ବାଲାବାଗରେ ଆଧୁନିକୀକରଣ ପରେ ସ୍ମାରକୀ ଗ୍ୟାଲେରୀକୁ ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ସ୍ମାରକୀର ପ୍ରତେକ କୋଣରେ ଦେଶର ପୂର୍ବ ଗୌରବଶାଳୀ ଇତିହାସର ଛାପ ରହିଛି । ଦେଶପାଇଁ ବଳୀଦାନ ଦେଇଥିବା ଶହୀଦଙ୍କ ପରାକ୍ରମକୁ ପ୍ରତ୍ୟେକ ଭାରତୀୟ ପାଇଁ ପ୍ରେରଣା । ଆଜି ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଏହି କମ୍ପ୍ଲେକ୍ସକୁ ଉଦ୍ଘାଟନ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଆଜିର କାର୍ଯ୍ୟକ୍ରମରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ମଧ୍ୟ ଉପସ୍ଥିତ ଥିଲେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.