ETV Bharat / bharat

ଜାନୁଆରୀ 15 ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

author img

By ETV Bharat Odisha Team

Published : Jan 15, 2024, 12:00 AM IST

horoscope
ଜାନୁଆରୀ 15 ରାଶିଫଳ

15th January Horoscope: ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

ମେଷ: ବନ୍ଧୁମାନଙ୍କ ସହିତ ମୌଜ ମଜଲିସରେ ଦିନଟି କଟିବ । ଆପଣ ନିଜର ବନ୍ଧୁମାନଙ୍କ ଠାରୁ ଆକସ୍ମିକ ଭାବେ ଉପହାର ପାଇ ଖୁସି ହେବେ । ପ୍ରତିଦାନରେ ଆପଣ ମଧ୍ୟ ସେମାନଙ୍କ ପାଇଁ ଯଥେଷ୍ଟ ଖର୍ଚ୍ଚ କରିପାରନ୍ତି । ନୂତନ ବନ୍ଧୁତା ସ୍ଥାପନ କରିପାରନ୍ତି ଯାହା ଆପଣଙ୍କୁ ଭବିଷ୍ୟତରେ ଉପକୃତ କରିପାରେ । ଆପଣ ନିଜ ସନ୍ତାନମାନଙ୍କ ଠାରୁ ବହୁ ସାହାଯ୍ୟ ପାଇବେ । କୌଣସି ଏକ ରମଣୀୟ ଦର୍ଶନୀୟ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି । ସରକାରୀ କାର୍ଯ୍ୟ ଆପଣଙ୍କ ପାଇଁ ସୁଫଳ ହୋଇପାରେ ।

ବୃଷ: କର୍ମଚାରୀମାନଙ୍କ ପାଇଁ ଆଜି ଦିନଟି ଶୁଭଙ୍କର ଅଟେ । ନୂଆ ଦୁଃସାହାସିକ କାର୍ଯ୍ୟକୁ ସୂଚାରୁ ରୂପେ ସମ୍ପୂର୍ଣ୍ଣ କରିପାରନ୍ତି । ସହକର୍ମୀମାନେ ତଥା ଉପରିସ୍ଥ ହାକିମଙ୍କ ସହଯୋଗ ମିଳିପାରେ। ପଦୋନ୍ନତି ହେବାର ଉଜ୍ଜଳ ସମ୍ଭାବନା ଅଛି । ବ୍ୟବସାୟ ଓ ବୃତ୍ତିରେ ସମୃଦ୍ଧିଲାଭ କରିବାର ସୂଚନା ମିଳୁଛି । ଆଜି ବାକି ପଡିଥିବା ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସଫଳତାର ସହ ସମ୍ପୂର୍ଣ୍ଣ କରିବେ । ଗୃହସ୍ଥ୍ୟ ଜୀବନ ସୁଖମୟ ହେବ । ସରକାରୀ କାର୍ଯ୍ୟରେ ସଫଳତା ମିଳିପାରେ ।

ମିଥୁନ: ନୂତନ କାର୍ଯ୍ୟ ଶୁଭାରମ୍ଭ କରିବା ପାଇଁ ଯୋଜନା କରନ୍ତୁ ନାହିଁ । ଆପଣ କୌଣସି କାମ କରିବା ପାଇଁ ଆଜି ଉତ୍ସାହିତ ହେବେ ନାହିଁ । ପାକସ୍ଥଳୀରେ ଯନ୍ତ୍ରଣା ଏବଂ ଆଉ କିଛି ସାମାନ୍ୟ ରୋଗ ଆପଣଙ୍କ ମାନସିକ ଯନ୍ତ୍ରଣାକୁ ବଢାଇ ଦେଇପାରେ । କାର୍ଯ୍ୟସ୍ଥଳ ଏବଂ ବ୍ୟବସାୟରେ କିଛି ପ୍ରତିପକ୍ଷ ବାଧା ସୃଷ୍ଟି କରିପାରନ୍ତି । ଏଥିପାଇଁ ଆପଣଙ୍କର ସହକର୍ମୀ ଏବଂ ଉପରିସ୍ଥ କର୍ମଚାରୀମାନେ ନିରାଶ ହୋଇପାରନ୍ତି । ଆପଣଙ୍କର ପୁଞ୍ଜିରୁ କିଛି ଧନ ବାଜେ ଖର୍ଚ୍ଚରେ ଲାଗିପାରେ । କୌଣସି ଗୁରୁତ୍ବପୁର୍ଣ୍ଣ ସିଦ୍ଧାନ୍ତ ଆଜି ନିଅନ୍ତୁ ନାହିଁ ।

କର୍କଟ: ଆଜି କିଛି ଅଘଟଣ ଘଟିବାର ସମ୍ଭାବନା ରହିଛି । ତେଣୁ କିଛି ଅଘଟଣ ଘଟିବା ଆଗରୁ ସେହି ଖଣ୍ଡାଧାର ଠାରୁ ଦୂରରେ ରହିବା ଭଲ । ସମୟକୁ ସମ୍ମାନ ଦିଅ ଓ ଶାନ୍ତ ରୁହ। ଯଦି ଏହା ନ କରନ୍ତି ତେବେ ଘରେ ପରିସ୍ଥିତି ଅସମ୍ଭାଳ ହେବ । ଆପଣ ମଧ୍ୟ ଅସାମାଜିକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ ନ ହେଲେ ଅଜଥା କଚେରୀ ଯାଏଁ କଥା ଯାଇପାରେ । ଆଜି ଦୁଃଶ୍ଚିନ୍ତା ତୁମକୁ ବ୍ୟସ୍ତ କରିବ।

ସିଂହ: ସିଂହ ରାଶିମାନଙ୍କ ପାଇଁ ଆଜି ଏକ ମଧ୍ୟମ ଧରଣର ଦିନ ଅଟେ । ଦିନର ଦ୍ବିତୀୟର୍ଦ୍ଧରେ କିଛି ଲଢେଇ କରିପାରନ୍ତି। ପତ୍ନୀଙ୍କ ଦେହ ଭଲ ରହିବ ନାହିଁ । ତୁମର ବାଣିଜ୍ୟ ବନ୍ଧୁଙ୍କ ପ୍ରତି ସତର୍କ ରୁହନ୍ତୁ । ତାଙ୍କର ବ୍ୟବହାର ଓ ଚାଲିଚଳନ ପାଇଁ କ୍ଷୁବ୍ଧ ହେବେ । ମନମାଳିନ୍ୟ ହୋଇ ପାରେ । ଅକାରଣରେ ପାଟିତୁଣ୍ଡ ହେବାରୁ ଦୂରେଇ ଯାଆନ୍ତୁ । ଆଜି ବିଭିନ୍ନ ଧରଣର ଲୋକଙ୍କ ସହ ମିଶିବେ । ତେଣୁ ଏହାର ସୁଯୋଗ ଉଠାଇ ଆନନ୍ଦ ହୁଅନ୍ତୁ ।

କନ୍ୟା: ଆଜି ସାମାଜିକ, ବନ୍ଧୁ ମିଳନ ଓ ଅର୍ଥ ସମାଗମନରେ ସମୟ ଅତିବାହିତ କରିବେ । ଆଜି ଆପଣଙ୍କ ସ୍ବାସ୍ଥ୍ୟ ଭଲ ରହିବ । ଯେଉଁମାନେ ଶାରୀରିକ ପୀଡା ଭୋଗୁଛନ୍ତି, ଏପରି ଦିନରେ ଅନେକ ସୁସ୍ଥ ଅନୁଭବ କରିବେ । କାର୍ଯ୍ୟାଳୟରେ ମଧ୍ୟ ସାଥିମାନେ ମିଶିବେ ଏଥିସହ ଆପଣଙ୍କ କାମ ଶେଷ କରିବାରେ ସାହାଯ୍ୟ କରିବେ ।

ତୁଳା: ଆଜିର ଦିନରେ ଆପଣଙ୍କ ଚିନ୍ତାଧାରା ଓ କାମକାର୍ଯ୍ୟ ସୁଚାରୁ ରୁପେ ହେବ । କିନ୍ତୁ ଆପଣଙ୍କ ଚିନ୍ତାଧାରାର ମାନ ଠିକ ଥିବା ଦରକାର । ଏହାର ଗତିକୁ ପରଖି ନିଅନ୍ତୁ । ଆଜି ଅନେକ ବୁଦ୍ଧିମାନ ବିଚାର ଓ ଯୁକ୍ତିତର୍କରେ ଆପଣ ବ୍ୟସ୍ତ ରହିବେ । ଆପଣଙ୍କ ପିଲାମାନେ ସୁସମ୍ବାଦ ଆଣିବେ । ଯାହା ଦ୍ୱାରା ଆପଣ ଆପଣଙ୍କ ପରିବାର ଖୁସି ରହିବେ । ଆପଣଙ୍କ ଶାରୀରିକ ଅବସ୍ଥା ଭଲ ରହିବ ନାହିଁ। ସବୁ ଦୃଷ୍ଟିରୁ ଦିନଟି ମଧ୍ୟମ ଧରଣରେ କଟିବ ।

ବିଛା: ଆଜି ଯେତେ ଖରାପ ଅବସ୍ଥା ହୋଇଥିଲେ ମଧ୍ୟ ନିଜକୁ ଦୃଢ ରଖନ୍ତୁ। ଚିନ୍ତାରେ ରହିଥିବାରୁ ଆପଣଙ୍କ ପ୍ରିୟଜନଙ୍କ ସହ ଝଗଡା ହୋଇପାରେ । ଆପଣଙ୍କ ସ୍ବାସ୍ଥ୍ୟବସ୍ଥା ଓ ସମ୍ପତ୍ତି ଖରାପ ଆଡକୁ ଗତିକରିପାରେ ସଜାଗ ରୁହନ୍ତୁ । ଆଜି କୌଣସି ସ୍ତ୍ରୀଙ୍କ ସହିତ ବାର୍ତ୍ତାଳାପ କରନ୍ତୁ ନାହିଁ ଏବଂ ଅପରିଚିତ ଜଳାଶୟ ଠାରୁ ଦୁରରେ ରୁହ ନ୍ତୁ। ସମସ୍ୟା ଏପରି କଟୁ ହୋଇପାରେ ଯାହା ତୁମ କ୍ଷ୍ୟାତିକୁ ବାଧା ଦେଇପାରେ । ଏସବୁ ଠିକରେ ପରିଚାଳନା କରନ୍ତୁ। ଅତି ସତର୍କତାର ସହିତ କଚେରୀ କାଗଜରେ ଦସ୍ତଖତ କରନ୍ତୁ ।

ଧନୁ: ଆଜି ଏକ ଭଲ ଦିନ ଆପଣଙ୍କ ଜାତକରେ ଅଛି । ଆପଣଙ୍କ ବାନ୍ଧବୀଙ୍କ ସହ କଥା ଓ କାମରେ ସଂପର୍କ ନୀବିଡ ହେବ । ସାଙ୍ଗ ମାନଙ୍କ ସହ ମିଶିବେ। ଦିନଟି ଅଧିକ ମନେରଖିବା ପାଇଁ ସେମାନଙ୍କ ସହ ବୁଲାବୁଲିରେ ଯିବେ। କର୍ମକ୍ଷେତ୍ରରେ ଆପଣଙ୍କୁ ପରାଜୟ କରିବା ଆଜି କଷ୍ଟକର।

ମକର: ଆଜି ଦିନ ଏକ ସାଧାରଣ ଦିନ ହେବ । ପଇସା ଖେଳ ଓ ଷ୍ଟକ ବଜାରରେ ଅର୍ଥ ଲଗାଉ ଥିବା ଲୋକମାନେ ସତର୍କ ରହିବା ଠିକ ହେବ । ଛାତ୍ରମାନେ ବହୁକଷ୍ଟ କରି ସଫଳ ହେବେ । ଘରେ ଜଟିଳ ପରିସ୍ଥିତି ଓ ଶତୃତା ନ ଉପୁଜାଇବା ପାଇଁ ଚୁପ ରୁହନ୍ତୁ ଏବଂ ମୁଣ୍ଡ ଥଣ୍ଡା ରଖନ୍ତୁ । ଆଜି ସ୍ୱାସ୍ଥ୍ୟ ଭଲ ରହିବ ନାହିଁ, ସ୍ୱାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ। ଆଖି ଜନିତ ରୋଗରେ ପୀଡିତ ହୋଇପାରନ୍ତି । ଧ୍ୟାନ ଓ ଯୋଗ ବଳରେ ସେଥିରୁ ନୀବୃତ ରୁହନ୍ତୁ । ନିଜକୁ ବ୍ୟସ୍ତ ରଖିବା ମଧ୍ୟ ଭଲ ହେବ।

କୁମ୍ଭ: ଆଜି ଗ୍ରହ ନକ୍ଷତ୍ରମାନେ ସହାୟ ହେବେ । ଜାତକରେ ଅର୍ଥ ଲାଭ ଅଛି । ଦେହ ଓ ମନ ଦୃଷ୍ଟିରୁ ନକ୍ଷତ୍ରମାନେ ଆପଣଙ୍କୁ ଖୁସି ରଖିବେ । ପ୍ରିୟ ନକ୍ଷତ୍ରମାନଙ୍କ ବଳରେ ଗୋଟିଏ ସୁନ୍ଦର ପରିଭ୍ରମଣର ଆୟୋଜନ କରନ୍ତୁ । ଧାର୍ମିକ ଦିଗରେ ଆପଣଙ୍କର ଇଛା ଶକ୍ତି ବୃଦ୍ଧି ଯୋଗୁଁ ବିଭିନ୍ନ ଅସୁବିଧା ଦୁର ହେବ। ଆପଣଙ୍କ ବୈବାହିକ ଜୀବନରେ ଶାନ୍ତି ମିଳିବ କାରଣ ସ୍ତ୍ରୀ ଙ୍କ ସହ ଅନ୍ତରଙ୍ଗତା ବଢିବ।

ମୀନ: ଆପଣଙ୍କ ଦିନସାରା ସତର୍କ ରୁହନ୍ତୁ। ଆପଣ ଆଜି ଧ୍ୟାନ ଓ ଯୋଗ କରନ୍ତୁ। ଆଜି ଅଯଥା ଖର୍ଚ୍ଚ ମଧ୍ୟ ବଢିପାରେ। ଧାର୍ମିକ କାମରେ ଅନେକ ଖର୍ଚ୍ଚ କରିବେ। ପ୍ରିୟଜନ ଓ ବନ୍ଧୁଙ୍କ ସହ ଝଗଡା ଆପଣଙ୍କ ମଧ୍ୟରେ ପାଚେରୀ ଠିଆ କରିଦେବ। ଆପଣଙ୍କ ଗର୍ବ ଓ ଦମ୍ଭକୁ କାବୁରେ ରଖି ଏହାଠୁ ଦୁରରେ ରୁହନ୍ତୁ । କଚେରୀ କାମକୁ ସାବଧାନତାର ସହ କରନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.