ETV Bharat / bharat

ଦିଲ୍ଲୀରୁ ହାର୍ଡକୋର ହିଜିବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ଗିରଫ, ମୁଣ୍ଡ ଉପରେ ଥିଲା 10ଲକ୍ଷ ପୁରସ୍କାର

author img

By ETV Bharat Odisha Team

Published : Jan 4, 2024, 10:54 PM IST

Hizbul terrorist arrested in Delhi: ଦିଲ୍ଲୀରୁ ହାର୍ଡକୋର ‘ହିଜିବୁଲ ମୁଜାହିଦ୍ଦିନ’ ଆତଙ୍କୀ ଜାଭେଦ ମଟ୍ଟୁ ଗିରଫ । ମୁଣ୍ଡ ଉପରେ ଥିଲା 10 ଲକ୍ଷ ଟଙ୍କାର ପୁରସ୍କାର ରାଶି । ଅଧିକ ପଢନ୍ତୁ
ଦିଲ୍ଲୀରୁ ହାର୍ଡକୋର ହିଜିବୁଲ ମୁଜାହିଦ୍ଦିନ ଆତଙ୍କୀ ଜାଭେଦ ମଟ୍ଟୋ ଗିରଫ, ଥିଲା 10 ଲକ୍ଷର ପୁରସ୍କାର
ଦିଲ୍ଲୀରୁ ହାର୍ଡକୋର ହିଜିବୁଲ ମୁଜାହିଦ୍ଦିନ ଆତଙ୍କୀ ଜାଭେଦ ମଟ୍ଟୋ ଗିରଫ, ଥିଲା 10 ଲକ୍ଷର ପୁରସ୍କାର

ନୂଆଦିଲ୍ଲୀ: ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ସାରା ଦେଶରେ ଆତଙ୍କବାଦ କାର୍ଯ୍ୟାକଳାପ ଉପରେ ସମସ୍ତ କେନ୍ଦ୍ରୀୟ ସଂସ୍ଥାର ତୀକ୍ଷ୍ଣ ନଜର ଥିବା ବେଳେ ଆଜି ରାଜଧାନୀ ଦିଲ୍ଲୀରୁ ଗିରଫ ହୋଇଛି ଜଣେ ହାର୍ଡକୋର ଆତଙ୍କବାଦୀ । କୁଖ୍ୟାତ ଆତଙ୍କବାଦୀ ସଂଗଠନ ‘ହିଜବୁଲ ମୁଜାହିଦ୍ଦିନ’ର ମୋଷ୍ଟୱାଣ୍ଟେଡ ଆତଙ୍କବାଦୀ ଜାଭେଦ ମଟ୍ଟୁକୁ ଆଜି ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ ଗିରଫ କରିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଗିରଫ ଆତଙ୍କବାଦୀ ଜାଭେଦ ଉପରେ 10 ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା । ଜାମ୍ମୁ କାଶ୍ମୀରରେ ଅନେକ ଆତଙ୍କବାଦ ଘଟଣାରେ ଜଡିତ ଥିବା ଜାଭେଦ ଗତ କିଛି ବର୍ଷ ହେବ ସୁରକ୍ଷା ବଳ ଓ ଗୁଇନ୍ଦା ବିଭାଗର ସ୍କାନରରେ ରହିଆସିଥିଲା । ତା’ ସମ୍ପର୍କରେ କୌଣସି ସୂଚନା ପ୍ରଦାନ କରିବା ପାଇଁ 10 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା ।

ସୂଚନା ଅନୁସାରେ, ଆଜି (ଜାନୁଆରୀ 4) ସନ୍ଧ୍ୟାରେ ଦିଲ୍ଲୀ ପୋଲିସ ସ୍ପେଶାଲ ସେଲର ଟିମ୍‌ ଏହି ଆତଙ୍କବାଦୀକୁ ଗିରଫ କରିବାରେ ସଫଳ ହୋଇଛି । ତାକୁ ଏକ କାର ସହ ଗିରଫ କରାଯାଇଛି । କାରଟି କିଛି ମାସ ତଳେ ଚୋରି ହୋଇଥିବା ଜଣାପଡିଛି । ତା’ ନିକଟରୁ ଗୋଟିଏ ପିସ୍ତଲ ଓ ଏକାଧିକ ରାଉଣ୍ଡର ଗୁଳି ମଧ୍ୟ ଜବତ ହୋଇଛି । ସେ ହିବୁଲ ସଂଗଠନର କମାଣ୍ଡର ଭାବେ କାର୍ଯ୍ୟ କରୁଥିଲା । କାଶ୍ମୀର ସୋପୋରର ଅଞ୍ଚଳର ବାସିନ୍ଦା ଜାଭେଦ ଏକାଧିକ ଥର ପାକିସ୍ତାନ ଯାଇ ସେଠାରେ ଆତଙ୍କବାଦୀ ଶିବିରରେ ପ୍ରଶିକ୍ଷଣ ମଧ୍ୟ ନେଇଛି । ଘାଟିରେ ଏକାଧିକ ଆତଙ୍କବାଦୀ ଆକ୍ରମଣରେ ସେ ସାମିଲ ଥିଲା ।

ଏହା ମଧ୍ୟ ପଢନ୍ତୁ :- ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଆକ୍ରମଣ ଷଡଯନ୍ତ୍ର ! ମହାରାଷ୍ଟ୍ରରୁ 11 ସନ୍ଦିଗ୍ଧଙ୍କୁ ଚିହ୍ନଟ କଲା ATS

ପୋଲିସ ରିପୋର୍ଟ ଅନୁଯାୟୀ, ଅହମ୍ମଦ ଜାଭେଦ ମଟ୍ଟୁ ଜଣେ A ++ ଗ୍ରେଡ୍ ବା ମୋଷ୍ଟଓ୍ବାଣ୍ଟେଡ ଶ୍ରେଣୀର ଆତଙ୍କବାଦୀ ତାଲିକାରେ ଥିଲା । ତେବେ ସେ କାଶ୍ମୀରରେ ମୋଟ 11ଟି ଆତଙ୍କୀ ହମାଲାରେ ପ୍ରତ୍ୟେକ୍ଷ ସମ୍ପୃକ୍ତ । ତା’ ବିରୋଧରେ ଘାଟିର ବିଭିନ୍ନ ସ୍ଥାନରେ 5 ଜଣ ପୋଲିସ କର୍ମୀଙ୍କୁ ହତ୍ୟା କରିବାର ଅଭିଯୋଗ ମଧ୍ୟ ରହିଛି ।

ଏକ ଏନକାଉଣ୍ଟରରେ ଭାରତୀୟ ସୁରକ୍ଷା ବଳର ଗୁଳିରେ ଆହତ ହେବା ପରେ ସେ ଘାଟି ଛାଡି ନେପାଳ ପଳାଇଥିବା ଜଣାପଡିଥିଲା । ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ‘ଆଇଏସଆଇ’ ସହଯୋଗରେ ସେ କିଛି ଦିନ ନେପାଳରେ ଆତ୍ମଗୋପନ କରିବା ପରେ ପୁଣି ଭାରତ ଫେରିଥିଲା । ତେବେ ସେ ମାରଣାସ୍ତ୍ର ଓ ଗୁଳିଗୋଳା ନେବା ପାଇଁ ଦିଲ୍ଲୀ ଆସିବା ସମ୍ପର୍କରେ ଗୁଇନ୍ଦା ଇନପୁଟରୁ ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ ସୂଚନା ପାଇବା ପରେ ତାକୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.