ETV Bharat / bharat

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଆକ୍ରମଣ ଷଡଯନ୍ତ୍ର ! ମହାରାଷ୍ଟ୍ରରୁ 11 ସନ୍ଦିଗ୍ଧଙ୍କୁ ଚିହ୍ନଟ କଲା ATS

author img

By ETV Bharat Odisha Team

Published : Jan 4, 2024, 9:23 PM IST

ATS revealed 11 youths plotting against Ram temple in Maharastra: ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଅଘଟଣ ଘଟାଇବା ଯୋଜନାରେ ଥିବା ମହାରାଷ୍ଟ୍ର ଔରଙ୍ଗାବାଦର 11 ଯୁବକଙ୍କୁ ଚିହ୍ନଟ କଲା ଉତ୍ତର ପ୍ରଦେଶ ଏଟିଏସ । ଅଧିକ ପଢନ୍ତୁ

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଆକ୍ରମଣ ଯୋଜନା ! ମହାରାଷ୍ଟ୍ରରୁ 11 ସନ୍ଦିଗ୍ଧଙ୍କୁ ଚିହ୍ନଟ କଲା ATS
ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଆକ୍ରମଣ ଯୋଜନା ! ମହାରାଷ୍ଟ୍ରରୁ 11 ସନ୍ଦିଗ୍ଧଙ୍କୁ ଚିହ୍ନଟ କଲା ATS

ଲକ୍ଷ୍ନୌ: 22 ତାରିଖରେ ରାମ ଜନ୍ମଭୂମି ଅଯୋଧ୍ୟାରେ ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବକୁ ଐତିହାସିକ କରିବା ପାଇଁ ସମଗ୍ର ଦେଶ ପ୍ରସ୍ତୁତ ହେଉଛି । ତେବେ ଅଯୋଧ୍ୟା ମହୋତ୍ସବରେ ଆକ୍ରମଣ ଓ ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ଯୋଜନା କରିଥିବା ମହାରାଷ୍ଟ୍ର ଔରଙ୍ଗାବାଦର 11 ଯୁବକଙ୍କୁ ଉତ୍ତର ପ୍ରଦେଶ ଆତଙ୍କବାଦ ନିରୋଧୀ ସ୍କ୍ବାଡ (ଏଟିଏସ) ଚିହ୍ନଟ କରିଛି । ଏମାନେ ସୋସିଆଲ ମଡିିଆରେ ରାମ ମନ୍ଦିର ଉତ୍ସବରେ ଅଘଟଣ ଘଟାଇବା ଯୋଜନାରେ ଥିଲେ । ଏହି ଉଦ୍ଦେଶ୍ୟରେ ଏମାନେ ସୋସିଆଲ ମିଡିଆରେ ଉତ୍ତେଜକ ପୋଷ୍ଟ କରୁଥିଲେ । ଉକ୍ତଗ୍ରାମରେ ଚଢାଉ ପରେ ସମସ୍ତ ସନ୍ଦିଗ୍ଧ ଫେରାର ହୋଇଯାଇଛନ୍ତି । ଏଟିଏସ ସେମାନଙ୍କୁ ପରିବାର ସଦସ୍ୟଙ୍କୁ ନୋଟିସ ଜାରି କରିଛି । 18 ତାରିଖ ମଧ୍ୟରେ ଏମାନେ ଏଟିଏସ ନିକଟରେ ହାଜର ହେବେ । ନହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଆକ୍ରମଣ ଯୋଜନା ! ମହାରାଷ୍ଟ୍ରରୁ 11 ସନ୍ଦିଗ୍ଧଙ୍କୁ ଚିହ୍ନଟ କଲା ATS
ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଆକ୍ରମଣ ଯୋଜନା ! ମହାରାଷ୍ଟ୍ରରୁ 11 ସନ୍ଦିଗ୍ଧଙ୍କୁ ଚିହ୍ନଟ କଲା ATS

ରାମ ମନ୍ଦିରର ପ୍ରତିଷ୍ଠା ତାରିଖ ସ୍ଥିର ହେବା ପରଠାରୁ ଏକାଧିକ ଥର ଆକ୍ରମଣ ଧମକ ମିଳିସାରିଛି । କାର୍ଯ୍ୟକ୍ରମ ସ୍ଥାନରେ ଆକ୍ରମଣ ସହ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ହତ୍ୟା ଧମକ ମିଳିସାରିଛି । ଏହି ଘଟଣାରେ ଏକାଧିକ ଅଭିଯୁକ୍ତ ମଧ୍ୟ ଗିରଫ ହୋଇସାରିଛନ୍ତି । ଏବେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ କଡା ସୁରକ୍ଷା ବଳୟ ମଧ୍ୟରେ ଶେଷ କରାଯିବାର ବ୍ୟବସ୍ଥା କରାଯାଇଛି । ଏବେଠାରୁ ଆତଙ୍କବାଦ ନିରୋଧୀ ଟିମ ଓ ଗୁଇନ୍ଦା ବିଭାଗ ସମସ୍ତ ଦିଗ ଉପରେ ତୀକ୍ଷ୍ଣ ନଜର ରଖିଛି । ସୋସିଆଲ ମଡିଆ ସହ ଗ୍ରାଉଣ୍ଡ ଜିରୋ ପର୍ଯ୍ୟନ୍ତ ତଦନ୍ତକାରୀ ସଂସ୍ଥା ଓ ଗୁଇନ୍ଦା ବିଭାଗ ନଜର ରଖିଛି । ସେହି କ୍ରମରେ ମହାରାଷ୍ଟ୍ର ସମ୍ଭାଜୀ ନଗର (ଔରଙ୍ଗାବାଦ) ଏହି ଯୁବକମାନଙ୍କ ସନ୍ଦିଗ୍ଧ କାର୍ଯ୍ୟକଳାପ ସନ୍ଦେହ ଘେରକୁ ଆସିଥିଲା । ଏମାନଙ୍କୁ ଏଟିଏସ ଚିହ୍ନଟ ମଧ୍ୟ କରିଛି । ଏମାନେ ସମସ୍ତେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ବୋଲି ଜଣାପଡିଛି ।

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଆକ୍ରମଣ ଯୋଜନା ! ମହାରାଷ୍ଟ୍ରରୁ 11 ସନ୍ଦିଗ୍ଧଙ୍କୁ ଚିହ୍ନଟ କଲା ATS
ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଆକ୍ରମଣ ଯୋଜନା ! ମହାରାଷ୍ଟ୍ରରୁ 11 ସନ୍ଦିଗ୍ଧଙ୍କୁ ଚିହ୍ନଟ କଲା ATS

ଉତ୍ତର ପ୍ରଦେଶ ଏଟିଏସର ଏକ ଟିମ ସ୍ଥାନୀୟ ପୋଲିସ ସହାୟତାରେ ସନ୍ଦିଗ୍ଧ ଯୁବକମାନଙ୍କ ଗ୍ରାମରେ ଚଢାଉ କରିବା ପରେ ଏହି ଯୁବକମାନଙ୍କ ଘରୁ ଜବତ ହୋଇଥିବା ମୋବାଇଲ ଓ ଅନ୍ୟ ବୈଦ୍ୟୁତିକ ଉପକରଣରୁ ଷଡଯନ୍ତ୍ରର ଖୁଲାସା ହୋଇଛି । ଏମାନେ ଦୀର୍ଘଦିନ ଧରି ମହୋତ୍ସବରେ ଅଘଟଣ ଘଟଇବା ପାଇଁ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଯୁବକଙ୍କୁ ବିଭିନ୍ନ ପ୍ରକାର ପୋଷ୍ଟ ମାଧ୍ୟମରେ ଉତ୍ତେଜିତ କରୁଥିଲେ ।

ଏହା ମଧ୍ୟ ପଢନ୍ତୁ :- ରାମ ମନ୍ଦିର ସିଂହଦ୍ବାରର ପ୍ରଥମ ଝଲକ, 32 ପାହାଚର ଉଭୟ ପାର୍ଶ୍ବରେ ସିଂହ ଓ ହସ୍ତୀ

ଏହା ସହ ଏହି 11 ଯୁବକ ପ୍ରତିଷ୍ଠା ଉତ୍ସବ ଦିନ ଅଯୋଧ୍ୟା ଯିବା ନେଇ ମଧ୍ୟ ଯୋଜନାରେ ଥିଲେ । ଫଳରେ କାର୍ଯ୍ୟକ୍ରମ ସ୍ଥଳରେ ସେମାନେ ବଡ ଅଘଟଣ ଘଟାଇବା ପାଇଁ ମଧ୍ୟ ଯୋଜନାରେ ଥିବା ପର୍ଦ୍ଦାଫାସ ହୋଇଛି । ଉତ୍ତର ପ୍ରଦେଶ ଏଟିଏସ ଏବେ ଏମାନଙ୍କ ପରିବାର ସଦସ୍ୟଙ୍କୁ ନୋଟିସ ଜାରି କରିଛି । 18 ତାରିଖରେ ସମସ୍ତ ଫେରାର ସନ୍ଦିଗ୍ଧ ଏଟିଏସ ମୁଖ୍ୟାଳୟରେ ହାଜର ହେବା ପାଇଁ ନୋଟିସ ଜାରି କରାଯାଇଛି । ଏମାନେ ନୋଟିସ ତାରିଖରେ ସଂସ୍ଥା ନିକଟରେ ହାଜର ନହେଲେ ସେମାନଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି ହେବା ସହ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଚେତାବନୀ ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.