ETV Bharat / bharat

18-59 ବୟସ ବର୍ଗଙ୍କ ପାଇଁ ମାଗଣା ବୁଷ୍ଟର ଡୋଜ ଦେବେ ହରିୟାଣା ସରକାର

author img

By

Published : Apr 25, 2022, 7:56 PM IST

18-59 ବୟସ ବର୍ଗଙ୍କ ପାଇଁ ମାଗଣା ବୁଷ୍ଟର ଡୋଜ ଦେବେ ହରିୟାଣା ସରକାର
18-59 ବୟସ ବର୍ଗଙ୍କ ପାଇଁ ମାଗଣା ବୁଷ୍ଟର ଡୋଜ ଦେବେ ହରିୟାଣା ସରକାର

ମାଗଣା ବୁଷ୍ଟର ଡୋଜ ଦେବେ ହରିୟାଣା ସରକାର । 18-59 ବୟସ ବର୍ଗରେ ଉପକୃତ ହେବେ 1.2 କୋଟି ହିତାଧିକାରୀ । ପୂର୍ବରୁ ଘୋଷଣା କରିସାରିଛି ଦିଲ୍ଲୀ । ଅଧିକ ପଢନ୍ତୁ

ଚଣ୍ଡିଗଡ: କୋଭିଡ ଟୀକାକରଣ ନେଇ ନୂଆ ନିଷ୍ପତ୍ତି ନେଇଛନ୍ତି ହରିୟାଣାର ଖଟ୍ଟର ସରକାର । 18-59 ବୟସ ବର୍ଗଙ୍କ ପାଇଁ ମାଗଣା ବୁଷ୍ଟର ଡୋଜ ଦେବେ ରାଜ୍ୟ ସରକାର । ପୂର୍ବରୁ ଦିଲ୍ଲୀ ସମାନ ଘୋଷଣା କରିସାରିଥିବାବେଳେ ଦ୍ବିତୀୟ ରାଜ୍ୟ ଭାବେ ଏହି ଘୋଷଣା କରିଛି ହରିୟାଣା ।

  • राज्य के लोगों के स्वास्थ्य को प्राथमिकता देते हुए मुख्यमंत्री श्री @mlkhattar ने कोविड रोधी टीकाकरण अभियान को आगे बढ़ाते हुए 18 वर्ष से 59 वर्ष के आयु वर्ग के वयस्क नागरिकों के लिए मुफ्त बूस्टर खुराक की घोषणा की है। #Haryana #DIPRHaryana #LargestVaccineDrive #boosterdose

    — DPR Haryana (@DiprHaryana) April 25, 2022 " class="align-text-top noRightClick twitterSection" data=" ">

ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ରାଜ୍ୟ ସୂଚନା ବିଭାଗ ଟ୍ବିଟ କରି କହିଛି, ରାଜ୍ୟବାସୀଙ୍କ ସ୍ବାସ୍ଥ୍ୟ ସୁରକ୍ଷା ନେଇ ରାଜ୍ୟ ସରକାର ସବୁବେଳେ ପ୍ରାଧାନ୍ୟ ଦେଇ ଆସିଛନ୍ତି । ତେଣୁ ବର୍ତ୍ତମାନ ସମୟରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ରାଜ୍ୟର ସମସ୍ତ 18-59 ବୟସ ବର୍ଗର ହିତାଧିକାରୀଙ୍କୁ ଦେୟମୁକ୍ତ କୋଭିଡ ବୁଷ୍ଟର ଡୋଜ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ।

ଏହି ନିର୍ଦ୍ଦିଷ୍ଟ ବୟସ ବର୍ଗରେ ରାଜ୍ୟରେ ପ୍ରାୟ 1.2 କୋଟି ହିତାଧିକାରୀ ଉପକୃତ ହେବା ସହ ରାଜ୍ୟ ସରକାର ଏଥିପାଇଁ ପ୍ରାୟ 3ଶହ କୋଟିର ଅତିରିକ୍ତ ଖର୍ଚ୍ଚ ବହନ କରିବେ । ଯୋଗ୍ୟ ହିତାଧିକାରୀମାନେ ରାଜ୍ୟର କୌଣସି ସରକାରୀ ହସ୍ପିଟାଲ ବା ଡିସ୍ପେନସରୀରୁ ଏହି ଡୋଜ ଗ୍ରହଣ କରିପାରିବେ । ଏଥିପାଇଁ ପଞ୍ଜୀକରଣ ମଧ୍ୟ ଆରମ୍ଭ ହେବ । ସେହିପରି ଦିଲ୍ଲୀ, ଉତ୍ତର ଭାରତ ସମେତ ଅନ୍ୟ କିଛି ସ୍ଥାନରେ ବର୍ତ୍ତମାନ କୋଭିଡ ସଂକ୍ରମଣ କଡ ଲେଉଟାଇବା ଆରମ୍ଭ କରିଥିବାବେଳେ ଚିନ୍ତା ମଧ୍ୟ ବଢିଛି । ହରିୟାଣା ସରକାର ମଧ୍ୟ ନିୟମିତ ମାସ୍କ ପିନ୍ଧିବା ଓ କୋଭିଡ ଗାଇଡଲାଇନ ପାଳନ କରିବା ପାଇଁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.