ETV Bharat / bharat

ପୁଣି ଫେରିଲା କୋରୋନା କଟକଣା, ହରିୟାଣାରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

author img

By

Published : Apr 9, 2023, 7:31 AM IST

Haryana Govt makes wearing face masks mandatory
Haryana Govt makes wearing face masks mandatory

ହରିୟାଣାକୁ ଫେରିଲା କୋରୋନା କଟକଣା । ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଅଧିକ ପଢନ୍ତୁ

ଚଣ୍ଡିଗଡ: ଦେଶରେ କୋରୋନା ସଂକ୍ରମଣ ପୁଣି ଦ୍ରୁତ ବେଗରେ ବୃଦ୍ଧି ହେବାରେ ଲାଗିଛି । ଦେଶରେ ଦୈନିକ ସଂକ୍ରମଣ 6 ହଜାର ପାର କରିଥିବା ବେଳେ ବିଭିନ୍ନ ରାଜ୍ୟଗୁଡିକରେ ମଧ୍ୟ ସଂକ୍ରମଣ ଉପରମୁହାଁ ହୋଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟଗୁଡିକରେ କଟକଣା କଡାକଡି କରାଯାଇଛି । ହରିୟାଣାରେ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ହରିୟାଣା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବୁଲେଟିନ ଜାରି କରି କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ-India Corona: ଆଜି ବି ୬ ହାଜର ଉପରେ ସଂକ୍ରମଣ, ୧୧ ମୃତ

ଗତ 3 ତାରିଖରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ଯେଉଁଥିରେ କୋରୋନା ସଂକ୍ରମଣକୁ କିପରି ରୋକି ହେବ ସେନେଇ ଆଲୋଚନା ହୋଇଥିଲା । ଗତ କିଛି ଦିନ ହେବ ରାଜ୍ୟରେ ସଂକ୍ରମଣ ହାର ବୃଦ୍ଧି ପାଇଛି । ତେଣୁ ଏଥିପାଇଁ ସତର୍କ ହେବା ଜରୁରୀ । କୋରୋନା ସଂକ୍ରମଣକୁ ରୋକିବାକୁ ହେଲେ ସର୍ବସାଧାରଣ ସ୍ଥାନରେ ସମସ୍ତେ ମାସ୍କ ପିନ୍ଧିବା ଜରୁରୀ । ସରକାରୀ କାର୍ଯ୍ୟାଳୟ, ସପିଂ ମଲଗୁଡିକରେ ଅଧିକ ଭିଡ ହେଉଥିବାରୁ ଏହି ସ୍ଥାନଗୁଡିକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-PM Modi Karnatak Visit: ରବିବାର କର୍ଣ୍ଣାଟକ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି

ହରିୟାଣାର ସମସ୍ତ ଅଞ୍ଚଳରେ ଏହି ନିୟମକୁ କଡାକଡି ପାଳନ କରିବାକୁ ଜିଲ୍ଲା ପ୍ରଶାସନ ଓ ପଞ୍ଚାୟତଗୁଡିକ ନିର୍ଦ୍ଦେଶ ଦିଆଯାଇଛି । ହରିୟାଣାରେ ଗତ ଶୁକ୍ରବାର 407 କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଗୁରୁଗ୍ରାମରେ ସର୍ବାଧିକ 206 କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଗତ ମାର୍ଚ୍ଚ ମାସରୁ ଦେଶରେ କୋରୋନା ସଂକ୍ରମଣ ବୃଦ୍ଧି ହେବାରେ ଲାଗିଛି । ଦୈନିକ ସଂକ୍ରମଣ ଏବେ 6 ହଜାର ପାର କରୁଛି । ଗତକାଲି(ଶନିବାର) ଦେଶରେ 6 ହଜାର 155 ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା । ଯଦି ଆଗାମୀ ଦିନରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଘଟେ ତେବେ ଖୁବ କମ୍ ଦିନରେ ଚତୁର୍ଥ ଲହର ଆସିବାର ସମ୍ଭାବନା ରହିଛି ।

ଦେଶରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା 4କୋଟି 47 ଲକ୍ଷ 51 ହଜାର 259 ରେ ପହଞ୍ଚିଛି । ସେଥିମଧ୍ୟରୁ ଆକ୍ଟିଭ ସଂଖ୍ୟା 31 ହଜାର 194 ରହିଛି । ଶନିବାର କୋରୋନା ସଂକ୍ରମଣ ନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ବୈଠକ ଡାକିଥିଲେ । କୋରୋନାକୁ କିପରି ମୁକାବିଲା କରାଯାଇ ପାରିବ ସେନେଇ ବିଭିନ୍ନ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.