ETV Bharat / bharat

PM Modi Karnatak Visit: ରବିବାର କର୍ଣ୍ଣାଟକ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି

author img

By

Published : Apr 8, 2023, 11:02 PM IST

ଜୁଲାଇ ୨୦୧୯ ରେ ଏସିଆରୁ ଅବାଧ ଶିକାର ଓ ବେଆଇନ ବନ୍ୟପ୍ରାଣୀ ବ୍ୟବସାୟକୁ ଦମନ କରିବା ପାଇଁ ବୈଶ୍ୱିକ ଦେଶମାନଙ୍କୁ ଆହ୍ୱାନ ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ପ୍ରେରଣାରେ ଏହା ଆରମ୍ଭ ହୋଇଛି । ଆଇବିସିଏ ବିଶ୍ୱର ସାତଟି ବିଗ କ୍ୟାଟ ଯଥା ବାଘ, ସିଂହ, କଲରାପତରିଆ ବାଘ, ତୁଷାର ବାଘ, ପୁମା, ଜାଗୁଆର ଓ ଚିତା ସଂରକ୍ଷଣ ଉପରେ ଗୁରୁତ୍ୱ ଆରୋପ କରୁଛି । ଅଧିକ ପଢନ୍ତୁ

Etv Bharat
Etv Bharat

ବେଙ୍ଗାଲୁର: ଆସନ୍ତାକାଲି(ରବିବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକ ବାନ୍ଦିପୁର ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଗସ୍ତ କରିବେ । ଗସ୍ତବେଳେ କ୍ଷେତ୍ର କର୍ମଚାରୀ ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସହ ସଂରକ୍ଷଣ କାର୍ଯ୍ୟ ନେଇ ମତ ବିନିମୟ କରିବେ । ମୁଡୁମଲାଇ ବ୍ୟାଘ୍ର ସଂରକ୍ଷଣ ସ୍ଥଳୀ ଅନ୍ତର୍ଗତ ଟିପାକାଡୁ ହସ୍ତୀ ଶିବିର ପରିଦର୍ଶନ କରି ମାହୁନ୍ତ ଓ କେଭାଡିମାନଙ୍କ ସହ ବି ଆଲୋଚନା କରିବେ । ଏହାସହ ପ୍ରଧାନମନ୍ତ୍ରୀ ଆନ୍ତର୍ଜାତିକ ବିଗ କ୍ୟାଟ ଆଲିଆନ୍ସର ଶୁଭାରମ୍ଭ କରିବେ ।

ଜୁଲାଇ ୨୦୧୯ ରେ ଏସିଆରୁ ଅବାଧ ଶିକାର ଓ ବେଆଇନ ବନ୍ୟପ୍ରାଣୀ ବ୍ୟବସାୟକୁ ଦମନ କରିବା ପାଇଁ ବୈଶ୍ୱିକ ଦେଶମାନଙ୍କୁ ଆହ୍ୱାନ ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ପ୍ରେରଣାରେ ଏହା ଆରମ୍ଭ ହୋଇଛି । ଆଇବିସିଏ ବିଶ୍ୱର ସାତଟି ବିଗ କ୍ୟାଟ ଯଥା ବାଘ, ସିଂହ, କଲରାପତରିଆ ବାଘ, ତୁଷାର ବାଘ, ପୁମା, ଜାଗୁଆର ଓ ଚିତା ସଂରକ୍ଷଣ ଉପରେ ଗୁରୁତ୍ୱ ଆରୋପ କରୁଛି ।

ପ୍ରଧାନମନ୍ତ୍ରୀ ବ୍ୟାଘ୍ର ପ୍ରକଳ୍ପର ୫୦ ବର୍ଷ ସମାବର୍ତ୍ତନ ସମାରୋହର ଉଦଘାଟନ କରିବେ । ଏହି ଅବସରରେ “ବ୍ୟାଘ୍ର ସଂରକ୍ଷଣ ନେଇ ଅମୃତ କାଳର ଦୃଷ୍ଟିକୋଣ” ଶୀର୍ଷକ ପୁସ୍ତିକା ଉନ୍ମୋଚନ କରିବେ । ଏଥିରେ ସର୍ବଭାରତୀୟ ବ୍ୟାଘ୍ର ସଂଖ୍ୟା ସହ ବ୍ୟାଘ୍ର ସଂରକ୍ଷଣ ସ୍ଥଳୀର ପଞ୍ଚ ଚକ୍ରୀୟ ଆକଳନ ନେଇ ଘୋଷଣା କରାଯିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ଏକ ସ୍ମାରକୀ ମୁଦ୍ରା ଉନ୍ମୋଚନ କରିବେ । ନିକଟରେ ପଞ୍ଚମ ଶ୍ରେଣୀୟ ପରିଚାଳନା ଓ ମୂଲ୍ୟାୟନରେ ସର୍ବାଧିକ ଅଙ୍କ ଅର୍ଜନ କରିଥିବା କ୍ଷେତ୍ର ନିର୍ଦ୍ଦେଶକଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ ।

ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ଶନିବାର ଠାରୁ ଦୁଇ ଦିନିଆ ଦକ୍ଷିଣ ଭାରତ ଗସ୍ତରେ ଅଛନ୍ତି । ଆଜି ଗସ୍ତ ପ୍ରାରମ୍ଭରେ ତେଲେଙ୍ଗାନା ପରେ ତାମିଲନାଡୁ ଗସ୍ତ କରିଥିଲେ । ଉଭୟ ରାଜ୍ୟରେ ବହୁ ବିକାଶ ମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଥିଲେ । ନିଜର ତାମିଲନାଡୁ ଗସ୍ତରେ ମୋଦି ଚେନ୍ନାଇ ଆନ୍ତର୍ଜାତିକ ବିମାନବନ୍ଦରର ନୂତନ ସମନ୍ୱିତ ରହଣୀ ସ୍ଥଳ ଭବନ (ପ୍ରଥମ ପର୍ଯ୍ୟାୟ)ର ଉଦଘାଟନ କରିଛନ୍ତି । ପ୍ରାୟ ୧୨୬୦ କୋଟି ଟଙ୍କା ବ୍ୟୟରେ ଏହାନ ନିର୍ମିତ ଏହି ଅତ୍ୟାଧୁନିକ ନୂତନ ରହଣୀ ସ୍ଥଳର ଉଦଘାଟନ ଦ୍ବାରା ବିମାନବନ୍ଦରର ବାର୍ଷିକ ଯାତ୍ରୀ ଯାତାୟତ ସାମର୍ଥ୍ୟ ୨୩ ନିୟୁତ ରୁ ୩୦ ନିୟୁତକୁ ବୃଦ୍ଧି ପାଇବ । ନୂତନ ରହଣୀ ସ୍ଥଳ ସ୍ଥାନୀୟ ତାମିଲ ସଂସ୍କୃତି ସହ ପାରମ୍ପରିକ ବୈଶିଷ୍ଟ୍ୟ ପ୍ରାକୃତିକ ପାରିପାଶ୍ୱିର୍କ ଦ୍ବାରା ନିର୍ମିତ ହୋଇଛି । ଆଜି ଅପରାହ୍ନ 3 ଟାରେ ପ୍ରଧାନମନ୍ତ୍ରୀ ମୋଦି ଚେନ୍ନାଇରେ ଅବତରଣ କରିଥିଲେ । ଏହାପରେ ଏହି ନୂତନ ଇଣ୍ଟ୍ରିଗ୍ରେଟେଡ ଟର୍ମିନାଲ ବିଲ୍ଡିଂର ଉଦଘାଟନ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.