ETV Bharat / bharat

BBC Documentary: ବିବିସି ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଗୁଜୁରାଟ ସରକାର ଆଣିଲେ ସଙ୍କଳ୍ପ

author img

By

Published : Mar 11, 2023, 10:53 PM IST

ବିବିସି ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସଙ୍କଳ୍ପ ପାରିତ କଲା ଗୁଜୁରାଟ
ବିବିସି ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସଙ୍କଳ୍ପ ପାରିତ କଲା ଗୁଜୁରାଟ

ବିବିସି ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସଙ୍କଳ୍ପ ପାରିତ କଲା ଗୁଜୁରାଟ ସରକାର । ମିଥ୍ୟା ଡକ୍ୟୁମେଣ୍ଟାରୀ ଦେଶ ଓ ପ୍ରଧାନମନ୍ତ୍ରୀଙ୍କ ମାନହାନୀ କରିଛି କହିଲା ଭୂପେନ୍ଦ୍ର ପଟେଲ ସରକାର । ଅଧିକ ପଢନ୍ତୁ

ଗାନ୍ଧୀନଗର: ବ୍ରିଟିଶ ଗଣମାଧ୍ୟମ ସଂସ୍ଥା ବିବିସିର 2002 ଗୁଜୁରାଟ ଦଙ୍ଗା ସମ୍ପର୍କିତ ବିବାଦୀୟ ଡକ୍ୟୁମେଣ୍ଚାରୀ ବିରୋଧରେ କେନ୍ଦ୍ର ସରକାର କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗୁଜୁରାଟ ବିଧାନସଭାରେ ଏକ ଅଣ-ସରକାର ସଙ୍କଳ୍ପ ପାରିତ ହୋଇଛି । ବିବିସିର 2002ରେ ରାଜ୍ୟରେ ହୋଇଥିବା ଦଙ୍ଗା ସମ୍ପର୍କରେ ଏପରି ମିଥ୍ୟା ଡକ୍ୟୁମେଣ୍ଟାରୀ ଭାରତ ଓ ପ୍ରଧାନମନ୍ତ୍ରୀଙ୍କ ମାନହାନୀ କରିବା ସହ ଭାବମୂର୍ତ୍ତି ଖରାପ କରିଛି । ତେଣୁ କେନ୍ଦ୍ର ସରକାର ସମ୍ପୃକ୍ତ ସଂସ୍ଥା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସଙ୍କଳ୍ପ ପାରିତ କରିଛି ଭୂପେନ୍ଦ୍ର ପଟେଲ ସରକାର ।

ଗତକାଲି (ଶୁକ୍ରବାର) ଗୁଜୁରାଟ ବିଧାନସଭା ଏକ ଅଣ-ସରକାରୀ ସଂକଳ୍ପ ପାରିତ କରାଯାଇଥିଲା । ଏହି ଆଲୋଚନାକୁ କଂଗ୍ରେସ ବର୍ଜନ କରିଥିଲା । କଂଗ୍ରେସ ସଦସ୍ୟମାନେ ଗୃହରେ ଉପସ୍ଥିତ ରହିନଥିଲେ । ହେଲେ କେବଳ ସରକାରୀ ଦଳ ଓ ଅନ୍ୟ ଦଳର ସଦସ୍ୟଙ୍କ ଉପସ୍ଥିତିରେ ଏହି ଅଣ-ସରକାରୀ ସଙ୍କଳ୍ପ ପାରିତ ହୋଇଛି । ଏପରି ମିଥ୍ୟା ଡକ୍ୟୁମେଣ୍ଟାରୀ ଦେଶର ତଥା ପ୍ରଧାନମନ୍ତ୍ରୀଙ୍କର ମାନହାନୀ କରିଛି । ତେଣୁ କେନ୍ଦ୍ର ସରକାର ସମ୍ପୃକ୍ତ ସଂସ୍ଥା ବିରୋଧରେ କଡା କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବାକୁ ସଙ୍କଳ୍ପ ପାରିତ କରିଛି ଗୁଜୁରାଟ ସରକାର ।

2002 ଗୁଜୁରାଟ ଦଙ୍ଗାକୁ ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା BBC ନିକଟରେ ଏକ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରିଛି । ଯାହାକୁ ନେଇ ସମଗ୍ର ବିଶ୍ବରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ଚର୍ଚ୍ଚା ବଢିଥିଲା । ଏହାକୁ ଏକ ପ୍ରୋପାଗାଣ୍ଡା ଦର୍ଶାଇ ଭାରତରେ ଏହାର ପ୍ରସାରଣକୁ ସମ୍ପୂର୍ଣ୍ଣ ବ୍ୟାନ ଘୋଷଣା କରିଛି କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ । ଅନ୍ୟପଟେ ଏହାକୁ ନେଇ ବିରୋଧୀ ସରକାରଙ୍କୁ ଘେରିବା ସହ ଏହାକୁ ପ୍ରଦର୍ଶିତ କରାଯିବା ଫଳରେ ଏକାଧିକ ଶିକ୍ଷାନୁଷ୍ଠାନରେ ହିଂସା ଦେଖିବାକୁ ମିଳିଥିଲା ।

ଏହି ବିବାଦୀୟ ଡକ୍ୟୁମେଣ୍ଟାରୀରେ 2002 ରେ ଗୁଜୁରାଟରେ ହୋଇଥିବା ଦଙ୍ଗା ଓ ସେଥିରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୂମିକାକୁ ଅତି ବିବାଦୀୟ ତଥା ସାମ୍ପ୍ରଦାୟିକ ଭାବେ ଚିତ୍ରଣ କରାଯାଇଛି । ଯାହାକୁ ନେଇ କେନ୍ଦ୍ର ସରକାର କାର୍ଯ୍ୟାନୁଷ୍ଠାନ ମୋଡକୁ ଆସିଥିଲେ । ବିବାଦୀୟ ଡକ୍ୟୁମେଣ୍ଟାରୀ ପରେ ବିବିସି କାର୍ଯ୍ୟାଳରେ ଆୟକର ରେଡକୁ ନେଇ ବିରୋଧୀ ସରକାରଙ୍କ ଉପରେ ବର୍ଷିଛନ୍ତି । ଏହାକୁ ସେମାନେ ରାଜନୈତିକ ଉଦ୍ଦେଶ୍ୟମୂଳକ ବୋଲି କହିଥିଲେ । କିଛି ବିରୋଧୀ ଏହାକୁ ଗଣମାଧ୍ୟମର କଣ୍ଠରୋଧ ବୋଲି ମଧ୍ୟ କହିଥିଲେ । ହେଲେ ବିଜେପି ଓ କେନ୍ଦ୍ର ସରକାର ଏହାକୁ ପ୍ରୋପାଗେଣ୍ଡା ବୋଲି କହିଆସୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.