ETV Bharat / bharat

Independence Day, ସ୍ପେଶାଲ ଡୁଡଲ୍‌ ମାଧ୍ୟମରେ ଦିବସ ପାଳିଲା Google

author img

By

Published : Aug 15, 2022, 8:00 PM IST

76TH Independence Day, ସ୍ପେଶାଲ ଡୁଡଲ୍‌ ମାଧ୍ୟମରେ ଦିବସ ପାଳିଲା Google
76TH Independence Day, ସ୍ପେଶାଲ ଡୁଡଲ୍‌ ମାଧ୍ୟମରେ ଦିବସ ପାଳିଲା Google

ଆଜି ଦେଶ ପାଳୁଛି ୭୬ତମ ସ୍ବାଧୀନତା ଦିବସ । ସ୍ପେଶାଲ ଡୁଡଲ୍‌ ତିଆରି କରି ଏହି ସ୍ମରଣୀୟ ଦିବସକୁ ପାଳିଲା ସର୍ଚ୍ଚ ଇଞ୍ଜିନ ଗୁଗଲ୍‌ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆଜି ଦେଶ ୭୬ତମ ସ୍ବାଧୀନତା ଦିବସ (76TH Independence Day) ପାଳନ କରୁଥିବାବେଳେ, ସ୍ବାଧୀନତାର ୭୫ବର୍ଷ ପୂର୍ଣ୍ଣ କରିଛି । ଏହି ଅବସରରେ ସାରା ଦେଶରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ ହେଉଥିବା ବେଳେ ସର୍ଚ୍ଚ ଇଞ୍ଜିନ ଗୁଗଲ୍‌ ସ୍ବତନ୍ତ୍ର ଡୁଡଲ୍‌ (Special Doodle) ମାଧ୍ୟମରେ ଏହି ଦିବସକୁ ପାଳନ କରିଛି । ଏହି ଡୁଡଲ୍‌କୁ କେରଳର କଳାକାର ନୀତି ତିଆରି କରିଥିବା ଜଣାପଡ଼ିଛି ।

ଏହି ସ୍ବତନ୍ତ୍ର ଡୁଡଲ୍‌ରେ ଜାତୀୟ ପତାକା ଦ୍ବାରା ଭାରତର ସଂସ୍କୃତିକୁ ଦର୍ଶାଯାଇଛି । ସ୍ବାଧୀନତା ପରବର୍ତ୍ତୀ ୭୫ ବର୍ଷ ମଧ୍ୟରେ ଭାରତ ଉପଲବ୍ଧିର ପ୍ରତୀକ ହେଉଛି ଗୁଗଲ୍‌ । ଡୁଡଲ୍‌ ଉପରେ ନିଜ ବିଚାରଧାରା ସମ୍ପର୍କରେ କଳକାର ନୀତି କହିଛନ୍ତି, "ମୋର ସମସ୍ତ ସ୍ମୃତି ମଧ୍ୟରୁ ଏହା ଗୋଟିଏ । ଜାତୀୟ ପତାକା ଉଡ଼ାଇବା ଶତାବ୍ଦୀରୁ ଆମ ଭାରତୀୟ ପରମ୍ପରାର ଏକ ଅଭିନ୍ନ ଅଙ୍ଗ ।"

ଯେତେବେଳେ ଦେଶ ପରାଧୀନ ଥିଲା ସେତେବେଳେ ସ୍ବାଧୀନତା ସଂଗ୍ରାମୀମାନେ ଇଂରେଜ ସରକାରଙ୍କ ବିରୋଧରେ ଲେଖିବା ପାଇଁ ଜାତୀୟ ପତାକାର ବ୍ୟବହାର କରୁଥିଲେ । ଏହାସହିତ ବିରୋଧର ପ୍ରତୀକ ଭାବେ ଜାତୀୟ ପତାକାକୁ ଆକାଶରେ ଉଡ଼ାଉଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.